ବଢୁଛି ତାପମାତ୍ରା, କମ୍ ପରିମାଣରେ ପାଣି ପିଉଛନ୍ତି କି! ହୋଇପାରେ ଏହି ଅସୁବିଧା
ଭୁବନେଶ୍ୱର:ସାଧାରଣତଃ ଖରାଦିନରେ ଅନେକ ସ୍ଥାନରେ ପାଣିର ଅସୁବିଧା ଦେଖିବା ପାଇଁ ମିଳିଥାଏ । ଗୋଟିଏ ମନୁଷ୍ୟ ଶରୀରରେ ପାଖାପାଖି ୬୦ ପ୍ରତିଶତ ପାଣିଥାଏ । ପରିସ୍ରା ଏବଂ ଝାଳ ମାଧ୍ୟମରେ ଆମ ଶରୀରରୁ ପାଣି ବାହାରକୁ ବାହାରିଥାଏ । ଡିହାଇଡ୍ରେସନ୍ ରୋକିବା ପାଇଁ ବା ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁ ଆପଣଙ୍କୁ ପ୍ରତ୍ୟେକ ଦିନ ପ୍ରଚୁର ପାଣି ପିଇବା ଆବଶ୍ୟକ । ଡାକ୍ତର ବା ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଦିନକୁ ୭ରୁ ୮ ଗ୍ଲାସ୍ ପାଣି ପିଇବା ପାଇଁ ପରାମର୍ଶ ଦେଇଥାନ୍ତି ।
ଗ୍ରୀଷ୍ମ ଋତୁ ବା ଖରା ଦିନରେ ସୁସ୍ଥ ରହିବା ପାଇଁ ଅଧିକ ପରିମାଣରେ ପାଣି ପିଇବା ଉଚିତ । କାରଣ ଅତ୍ୟଧିକ ଗରମ ହେବା ଦ୍ୱାରା ଶରୀରରୁ ଝାଳ ମାଧ୍ୟମରେ ଜଳ ବାହାରି ଆସିଥାଏ । ତେବେ ଗରମ ଦିନରେ କମ ପରିମାଣରେ ପାଣି ପିଇବା ଦ୍ୱାରା ଶରୀରରେ ଅନେକ ପ୍ରକାର ସମସ୍ୟା ଦେଖାଦେଇଥାଏ । ଚାଲନ୍ତୁ ଜାଣିବା କେଉଁ କେଉଁ ସମସ୍ୟା ଦୃଷ୍ଟି ହୋଇପାରେ ।
ଶରୀରରେ ଜଳ ଅଭାବରୁ ହୋଇଥାଏ ଏହି ସମସ୍ୟା
1.ମୁଣ୍ତବିନ୍ଧା
ସାଧାରଣତଃ ଅଧିକାଶଂ ସମୟରେ ଲୋକଙ୍କର ମୁଣ୍ତବିନ୍ଧା ହୋଇଥାଏ । ଯାହା ମାଇଗ୍ରେନରେ ମଧ୍ୟ ପରିଣତ ହୋଇ ପାରେ । ତେଣୁ ଶରୀରରେ ଜଳର ଅଭାବ ହେଲେ ଏପରି ପ୍ରଚଣ୍ତ ମୁଣ୍ତବିନ୍ଧା ହୋଇଥାଏ । ଦୀର୍ଘ ସମୟ ପର୍ଯ୍ୟନ୍ତ ଡିହାଇଡ୍ରେଟ୍ ରହିବା ଉଚିତ୍ ନୁହେଁ ।
2.ହାଲିଆ ଲାଗିବା
ଯଦି ଆପଣ କମ୍ ପାଣି ପିଉଛନ୍ତି ତେବେ ଏହା ଥକାପଣର ମୁଖ୍ୟ କାରଣ ହୋଇପାରେ । ଶରୀର ଡିହାଇଡ୍ରେଟ୍ ହୋଇଗଲେ ହାଲିଆ ଲାଗିଥାଏ । ଏହି ସମୟରେ ପାନୟ ଜଳର ପରିମାଣ ବୃଦ୍ଧି କରିବା ଉଚିତ୍ ।

3.ବାରମ୍ବାର ପାଟି ଶୁଖିଯିବା
ଗ୍ରୀଷ୍ମ ଋତୁରେ ଲୋକମାନଙ୍କର ପାଟି ଶୁଖିଯାଇଥାଏ । ଲାଳ ପାଟିରୁ ଜୀବାଣୁ ଦୂର କରିବା କାମ କରେ । ଯଦି ପାଟି ଶୁଖିଯାଏ ତେବେ ପାଟିରେ ଖରାପ ବ୍ୟାକ୍ଟେରିଆ ବୃଦ୍ଧି ପାଇଥାଏ ହେଲେ ଅଧିକ ପରିମାଣରେ ପାଣି ପିଇବା ଦ୍ୱାରା ଏପରି ଅସୁବିଧା ହୋଇ ନଥାଏ ।
4.ଚର୍ମ ଶୁଷ୍କତା
କମ୍ ପାଣି ପିଇବାର ପ୍ରଭାବ ଶରୀର ଉପରେ ପଡିଥାଏ । ଚର୍ମ ଶୁଖିଲା ଦେଖାଯାଇଥାଏ । ତ୍ୱଚାରେ ଅନେକ ଦାଗ ମଧ୍ୟ ହୋଇଥାଏ ଖାସ କରି ପିମ୍ପଲ୍ ଅଧିକ ବଢିଯାଇଥାଏ ।
5.କିଟନୀ ସୁସ୍ଥ ରହିବ
କିଡନୀକୁ ସୁସ୍ଥ ରଖିବା ପାଇଁ ପ୍ରତି ୧ ରୁ ୨ ଘଣ୍ଟା ମଧ୍ୟରେ ପାଣି ପିଇବା ଉଚିତ । ଯାହା ଦ୍ୱାରା ଶରୀରରୁ ଦୂଷିତ ପଦାର୍ଥ ଅତି ସହଜରେ ବାହାରିଯାଇଥାଏ ।












Click it and Unblock the Notifications