ମୋବାଇଲ କଭର ପଛରେ ରଖୁଛନ୍ତି କି ଟଙ୍କା? ହୋଇପାରେ.....
ଭୁବନେଶ୍ୱର: ଅଧିକାଂଶ ଲୋକ ଯେଉଁମାନେ ଫୋନ୍ କଭର ପଛରେ ୧୦, ୨୦, ୫୦, ୧୦୦ କିମ୍ବା ୫୦୦ ଟଙ୍କିଆ ନୋଟ୍ ରଖନ୍ତି । ଲୋକମାନେ ଭାବନ୍ତି ଯେ ଏହି ଟଙ୍କା ଫୋନ୍ ପଛରେ ସୁରକ୍ଷିତ ରହିଥାଏ, ଆଉ ଜରୁରୀ ସମୟରେ କାମରେ ଆସିଥାଏ । ଯଦିଓ, ଏହି ସମୟରେ ସେମାନେ ଭୁଲିଯାଆନ୍ତି ଯେ, ଏହା କରିବା ସେମାନଙ୍କ ପାଇଁ କେତେ ବିପଦଜ୍ଜନକ ।
ତେବେ ଏହି ନୋଟ୍ ହେତୁ ଆପଣଙ୍କ ଜୀବନ ମଧ୍ୟ ଯାଇପାରେ । ଫୋନର ପଛ କଭରରେ ନୋଟ୍ ରଖୁବା କାହିଁକି ବିପଜ୍ଜନକ ଆସନ୍ତୁ ଜାଣିବା । ଯେତେବେଳେ ଆପଣ ଫୋନକୁ ଅଧିକ ବ୍ୟବହାର କରନ୍ତି, ଆପଣ ନିଶ୍ଚିତ ଭାବରେ ଧ୍ୟାନ ଦେଇଥିବେ ଯେ ଏହା ଗରମ ହୋଇଯାଏ । ଏପରି ପରିସ୍ଥିତିରେ, ଯଦି ଆପଣ ନିଜ ଫୋନ୍ କଭର ପଛରେ ନୋଟ୍ ରଖୁଛନ୍ତି, ତେବେ ଫୋନର ଉତ୍ତାପ ମୁକ୍ତ ହୋଇପାରେ ନାହିଁ । ଏହି କାରଣରୁ ଫୋନ୍ ବିସ୍ଫୋରଣ ହୋଇପାରେ ।

ଆଉ ଏହି ନୋଟ୍ ଯୋଗୁ ବିସ୍ପୋରଣ ଭୟଙ୍କର ହୋଇଥାଏ । କାହିଁକିନା ନୋଟ୍ ତିଆରିରେ ଅନେକ ପ୍ରକାରର ରାସାୟନିକ ପଦାର୍ଥ ବ୍ୟବହୃତ ହୁଏ । ଏହି ରାସାୟନିକ ପଦାର୍ଥ ନିଆଁକୁ ଆହୁରି ବଢାଇଥାଏ । ଏପରି ପରିସ୍ଥିତିରେ, ଆମେ ଆପଣଙ୍କୁ ପରାମର୍ଶ ଦେବୁ ଯେ ଭୁଲରେ ମଧ୍ୟ ଫୋନ୍ କଭର ପଛରେ କୌଣସି ପ୍ରକାରର ନୋଟ୍ ରଖନ୍ତୁ ନାହିଁ ।
ବିଶେଷଜ୍ଞମାନେ କୁହନ୍ତି ଯେ, ଫୋନରେ ଭଲ କଭର ଲଗାନ୍ତୁ । କାହିଁକିନା ଫୋନରେ ଟାଇଟ୍ କଭର ବ୍ୟବହାର କରାଯିବା ଉଚିତ୍ ନୁହେଁ । କାରଣ ଏହା ମଧ୍ୟ ଫୋନ୍ ଫାଟିବାର ଆଉ ଏକ କାରଣ ବୋଲି ମଧ୍ୟ କୁହାଯାଏ ।












Click it and Unblock the Notifications