International Yoga Day: ଯୋଗ କରୁଛନ୍ତି କି ? ଏମିତି ରଖନ୍ତୁ ଖାଦ୍ୟ ଅଭ୍ୟାସ, ମିଳିବ ବହୁ ଫାଇଦା
International Yoga Day: ଆଧୁନିକ ଦୁନିଆରେ ଆମେ ଆଜି ବି ଯୋଗର ମହତ୍ୱକୁ ବୁଝିପାରିଛନ୍ତି । ଚିକିତ୍ସା ବିଜ୍ଞାନରେ ଯେତେ ଉନ୍ନତି ଆସିଲେ ମଧ୍ୟ ମନ ଓ ଚେତନାକୁ ଶାନ୍ତ ରଖିବା ପାଇଁ ପ୍ରଥମେ ଆବଶ୍ୟକ ପଡ଼ିଥାଏ ଯୋଗ । ଏପରିକି ମାରାତ୍ମକ ରୋଗର ଚିକିତ୍ସା ଆଧୁନିକ ଚିକିତ୍ସା ପଦ୍ଧତି ଅପେକ୍ଷା ବେଶ୍ ସହଜରେ ଯୋଗ ଦ୍ୱାରା ଭଲ ହୋଇପାରୁଛି ।
ଯୋଗ ଦ୍ୱାରା ଶାରୀରିକ ଉପକାର ହେବା ସହିତ ଆମର ମାନସିକ ଅଭିବୃଦ୍ଧି ମଧ୍ୟ ଘଟିଥାଏ । ଏହା କେବଳ ଏହି ଯୋଗ ଓ ପ୍ରାଣାୟମ ଦ୍ୱାରା ହିଁ ହୋଇଥାଏ । ତେଣୁ ମାନସିକ ଭାରସାମ୍ୟ ହରାଉଥିବା ବ୍ୟକ୍ତି ନିଜ ପ୍ରତି ବିଶ୍ୱାସ ହରାଇନଥାଏ । ବାରମ୍ବାର ଯୋଗ କରିବା ଦ୍ୱାରା ନିଜର ମନୋବଳ ବୃଦ୍ଧି ହୋଇଥାଏ ।

ଯୋଗର ମହତ୍ତ୍ୱ ବୁଝିବା ଏବଂ ଏହା ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଯୋଗ ଦିବସ ପାଳନ କରାଯାଏ । ଅନ୍ତର୍ଜାତୀୟ ଯୋଗ ଦିବସର ଉଦ୍ଦେଶ୍ୟ ହେଉଛି ବ୍ୟାୟାମ ଭାବରେ ଯୋଗ ଏବଂ ମାନସିକ ତଥା ଶାରୀରିକ ସ୍ୱାସ୍ଥ୍ୟ ପ୍ରତି ଏହାର ବ୍ୟାପକ ଜନସଚେତନତା ସୃଷ୍ଟି କରିବା । ମନୋବୈଜ୍ଞାନିକ ଏବଂ ଶାରିରୀକ କଲ୍ୟାଣ ପ୍ରସଙ୍ଗରେ ସଚେତନତା ସୃଷ୍ଟି କରିବା ଏହି ମହତ୍ତ୍ୱକୁ ବୁଝାଇଥାଏ । ମାନସିକ ସ୍ୱଚ୍ଛତା ଏବଂ ଚାପମୁକ୍ତ ପରିବେଶରେ ଉନ୍ନତି ପାଇଁ ଆବଶ୍ୟକ ଆତ୍ମ-ସଚେତନତା ପାଇଁ ଧ୍ୟାନ କରିବାର ଅଭ୍ୟାସ ମଧ୍ୟ ଏହା ବିକାଶ କରିବାକୁ ଚେଷ୍ଟା କରେ ।
ତେବେ କେବଳ ଯୋଗ ବା ବ୍ୟାୟାମ କଲେ ଶରୀରକୁ ସମସ୍ତ ଫାଇଦା ମିଳିନଥାଏ । ଏହା ସହ ଆପଣଙ୍କ ଖାଦ୍ୟ ଅଭ୍ୟାସ ଏବଂ ଜୀବନଚର୍ଯ୍ୟା ମଧ୍ୟ ସେଭଳି ହେବା ଆବଶ୍ୟକ । ତେବେ, ଆସନ୍ତୁ ଆମ ଶରୀର ପାଇଁ ଯୋଗ ଏବଂ ଏଥି ସମ୍ପର୍କିତ କିଛି ଖାଦ୍ୟ ବିଷୟରେ ଜାଣିବା ।
ଯୋଗର ଅର୍ଥ ଯେମିତି ଆମେ ବୁଝିଥାନ୍ତି, ଯୋଡ଼ିବା ବା ଏକ କରିବା । ଯୋଗ କରିବା ଅର୍ଥାତ୍ ଆମ ଆତ୍ମାକୁ ପରମାତ୍ମା ସହ ଯୋଡ଼ିବା । ଯୋଗର ଅନେକ ଉପାଦାନ ରହିଛି ଏବଂ ଏହାର ଅଭ୍ୟାସ ନିୟମିତ କରିବା ଦ୍ୱାରା ଆମର ଶରୀର, ମନ ତଥା ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରଣରେ ରଖାଯାଇପାରେ । ତେବେ ଯୋଗ ଅଭ୍ୟାସ କରିବା ସହ କେତେକ ଖାଦ୍ୟର ଧ୍ୟାନ ରଖିବାକୁ ହୁଏ । ନ ହେଲେ ଯୋଗର ପ୍ରଭାବ ଧୀର ହୋଇଯାଏ ଏବଂ ସେତେଟା ଫଳପ୍ରଦ ହୋଇନଥାଏ ।
ଯୋଗର ନିୟମ ଅନୁସାରେ ଆମେ ଅହିଂସା, ସାତ୍ତ୍ୱିକ ଓ ସଫାସୁତୁରା ରହିବା ସହ ଆମର ଖାଦ୍ୟ ମଧ୍ୟ ସେଭଳି ହେବା ଆବଶ୍ୟକ । ଆମେ ସବୁବେଳେ ଶାକାହାରୀ, ସାତ୍ତ୍ୱିକ ଓ ସୁସ୍ଥ ପରିବେଶରେ ପ୍ରସ୍ତୁତ ସ୍ୱାସ୍ଥ୍ୟକର ଖାଦ୍ୟ ସେବନ କରିବା ଉଚିତ୍ ।
ସାତ୍ତ୍ୱିକ ଖାଦ୍ୟ ଖାଆନ୍ତୁ
ଶାକାହାରୀ ଜୀବନଚର୍ଯ୍ୟା ଆମ ଶରୀର ପାଇଁ ବେଶ୍ ଉପଯୋଗୀ । ଆମ ପୂର୍ବପୁରୁଷ ମଧ୍ୟ ସାତ୍ତ୍ୱିକ ଓ ଶାକାହାରୀ ଖାଦ୍ୟ ଉପରେ ନିର୍ଭର କରୁଥିଲେ । ଆମେ ଉଦ୍ଭିଦଜାତ ଦ୍ରବ୍ୟ ଖାଇବା ଉଚିତ୍ । ଏହା ସହ ଋତୁ ଅନୁଯାୟୀ ଫଳ, ପନିପପରିବା ଆଦି ଖାଇବା ଦ୍ୱାରା ଆମକୁ ବିଭିନ୍ନ ଭିଟାମିନ୍ ଓ ଫାଇବର ମିଳେ । ବିଭିନ୍ନ ମିନେରାଲସ୍ରେ ଭରପୂର ଶାଗ ଆଦି ଖାଇବା ମଧ୍ୟ ଜରୁରୀ ।
ବିନା ସାର ଥିବା ପନିପରିବା ସେବନ ଆହୁରି ଉପଯୋଗୀ । ଏଥି ସହିତ ଆପଣ ଡ୍ରାଏ ଫୁଟସ୍ ମଧ୍ୟ ନିଅନ୍ତୁ ଯାହା ଆପଣଙ୍କୁ ପ୍ରୋଟିନ୍ ଦେବ । ନିୟମିତ ଆଲମଣ୍ଡ୍, ୱାଲନଟ୍ ଆଦି ଡ୍ରାଏ ଫ୍ରୁଟସ୍ ସହ ଫ୍ଲାକ୍ସ ସିଡ୍, ରାଶି, ଆଦିରେ ଲଡ଼ୁ ତିଆରି କରି ଖାଇଲେ ଏହା ଆପଣଙ୍କ କ୍ୟାଲସିୟମ୍, ମ୍ୟାଗ୍ନେୟିୟମ୍ ଓ ଲୌହ ପରିମାଣ ନିୟମିତ ରଖିବ ଓ ଶରୀରକୁ ଫୂର୍ତ୍ତି ରଖିବ ।
ଦୁଗ୍ଧ ସେବନ
ଶରୀରକୁ ସୁସ୍ଥ ଓ ଫୁର୍ତ୍ତଲା ରଖିବାରେ ଦୁଗ୍ଧଜାତୀୟ ଖାଦ୍ୟର ବେଶ୍ ଭୂମିକା ରହିଛି । ଛେନା, କ୍ଷୀର ଆମ ପାଇଁ ନିତାନ୍ତ ଜରୁରୀ । ଏହା ବାଦ୍ ଗୋଟା ଶସ୍ୟ ବା ହୋଲ ସେରେଲ ଯେପରିକି ଓଟସ୍, ବିଭିନ୍ନ ମିଲେଟ୍ ଇତ୍ୟାଦି ବି ପୁଷ୍ଟିସାର ବା ପ୍ରୋଟିନ୍ ପାଇଁ ଉପଯୁକ୍ତ ଉତ୍ସ । ଯଦି ଆପଣ ସମ୍ପୂର୍ଣ୍ଣ ଶାକାହାରୀ ଖାଦ୍ୟାଭ୍ୟାସ ଆପଣାଇବାକୁ ଚାହୁଁଛନ୍ତି, ତେବେ ସୋୟାବିନ୍ ମଞ୍ଜି, ସୋୟା କ୍ଷୀର, ତୋଫୁ ଆଦି ଖାଇପାରିବେ । ମାଂସ ମାଛ ଓ ଅଣ୍ଡା ଆଦି ଖାଦ୍ୟ ଯୋଗ ଉପଯୋଗୀ ଖାଦ୍ୟ ନୁହେଁ ।
ଯୋଗ କରୁଥିଲେ କେମିତି କରିବା ଖାଦ୍ୟାଭ୍ୟାସ
ଆମେ ସାଧାରଣତଃ ଭୋକ ଲାଗିଲେ ପେଟ ପୂରା ଖାଦ୍ୟ ଖାଇଥାଉ । ସମୟ ଅଭାବରୁ ହେଉ ଅବା କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଆମକୁ ଏଭଳି କରିୁବାକୁ ପଡ଼ିଥାଏ । କିନ୍ତୁ ଅହି ଅଭ୍ୟାସ ଆମ ଶରୀର ପାଇଁ ଠିକ୍ ନୁହଁ । ଏକା ଥରେ ପେଟ ଭରି ନଖାଇ ଅଳ୍ପ ଅଳ୍ପ କରି ଖାଇବା ଉଚିତ୍ । ମନେରଖନ୍ତୁ ମଧ୍ୟାହ୍ନ ଓ ରାତ୍ରି ଭୋଜନ ପୂର୍ବରୁ ସାଲାଡ୍ ଖାଇବା ଉଚିତ୍ । ସାଲାଡ୍କୁ ଖାଦ୍ୟ ପରେ କିମ୍ୱା ସାଙ୍ଗରେ ଖାଇଲେ ସୁଫଳ ମିଳେ ନାହିଁ ।
ଯୋଗାସନ କରିବାର ଦୁଇଘଣ୍ଟା ପୂର୍ବରୁ ଖାଇବା ସାରିଦଅନ୍ତୁ ଏବଂ ରାତ୍ରିଭୋଜନର ଦୁଇଘଣ୍ଟା ପରେ ଶଯ୍ୟାକୁ ଯାଆନ୍ତୁ । ଜଲଦି ଶୋଇ ଭୋରରୁ ଉଠିବାର ଅଭ୍ୟାସ ଯୋଗ ପାଇଁ ନିହାତି ଜରୁରୀ ।












Click it and Unblock the Notifications