ଶୀତ ଦିନରେ ଗରମ ପାଣିରେ ଗାଧୋଉଥିଲେ ସାବଧାନ

ଶୀତ ଦିନେ ପ୍ରାୟ ସମସ୍ତେ ଗରମ ପାଣିରେ ଗାଧୋଇବା ପସନ୍ଦ କରନ୍ତି। ତେବେ ଆପଣ ଜାଣିଛନ୍ତି କି, ଯଦି ଆପଣ ଗରମ ପାଣିରେ ଗାଧୋଉଛନ୍ତି ତେବେ ଏହା ଆପଣଙ୍କ ଚର୍ମ ଉପରେ କଣ ପ୍ରଭାବ ପକାଇଥାଏ।

ଗରମ ପାଣି ଆପଣଙ୍କ ଶରୀରକୁ ଉଷ୍ମ କରିବା ସହ ଏହା ଶରୀରକୁ ରିଲାକ୍ସ କରେ। ହେଲେ ଏହି ଗରମ ପାଣି ଆପଣଙ୍କ ଚର୍ମରୁ ସମ୍ପୂର୍ଣ୍ଣ ରୂପରେ ତୈଳ ଅଂଶ ଦୂର କରିଦିଏ। ଯାହା ଫଳରେ ଚର୍ମ ସମ୍ପୂର୍ଣ୍ଣ ରୂପରେ ଶୁଷ୍କ ହୋଇଯାଏ। ଏହା ଦ୍ଵାରା କୁଣ୍ଡେଇ ହୁଏ।

ତେଣୁ ଆପଣ ଗରମ ପାଣିରେ ଅଧିକ ସମୟ ଯାଏଁ ଗାଧାନ୍ତୁ ନାହିଁ। ୫ ରୁ ୧୦ ମିନିଟ୍ ଯାଏଁ ଗରମ ପାଣିରେ ଗାଧୋଇ ପାରିବେ। ହେଲେ ଏହା ଠାରୁ ଅଧିକ ସମୟ ଯାଏଁ ଗରମ ପାଣିରେ ଗାଧୋଇବା ଦ୍ଵାରା ଆପଣଙ୍କ ଚର୍ମ ପାଇଁ ଏହା କ୍ଷତିକାରକ ହୋଇପାରେ।

BATH hot water

ଗରମ ପାଣି ଦ୍ଵାରା ହେଉଥିବା କ୍ଷତି-

ସ୍କିନ୍ ଡ୍ୟାମେଜ୍- ଗରମ ପାଣି ଚର୍ମରେ ଥିବା ଚିକ୍କଣ ଅଂଶକୁ ସମ୍ପୂର୍ଣ୍ଣ ରୂପେ ସଫା କରିଦଏ। ଏହାଦ୍ଵାରା ଚର୍ମ ଶୁଷ୍କ ହୋଇଯାଏ।

କୁଣ୍ଡେଇ ହୁଏ- ସ୍କିନ୍ ଶୁଷ୍କ ହେବାପରେ ଏଥିରେ କ୍ରାକ୍ ସୃଷ୍ଟି ହୁଏ। ଏହା ଦେଖା ନଗଲେ ମଧ୍ୟ ଆପଣଙ୍କୁ କୁଣ୍ଡେଇ ହୁଏ।

ଚର୍ମ କୁଞ୍ଚନ- ଗରମ ପାଣିରେ ଆପଣ ନ ମୁଁହ ଧୋଇଲେ ମଧ୍ୟ ଗାଧୋଇବା ସମୟରେ ଏଥିରୁ ବାହାରୁଥିବା ବାଷ୍ପ ଆପଣଙ୍କ ମୁଁହରେ ବାଜିବ। ଏହାଦ୍ଵାରା ଚର୍ମ କୁଞ୍ଚିତ ହୋଇଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+