ବିନା ଟିକେଟ୍‌ରେ ଟ୍ରେନରେ ଯାତ୍ରା କରିହେବ କି?

ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଟ୍ରେନ ଏବେ ଏକ ଉତ୍ତମ ବିକଳ୍ପ । ଏବେ ଦୁନିଆର କୌଣସି ସ୍ଥାନ ନାହିଁ ଯେଉଁଠି କି ଟ୍ରେନ ଯାଉନାହିଁ। ରେଳଯାତ୍ରା ଯେତେ ଦୀର୍ଘ ହେଲେ ବି ଆରାମଦାୟକ ସିଟ, ଶୌଚାଳୟ ସୁବିଧା, କ୍ୟାଟରିଂ ଇତ୍ୟାଦି ବ୍ୟବସ୍ଥା ରହିଛି। ଟ୍ରେନରେ ଏକ୍ସପ୍ରେସ ହେଉ କି ଯାତ୍ରୀବାହୀ ସବୁ ସମୟରେ ସବୁ ଟ୍ରେନ ଉପଲବ୍ଧ ରହୁଛି। ଟ୍ରେନ ଟିକେଟ୍‌ ମଧ୍ୟ କାଟିବାରେ ଆଉ ଅସୁବିଧା ହେଉନାହିଁ। ଅଫଲାଇନ କିମ୍ବା ଅନଲାଇନରେ ସହଜରେ ଟିକେଟ୍‌ କାଟି ହେଉଛି। କିନ୍ତୁ ବେଳେବେଳେ ଜରୁରୀକାଳୀନ ପରିସ୍ଥିତିରେ ଟିକେଟ୍‌ ପାଇବା କଷ୍ଟକର ହୋଇପାଡେ। ଆଉ ଯଦି ବିନା ଟିକେଟ୍‌ରେ ଯାତ୍ରା କରୁଛନ୍ତି ତେବେ ଟିଟିଇ ହାବୁଡରେ ପଡିଲେ ବଡ ଜରିମାନା ଦେବାକୁ ପଡୁଛି। ତେବେ without ticket ରେ ଟ୍ରେନରେ ଯାତ୍ରା କରିପାରିବେ କି? ଆଜ୍ଞା ହଁ। ଶୁଣି ଆଶ୍ଚର୍ଯ୍ୟ ହେଲେ ବି ସତ। ଏପରି କିଛି ଟ୍ରିକ୍‌ ଅଛି ଯାହାଦ୍ୱାରା ଆପଣ ବିନା ଟିକେଟରେ ବି ଟ୍ରେନରେ ଯାତ୍ରା କରିପାରିବେ। ଆସନ୍ତୁ ଜାଣିବା...

Is it possible to travel by train without a ticket Yes

Indian Railway ଅନୁଯାୟୀ ଟିକେଟ ବିନା ଟ୍ରେନରେ ଯାତ୍ରା କରିବା ଏକ ଆଇନଗତ ଅପରାଧ। ଏଥିପାଇଁ ଆପଣଙ୍କୁ ଜରିମାନା କିମ୍ବା ଜେଲ ମଧ୍ୟ ହୋଇପାରେ। ଯଦି ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ କିମ୍ବା ଜରୁରୀକାଳୀନ କାମ ପାଇଁ ଟ୍ରେନରେ ଯାତ୍ରା କରିବାର ଅଛି। କିନ୍ତୁ ଆପଣଙ୍କ ପାଖରେ କନଫର୍ମ ଟ୍ରେନ ଟିକେଟ ନାହିଁ, ତେବେ ଏପରି ପରିସ୍ଥିତିରେ ଆପଣ ଏହିସବୁ କାମ କରିପାରିବେ।

ଟ୍ରେନ୍‌ ଟିକେଟ୍‌ ନ ଥିଲେ ଆପଣ Platform ticket ଦ୍ୱାରା ଯାତ୍ରା କରିପାରିବେ। ଏଥିପାଇଁ ଆପଣଙ୍କୁ ଟିକେଟ୍‌ କାଉଣ୍ଟରରୁ ଏକ ପ୍ଲାଟଫର୍ମ ଟିକେଟ ନେବାକୁ ପଡିବ। ଯାହା ଷ୍ଟେଶନରେ ଅତି ସହଜରେ ଓ ଖୁବ୍‌ କମ୍‌ ମୂଲ୍ୟରେ ମାତ୍ର ୧୦ଟଙ୍କାରେ ମିଳିପାରିବ। ଏହାପରେ ଆପଣ ବିନା କୌଣସି ଚିନ୍ତାରେ ଟ୍ରେନରେ ଚଢିପାରିବେ। ଏହାପରେ ଯେତେବେଳେ ଟିଟିଇ ଆସି ଆପଣଙ୍କୁ ଆସି ଟିକେଟ୍‌ ମାଗନ୍ତି। ଆପଣ ପ୍ଲାଟଫର୍ମ ଟିକେଟ୍‌ ଦେଖାଇ ପାରିବେ। ଏହାପରେ ଟିଟିଇଙ୍କୁ, ଆପଣ କେଉଁ ସ୍ଥାନକୁ ଯାତ୍ରା କରୁଛନ୍ତି କହି ଟ୍ରେନ୍‌ ଟିକେଟ୍‌ ଆଣି ପାରିବେ। ଏବେ ଅତି ସହଜରେ ବିନା ଟେନଶନରେ ରେଳଯାତ୍ରା କରିପାରିବେ।

କିନ୍ତୁ ଯଦି ଟିକେଟ୍‌ ନ ଥାଇ ରିର୍ଜଭଶେନ ସିଟରେ ବସି ଯାଉଛନ୍ତି ତେବେ ଆପଣଙ୍କୁ ୨୫୦ଟଙ୍କା ଜରିମାନା ଦେବାକୁ ପଡିବ। ଏଥିସହ ଯେଉଁଠାରୁ ଟ୍ରେନରେ ଚଢି ଗନ୍ତବ୍ୟ ସ୍ଥଳକୁ ଯାଉଛନ୍ତି ସେପର୍ଯ୍ୟନ୍ତିର ଭଡା ଦେବାକୁ ପଡିବ। ହେଲେ ଯଦି ରିଜର୍ଭଶେନରେ ଖାଲି ସିଟ ଥାଏ, ତେବେ TTE ଆପଣଙ୍କୁ ସିଟ ଦେଇପାରନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+