ଆପଣ ଖାଉଥିବା ଘିଅ ଅସଲି କି ନକଲି ଜାଣିବେ କିପରି? ଜାଣନ୍ତୁ ସହଜ ଉପାୟ....
ବଜାରରେ ନକଲି ସାମଗ୍ରୀ ବିକ୍ରୟ ମଧ୍ୟରେ ଗ୍ରାହକ ଏବେ ଚିନ୍ତାରେ। କେଉଁ ସାମଗ୍ରୀ କିଣିବେ, କେଉଁଟା ନୁହେଁ ସେଥିପାଇଁ ଦ୍ୱନ୍ଦ୍ୱରେ ପଡିଛନ୍ତି ଗ୍ରାହକ। 'ଘିଅ କେବେ ନଷ୍ଟ ହୁଏନି' ବୋଲି ଏକ ପ୍ରଚଳିତ ଭାବନା ଅଛି, ତଥାପି ବର୍ତ୍ତମାନ ସମୟରେ ଲୋକେ ଘିଅ କିଣିବା ବେଳେ ଦି' ଥର ଭାବୁଛନ୍ତି। କାରଣ ବଜାରରେ ଏବେ ଅପମିଶ୍ରିତ ଘିଅ ମିଳୁଛି, ଯାହା ଅବିକଳ ଅସଲି ଘିଅ ପରି।
ଏପରି ସ୍ଥିତିରେ କେଉଁଟା ଅସଲି ଘିଅ ଓ କେଉଁଟା ନକଲି ଜାଣିବେ କିପରି। ଆଜିର ଏହି ଆଲେଖ୍ୟରେ ଆମେ ଆପଣଙ୍କୁ କେତୋଟି ଉପାୟ ବତାଇବୁ, ଯାହାକୁ ପ୍ରୟୋଗ କରି ନକଲିଠୁ ଦୂରେଇ ପାରିବେ...
ଘିର ଶୁଦ୍ଧତା ଜାଣିବା ପାଇଁ 3ଟି ସହଜ ଉପାୟ
୧: ପାପୁଲିରେ ଏକ ଚାମଚ ଘିଅ ନେଇ ଭଲ ଭାବରେ ଘଷନ୍ତୁ। ଯଦି ଘିଅ ତରଳି ଆଉଛି, ତେବେ ଜାଣନ୍ତୁ ଯେ ଏହା ଶୁଦ୍ଧ। ଯଦି ପାପୁଲିରେ କୌଣସି କଠିନ ଖଣ୍ଡ ପାଉଛନ୍ତି, ତେବେ ବୁଝିନିଅନ୍ତୁ ଘିଅରେ କୌଣସି ଯୌଗିକ ନିଶ୍ଚୟ ମିଶିଛି।

୩.ଘିଅର ଶୁଦ୍ଧତା ପରୀକ୍ଷା କରିବାର ଆଉ ଏକ ସରଳ ଉପାୟ ହେଉଛି ଏହାକୁ ଏକ ସ୍ୱଚ୍ଛ ବୋତଲକୁ ସ୍ଥାନାନ୍ତର କରିବା ଏବଂ ଏଥିରେ କିଛି ଚିନି ମିଶାଇବା। ପ୍ରଥମେ ଏକ ବୋତଲରେ କିଛି ଘିଅ ନିଅନ୍ତୁ ଏବଂ ଏଥିରେ ଚିନି ପକାନ୍ତୁ। ଏହାପରେ ଠିପି ବନ୍ଦ କରି ଭଲ ଭାବେ ଫେଣ୍ଟି ଦିଅନ୍ତୁ। କିଛି ସମୟ ବ୍ୟବଧାନ ପରେ ଯଦି ବୋତଲ ତଳେ କୌଣସି ଲାଲ୍ ରଙ୍ଗର ଜମାଟ ଦେଖୁଛନ୍ତି, ତେବେ ଏହା ଅପମିଶ୍ରିତ ହୋଇଛି।












Click it and Unblock the Notifications