ଆପଣଙ୍କର ଦୃଷ୍ଟି ଶକ୍ତି ଧିରେ ଧିରେ କମିଯାଉଛି କି ?
ଆଖି ଆମ ଶରୀରର ସବୁଠାରୁ ସୂକ୍ଷ୍ମ ଅଙ୍ଗ ମଧ୍ୟରୁ ଗୋଟିଏ । ଏଣୁ ଏହାର ଯନ୍ତ୍ର ନେବା ଅତ୍ୟନ୍ତ ଗୁରୁତ୍ବପୂର୍ଣ ।
ଆଖରେ ସାମାନ୍ୟ ସମସ୍ୟା ମଧ୍ୟ ଆମ ଜୀବନକୁ ଅନ୍ଧକାର କରିପାରେ । ହେଲେ ଆଜିକାଲି ଘଣ୍ଟା ଘଣ୍ଟା ଧରି ଟିଭି, ମୋବାଇଲ, କମ୍ପ୍ୟୁଟର ଦେଖିବା ଏବଂ ଅନ୍ୟାନ୍ୟ ବିଭିନ୍ନ କାରଣରୁ କମ୍ ବୟସରୁ ଦୃଷ୍ଟି ଶକ୍ତି ଦୁର୍ବଳ ହୋଇଯାଉଛି ।
ଏପରି ସ୍ଥଳେ ଆଖିକୁ ସୁସ୍ଥ ରଖିବା ପାଇଁ କେତେକ ଜରୁରୀ ପୋଷକ ତତ୍ତ୍ବରେ ଭରପୂର ଖାଦ୍ୟ ଖାଇବା ଉଚିତ୍ ।
ତେବେ ଆସନ୍ତୁ ଜାଣିବା ପୋଷକ ତତ୍ତ୍ବରେ ଭରପୂର କିଛି ଫଳ ବିଷୟରେ । ଯାହାକୁ ଖାଇବା ଦ୍ଵାରା ଆଖି ସମସ୍ୟା ଦୂର ହୋଇଯିବ ।

କୋଳି : କୋଳିରେ ପ୍ରଚୁର ଆଣ୍ଟିଅକ୍ସିଡାଣ୍ଟ ଥାଏ । ଏହା ଆଖିକୁ ସୁସ୍ଥ ରଖେ । ବୟସ ବଢିବା ଯୋଗୁଁ ଦେଖାଯାଉଥିବା ଆଖୁ ସମସ୍ୟା ଆଶଙ୍କା କମ୍ କରେ ।
କମଳା : କମଳା ଭିଟାମିନ-ସି' ର ଏକ ଭଲ ଉତ୍ସ । ଯାହା ଆର ରକ୍ତବାହିକାଗୁଡିକୁ ସୁଗ୍ଧ ରଖିବାରେ ସାହାଯ୍ୟ କରେ । ଏଥିରେ ବିଟା-କେରୋଟିନ ଥାଏ । କମଳା ଭଳି ଭିଟାମିନ-ସିରେ ଭରପୂର ଲେମ୍ବୁ ମଧ୍ୟ ଆଖୁ ସ୍ଵାସ୍ଥ୍ୟ ପାଇଁ ଲାଭଦାୟକ ।
ଆମ୍ବ: ଆଖି ସ୍ଵାସ୍ଥ୍ୟ ପାଇଁ ଆମ୍ବ ମଧ୍ଯ ଏକ ଉପଯୁକ୍ତ ଫଳ । ଏଥିରେ ଥିବା ଭିଟାମିନ ଏ ଓ ବିଟା-କେରୋଟିନ ଶୁଷ୍କ ଆଖି ସମସ୍ୟା ରୋକିଥାଏ ଏବଂ ଦୃଷ୍ଟି ଶକ୍ତି ଉନ୍ନତ କରିଥାଏ ।
ଅମୃତଭଣ୍ଡା: ଆଖିକୁ ସୁସ୍ଥ ରଖିବା ପାଇଁ ଅମୃତଭଣ୍ଡା ଖୁବ୍ ଲାଭଦାୟକ । ଏଥିରେ ପ୍ରଚୁର ମାତ୍ରାରେ ବିଟା-କେରୋଟିନ, ଭିଟାମିନ ସି ଓ ଇ ମିଳେ । ନିୟମିତ ଅମୃତଭଣ୍ଡା ଖାଇବା ଦ୍ବାରା ବୟସାଧକ ଜନିତ ଦୃଷ୍ଟି ଶକ୍ତି ସମସ୍ୟା କମ୍ ହୋଇଥାଏ ।












Click it and Unblock the Notifications