ଭଲ ହେବ ଓଠ ଫଟା , ଏହି ଉପାୟ ଆପଣାନ୍ତୁ
ଶୀତ ଦିନେ ତ୍ୱଚା ରୁକ୍ଷ ଦେଖାଯିବା ସହ ଓଠ ମଧ୍ୟ ଫାଟିଥାଏ। ଏଥିପାଇଁ ଫଟା ଓଠରେ ବାରମ୍ବାର ଲିପ୍ ବାମ ଲଗାଇ ଥାନ୍ତି। ହେଲେ ଓଠ ଫାଟିବାରୁ ମୁକ୍ତି ମିଳି ନଥାଏ। ବଜାରରେ ମିଳୁଥିବା ଲିପ୍ବାମ ଓଠକୁ କଳା ପକାଇ ଦେଇଥାଏ। ତେଣୁ ଏପରି ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆପଣ ଓଠ ଫାଟିବାରୁ ମୁକ୍ତି ପାଇ ପାରିବେ। ଆସନ୍ତୁ ଜାଣିବା ସେ ବିଷୟରେ ।

ମହୁ: ଶୀତ ଦିନରେ ଓଠରେ ମହୁ ଲଗାଇପାରିବେ। ଏହା ଦ୍ୱାରା ଓଠ ନରମ ରହିଥାଏ। ମହୁରେ ପ୍ରାକୃତିକ ହାଇଡ୍ରେଟିଂ ଏଜେଣ୍ଟ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଭରପୂର ହୋଇ ରହିଥାଏ।
ନଡ଼ିଆ ତେଲ: ନଡିଆ ତେଲରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ରହିଥାଏ, ଯାହା ଶୁଖିଲା ଏବଂ ଫାଟିଯାଇଥିବା ଓଠକୁ ଭଲ କରିବାରେ ସାହାଯ୍ୟ କରିଥାଏ। ଏଥିପାଇଁ ଶୀତଦିନେ ଓଠ ଫାଟୁଥିଲେ ନଡ଼ିଆ ଲଗାଲେ ଲାଭଦାୟକ ହୋଇଥାଏ।
ଆଲୋ ଭେରା ଜେଲ: ଆଲୋ ଭେରା ଜେଲକୁ ଫଟା ଓଠରେ ଲଗାଇଲେ ଲାଭ ଦାୟକ। ଏହା ବ୍ୟବହାର କରିବା ଦ୍ୱାରା ଆମର ଓଠ ଫଟା ଭଲ ହୋଇଯାଇଥାଏ।












Click it and Unblock the Notifications