Health tips: ସକାଳ ଜଳଖିଆରେ ପୋହା ଖାଆନ୍ତୁ, ମିଳିବ ଏହିସବୁ ଫାଇଦା
ପୋହା ଏକ ଗୁଜରାଟୀ ବ୍ୟଞ୍ଜନ। ଯାହାକୁ ସଭିଏଁ ଚୂଡ଼ା ସନ୍ତୁଳା ନାମରେ ଜାଣନ୍ତି । ଏବେ ଏହା ପ୍ରତିଟି ଭାରତୀୟଙ୍କ ପ୍ରଥମ ପସନ୍ଦ ପାଲଟିଛି । କେହି ଏହାକୁ ସକାଳ ଜଳଖିଆ ଭାବେ ପରଷିଥାନ୍ତ ତ ଆଉ କେହି ସନ୍ଧ୍ୟାରେ । ତେବେ ପ୍ରଶ୍ନଉଠେ ଚୂଡ଼ା ସନ୍ତୁଳାକୁ ପ୍ରତିଦିନ ଜଳଖିଆରେ ସାମିଲ କରିବା କେତେ ଜରୁରୀ । ପ୍ରକୃତରେ ଜଳଖିଆ ସମୟରେ ଏହାର ସେବନ ଦ୍ୱାରା ଓଜନ ନିୟନ୍ତ୍ରଣ ରହିବା ସହ ସ୍ୱାସ୍ଥ୍ୟ ସତେଜ ଓ ନିରୋଗ ରହିଥାଏ ।
କାର୍ବୋହାଇଡ୍ରେଟ୍ରେ ଭରପୂର୍ : ପୋହା/ଚୂଡ଼ା ସନ୍ତୁଳାରେ ପ୍ରାୟ ୭୬.୯ ପ୍ରତିଶତ କାର୍ବୋହାଇଡ୍ରେଟ୍, ୨୩/୧ ପ୍ରତିଶତ ଫ୍ୟାଟ୍, ୦ ପ୍ରତିଶତ ପ୍ରୋଟିନ୍ ଥାଏ । ଏଣୁ ଏହା ସକାଳ ଜଳଖିଆ ପାଇଁ ଉତ୍ତମ ଖାଦ୍ୟ । ସକାଳୁ ଶରୀରକୁ ଶକ୍ତିର ଆବଶ୍ୟକତା ଥାଏ; ଯାହାଦ୍ୱାରା ଦିନସାରା କଠିନ ପରିଶ୍ରମ କଲେ ବି ଥକ୍କାପଣ ଅନୁଭୂତ ହେଉନଥାଏ । ଏଣୁ ପୋହା ଖାଇବା ଲାଭପ୍ରଦ ହୋଇଥାଏ ।
ମଧୁମେହ ନିୟନ୍ତ୍ରଣ : ପୋହାରେ ଭିଟାମିନ୍ 'ବି' ମାତ୍ରା ଭରପୂର ଥାଏ । ଏହା ରକ୍ତରେ ଶର୍କରା ପରିମାଣକୁ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରେ । ଯଦି ଆପଣ ବି ମଧୁମେହରେ ପୀଡ଼ିତ; ତେବେ ଏହାକୁ ନିୟନ୍ତ୍ରଣ କରିବାକୁ ଦୈନନ୍ଦିନ ଜଳଖିଆରେ ପୋହା ସାମିଲ କରନ୍ତୁ । ଯଦିଓ ପୋହା ଖାଇବା ଦ୍ୱାରା ପେଟ ଓଜନିଆ ଲାଗିଥାଏ; ତଥାପି ଏହାର ସେବନ ଦ୍ୱାରା କେବେ ବି ମୋଟାପଣ ବୃଦ୍ଧି ହୋଇନଥାଏ ବରଂ ହ୍ରାସ ହୋଇଥାଏ । କାରଣ ଗୋଟିଏ ଗିନା ପୋହାରେ ଅତି କମ୍ରେ ୨୫୦ କ୍ୟାଲୋରୀ ଥାଏ। ଏହା ବ୍ୟତୀତ ଆବଶ୍ୟକୀୟ ଭିଟାମିନ, ମିନରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ । ଯଦି ଆପଣ ଡାଏଟିଙ୍ଗ୍ରେ ଅଛନ୍ତି, ତେବେ ପୋହାକୁ ବିନା ବାଦାମରେ ଖାଆନ୍ତୁ ।
ସୁସ୍ଥ ହୃଦୟ : ପୋହା ଏକ ସାସ୍ଥ୍ୟପ୍ରଦ ଜଳଖିଆ । ଏହା ହୃଦୟକୁ ସୁସ୍ଥ ରଖିବାରେ ବେଶ୍ ସହାୟକ ହୋଇଥାଏ । ପୋହା ତିଆରି ବେଳେ ସେଥିରେ ଭୃଶଙ୍ଗପତ୍ର ନିଶ୍ଚୟ ଉପଯୋଗ କରନ୍ତୁ । ଏଥିରେ ଭିଟାମିନ୍ 'ସି', 'ଏ', 'କି', 'ଇ', କାର୍ବୋହାଇଡ୍ରେଟ୍, ଫାଇବର, କ୍ୟାଲସିୟମ୍, ଫସ୍ଫରସ୍ ଏବଂ ଲୌହ ଭରପୁର ମାତ୍ରାରେ ଥାଏ । ଭୂଶଙ୍ଗପତ୍ର ହୃତ୍ପିଣ୍ଡକୁ ବିଭିନ୍ନ ସଂକ୍ରମଣରୁ ରକ୍ଷାକରେ। ଏହାଛଡ଼ା ତ୍ୱଚା ଏବଂ କେଶ ପାଇଁ ବେଶ୍ ଉପଯୋଗୀ ।

ଆଣ୍ଟି ଅକ୍ସଡ଼ାଣ୍ଟର ସ୍ରୋତ : ପୋହାରେ ତାଜା ଟମାଟୋ ଏବଂ ଗାଜର ମିଶାଇ ତିଆରି କଲେ ବିଶେଷ ଫାଇଦା ମିଳିଥାଏ । କାରଣ ଏଥିରେ ଭିଟାମିନ୍ 'ଏ', 'ଇ', 'ସି' ବ୍ୟତୀତ ଆଣ୍ଟି ଅକ୍ସଡ଼ା ମହଜୁଦ୍ ଥାଏ; ଯାହା ସାସ୍ଥ୍ୟ ପାଇଁ ବେଶ୍ ଲାଭପ୍ରଦ । ଆଇରନ ଶରୀରରେ ଆଇରନ୍ର ଅଭାବକୁ ପୂରଣ କରିବାକୁ ଚାହୁଁଥିଲେ ସକାଳ ଜଳଖିଆରେ ପୋହାକୁ ସାମିଲ କରନ୍ତୁ । ପୋହାରେ ପ୍ରଚୁର ମାତ୍ରାରେ ଆଇରନ୍ ଥାଏ । ଏହାର ସେବନ ଗର୍ଭବତୀ ମହିଳା ଏବଂ ଛୋଟ ପିଲାଙ୍କ ପାଇଁ ବେଶ୍ ଦରକାରୀ । ଏହାଦ୍ୱାରା ଶରୀରରେ ହିମୋଗ୍ଲୋବିନ୍ ମାତ୍ରା ବଢ଼ିଥାଏ ।
ଗୁଟେନ୍ ପ୍ରି ଖାଦ୍ୟ : ପୋହା ତ ଏମିତିରେ ଏକ ସାସ୍ଥ୍ୟପ୍ରଦ ଖାଦ୍ୟ; ତା ସାଙ୍ଗକୁ ଗ୍ଲୁଟେନ୍ ଫ୍ରି ବ୍ରେକ୍ ଫାଷ୍ଟ୍ ମଧ୍ୟ । ପ୍ରକୃତରେ, ଗ୍ଲୁଟେନ୍ ଆଲର୍ଜି ମୁଖ୍ୟ ରୂପରେ ପାକସ୍ଥଳୀକୁ ପ୍ରଭାବିତ କରିଥାଏ । ଏହି କାରଣରୁ ଖାଦ୍ୟରେ ଥିବା ପୋଷକ ତତ୍ତ୍ୱ ଠିକ୍ ଭାବେ କାମ କରିନଥାଏ । ଏଣୁ ବିଶେଷଜ୍ଞମାନେ ଗୁଟେନ୍ ଫ୍ରି ଖାଦ୍ୟର ସେବନ ପାଇଁ ପରାମର୍ଶ ଦେଇଥାନ୍ତି । ଏହାଦ୍ୱାରା ଓଜନ ବୃଦ୍ଧି ହୋଇନଥାଏ ।
ତ୍ୱଚା ଉଜ୍ଜ୍ୱଳ କରେ : ପୋହାରେ ଘିଅ, ସୋରିଷ ତେଲ କିମ୍ବା ନଡ଼ିଆ ତେଲ ମିଶାଇ ତିଆରି କଲେ ବହୁତ ଭଲ । ଏହାଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ଉପଶମ ମିଳିବା ସହ ତ୍ୱଚା ଉଜ୍ଜ୍ୱଳ ହୋଇଥାଏ ।












Click it and Unblock the Notifications