Get Updates
Get notified of breaking news, exclusive insights, and must-see stories!

ଜାମୁ କୋଳି : ଯେତିକି ପାଟିକୁ ଟେଷ୍ଟି; ଶରୀର ପାଇଁ ସେତେ ଉପକାରୀ, ଆସନ୍ତୁ ଜାଣିବା

ଆପଣମାନେ ଜାଣନ୍ତି କି ବାଇଗଣୀ ରଙ୍ଗର ଦେଖା ଯାଉଥିବା ଏହି କୋଳି ଯେତିକି ମିଠା ସେତିକି କଶl ମଧ୍ୟ ଲାଗିଥାଏ l ଏହା ଆପଣଙ୍କ ଶରୀର ପାଇଁ ବହୁତ ଲାଭଦାୟକ ଅଟେ l ଆମେ ଆପଣଙ୍କୁ ଜାମୁ କୋଳି ବିଷୟରେ କହୁଛୁ l

ଆପଣମାନେ ଜାଣନ୍ତି କି ବାଇଗଣୀ ରଙ୍ଗର ଦେଖା ଯାଉଥିବା ଏହି କୋଳି ଯେତିକି ମିଠା ସେତିକି କଶl ମଧ୍ୟ ଲାଗିଥାଏ l ଏହା ଆପଣଙ୍କ ଶରୀର ପାଇଁ ବହୁତ ଲାଭଦାୟକ ଅଟେ l ଆମେ ଆପଣଙ୍କୁ ଜାମୁ କୋଳି ବିଷୟରେ କହୁଛୁ l

ଜାମୁ କୋଳିରେ ବହୁତ ପ୍ରକାରର ଔଷଧୀୟ ଗୁଣ ରହିଛି l ଏହାକୁ ଆୟୁର୍ବେଦିକ ଔଷଧ ରୂପେ ମଧ୍ୟ ବ୍ୟବହାର କରାଯାଏ l ଏହାକୁ ଖାଇବା ଦ୍ୱାରା ବହୁତ ପ୍ରକାରର ରୋଗ ମଧ୍ୟ ଭଲ ହୋଇଥାଏ l ଏହାର ଖାଲି କୋଳି ନୁହେଁ ଗଛ ,ଡାଳ ,ପତ୍ର ,ଚେର ସବୁଥିରେ ଔଷଧୀୟ ଗୁଣ ରହିଥାଏ l ଆସନ୍ତୁ ଆଜି ଜାଣିବା ଜାମୁକୋଳିର ଔଷଧୀୟ ଗୁଣ ସମ୍ପର୍କରେ l

jammun koli

ଜାମୁକୋଳିରୁ ମିଳୁଥିବା ପୋଷକତତ୍ତ୍ୱ
ଏଥିରୁ ଆପଣଙ୍କୁ ଲୌହ ,କ୍ୟାଲସିୟମ୍ଅ,ପ୍ରୋଟିନ,ଫାଇବର ଓ କାର୍ବୋହାଇଡ୍ରେଟ ଆଦି ପୋଷଣ ମିଳିଥାଏ l ଏହା ଆପଣଙ୍କର ବ୍ରଣ ସମସ୍ୟାର ସମାଧାନ କରିଥାଏ l ଯଦି ଆପଣଙ୍କର ବ୍ରଣଜନିତ କିଛି ସମସ୍ୟା ଥାଏ, ଆପଣ ଏହି ପତ୍ରର ରସକୁ ମୁଁହରେ ଲଗାଇପାରିବେ l

ରକ୍ତକୁ ଶୁଦ୍ଧ କରେ
ଜାମୁର ଡାଳ ଏକ ରକ୍ତ ବିଶୁଦ୍ଧକାରକ ରୂପେ କାମ କରେ l ଏହା ସହ ଏଥିରେ ଥିବା ଲୌହ ଆପଣଙ୍କ ରକ୍ତରେ ଥିବା ଲୌହର ଅଭାବକୁ ପୂରଣ କରେ l

ଆଖି ପାଇଁ ଏହାର ଉପକାରିତା
ଯଦି ଆପଣଙ୍କୁ ଆଖିଜନିତ କିଛି ସମସ୍ୟା ଥାଏ, ଆପଣ ଜାମୁ ପତ୍ରରେ କାଢା ତିଆରି କରି ସେଇ ପାଣିରେ ଆଖିକୁ ଧୁଅନ୍ତୁ l ଏହା ଦ୍ୱରା ଆପଣଙ୍କର ଆଖି ସମସ୍ୟା ଦୂର ହୋଇଥାଏ l କାଢା ବନାଇବା ପାଇଁ ୧୫ ରୁ ୨୦ ଟି ଜାମୁ ପତ୍ର ୪୦୦ ମିଲିଲିଟର ପାଣିରେ ପକେଇ ଫୁଟେଇ ଦିଅନ୍ତୁ l ଏହା ପରେ ଏହି ପାଣିକୁ ଥଣ୍ଡା କରି ଆଖିକୁ ଧୁଅନ୍ତୁ l ଏହା କରିବା ଦ୍ୱାରା ଆପଣଙ୍କର ଆଖିଜନିତ ସମସ୍ୟା ଦୂର ହୋଇଥାଏ l

ପେଟରେ ହୋଇଥିବା ଷ୍ଟୋନ ପାଇଁ ଜାମୁର ଉପକାରିତା
ଜାମୁ କୋଳି ଖାଇବା ଦ୍ୱାରା ପେଟରେ ହେଉଥିବା ଷ୍ଟୋନ ବା ପଥୁରୀ ସମସ୍ୟାରୁ ମୁକ୍ତି ମିଳିଥାଏ l ଏହାର ପତ୍ରରୁ ମଧ୍ୟ ଆପଣ ଲାଭବାନ ହୋଇପାରିବେ l

ମଧୁମେହ ପାଇଁ ଜାମୁର ଉପକାରିତା
ଯଦି ଆପଣଙ୍କର ସୁଗାର ସମ୍ଭନ୍ଧୀୟ କିଛି ସମସ୍ୟା ଥାଏ ତ ଆପଣ ଜାମୁ କୋଳି ମଞ୍ଜିରେ ପାଉଡର ତିଆରି କରି ଏହାକୁ ଖାଇପାରିବେ l ଏହା କରିବା ଦ୍ୱାରା ଆପଣଙ୍କ ଶରୀରରେ ସୁଗାର ଲେବଲ ହ୍ରାସ ହୋଇଥାଏ l

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+