ଭାରତର ସବୁଠୁ ଛୋଟ ରେଳ
ଭାରତରେ ହଜାର ହଜାର ଯାତ୍ରୀ ଦୈନନ୍ଦିନ ଟ୍ରେନ୍ରେ ଯାତ୍ରା କରିଥାନ୍ତି। ଟ୍ରେନ୍ ଯାତ୍ରାରେ ଅଲଗା ମଜା ଥାଏ। କିନ୍ତୁ ଆପଣ ଜାଣନ୍ତି, ଏଭଳି ଟ୍ରେନ୍ ଛଡ଼ା ଭାରତରେ ଆଉ ଏକ ଖାସ୍ ଟ୍ରେନ୍ ଚଳାଚଳ କରୁଛି, ଯାହାକୁ ଦେଶର ସବୁଠୁ ଛୋଟ ଟ୍ରେନ୍ର ଉପାଧି ମିଳିଛି। ଦେଶର ଏହି ଛୋଟିଆ ଟ୍ରେନ୍ରେ ରହିଛି କେବଳ ତିନୋଟି ବଗି । ଯାହାକୁ ଦେଖିଲେ ଲାଗେ ଟ୍ରେନ୍ ନୁହେଁ ରେଳଧାରଣା ଉପରେ କେବଳ ଗୋଟିଏ ଇଞ୍ଜିନ୍ ଯାଉଛି।

ଏହା ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ କୋଜି ହର୍ବର୍ ଟର୍ମିନସ୍ ଏବଂ ଏର୍ଣାକୁଲମ୍ ଜଙ୍କସନ୍ ମଧ୍ୟରେ ଚଳାଚଳ କରେ। ଟ୍ରେନ୍ର ରୁଟ୍ କେବଳ ୯ କିଲୋମିଟର ପର୍ଯ୍ୟନ୍ତ ରହିଛି। ଏହାକୁ ସେ ୪୦ ମିନିଟ୍ରେ ପୂରା କରିଥାଏ। ଯିବା ଆସିବା କରିବା ବେଳେ କେବଳ ଗୋଟିଏ ଷ୍ଟେସନ୍ରେ କିଛି ସମୟର ବ୍ରେକ୍ ନେଇଥାଏ। ଟ୍ରେନ୍ରେ ଦେଖିବାକୁ ଗଲେ ୩୦୦ ଯାତ୍ରୀଙ୍କ ବସିବାର ବ୍ୟବସ୍ଥା ରହିଛି। ଏଥିରେ ମାତ୍ର ୧୦-୧୨ ଜଣ ଯାତ୍ରୀ ଯାତ୍ରା କରିଥାନ୍ତି। ଟ୍ରେନ୍ର ଆକର୍ଷଣ ଦେଖି ଅନେକ ଲୋକ ଏଥିରେ ଯାତ୍ରାର ଆନନ୍ଦ ଉଠାଇବାକୁ ବ୍ୟାକୁଳ ଥାନ୍ତି।












Click it and Unblock the Notifications