ଖାଦ୍ୟରେ ନିହାତି ସାମିଲ କରନ୍ତୁ କଖାରୁ, ଫାଇଦା ବିଷୟରେ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ସ୍ବାସ୍ଥ୍ୟ ହିଁ ସମ୍ପଦ । ସୁସ୍ଥ ଶରୀର ପାଇଁ ବିଭିନ୍ନ ପ୍ରକାର ପ୍ରୋଟିନଯୁକ୍ତ ଖାଦ୍ୟର ଆବଶ୍ୟକତା ରହିଛି । ସେହି ସବୁ ମଧ୍ୟରୁ କଖାରୁ ଅନ୍ୟତମ । କଖାରୁକୁ ବ୍ୟବହାର କରି ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ । କିନ୍ତୁ ବିଶେଷ ଭାବେ କଖାରୁକୁ ଡାଲମାରେ ବ୍ୟବହାର କରାଯାଇଥାଏ । କଖାରୁରେ ଅନେକ ଭିଟାମିନ୍ ଭରପୂର ମାତ୍ରାରେ ରହିଛି । ଏହା ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟକ ହୋଇଥାଏ । ଯାହା ବିଭିନ୍ନ ରୋଗରୁ ଉପଶମ ଦେଇଥାଏ ।

pumpkin

କଖାରୁ କ୍ୟାଲୋରୀ, ପ୍ରୋଟିନ , କାର୍ବୋହାଇଡ୍ରେଟ୍, ଆଇରନ, ଫାଇବର, ସୋଡିୟମ ଏବଂ ଫୋଲେଟ୍ ଭଳି ପୁଷ୍ଟିକର ତତ୍ତ୍ୱରେ ଭରପୂର । ଏହା ବ୍ୟତୀତ ଏଥିରେ ଭିଟାମିନ-ସି, ଭିଟାମିନ ଇ ର ଗୁଣ ମଧ୍ୟ ମିଳିଥାଏ । କଖାରୁରେ ଆଣ୍ଟି-ଡାଇବେଟିକ୍, ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି-କାର୍ସିନୋଜେନିକ ଏବଂ ଆଣ୍ଟି-ଇମ୍ଫ୍ଲେମାଟ୍ରି ଗୁଣ ମଧ୍ୟ ମିଳିଥାଏ। ଏଥିରେ ଥିବା ଲାଭକାରୀ ଗୁଣ ଯୋଗୁଁ ଏହା ପେଟ ଜନିତ ସମସ୍ୟାଠାରୁ ଆରମ୍ଭ କରି ହାର୍ଟଜନିତ ସମସ୍ୟା ଏବଂ କେଶ ଜନିତ ସମସ୍ୟାଠାରୁ ଦୂରରେ ରଖିଥାଏ । ତେବେ ଆସନ୍ତୁ କଖାରୁର ଲାଭକାରୀ ଗୁଣ ସମ୍ପର୍କରେ ଜାଣିବା ।

ଏଥିରେ ଥିବା ଭିଟାମିନ୍ ସି ଏବଂ ଭିଟାମିନ୍ ଇ ଗୁଣ ଥିବାରୁ ଏହାକୁ କେଶ ଏବଂ ଚର୍ମ ପାଇଁ ଭଲ ବୋଲି ବିବେଚନା କରାଯାଏ । ଯାହା ପାଚନ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଏଥିରେ କମ୍ କ୍ୟାଲୋରୀ ଥିବାରୁ ଓଜନ ହ୍ରାସ କରିବାରେ ସହାୟକ କରିଥାଏ ।

ଯଦି ଆପଣ କୋଷ୍ଠକାଠିନ୍ୟ ରୋଗରେ ପୀଡିତ ଅଛନ୍ତି ତେବେ ଏହି ସମସ୍ୟା ପାଇଁ କଖାରୁ ବେଷ୍ଟ ହୋଇଥାଏ । କଖାରୁ ମଞ୍ଜିରେ ଫାଇବର ଗୁଣ ଥାଏ । ଯାହା ପାଚନ କ୍ରିୟାକୁ ମଜବୁତ କରିଥାଏ । ଏସିଡିଟି ଏବଂ ପେଟ ଜଳିବା ସମସ୍ଯାରୁ ମଧ୍ଯ ଆରାମ ଦେଇଥାଏ । କଖାରୁ ଡାଇବେଟିସ ରୋଗୀଙ୍କ ପାଇଁ ବେଶ୍ ଉପଯୋଗୀ । ଭିଟାମିନ୍ ସି ରେ ଭରପୁର ଥିବା କଖାରୁ ଆମ ଶରୀରରେ ଇନସୁଲିନ୍ ମାତ୍ରାକୁ କଣ୍ଟ୍ରୋଲ କରିବା ସହ ବଢିଥିବା ସୁଗାର ମାତ୍ରାକୁ ମଧ୍ଯ କମ୍ କରିଥାଏ । ଡାଇବେଟିସ୍ ରୋଗୀଙ୍କୁ ସପ୍ତାହରେ ଅତି କମ୍ ରେ ୨ ଥର କଖାରୁ ଖାଇବା ଜରୁରୀ ବୋଲି କୁହାଯାଇଛି ।

ବର୍ତ୍ତମାନ ସମୟରେ ଛୋଟରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ଆଖି ଜନିତ ସମସ୍ୟା ଦେଖିବାକୁ ମିଳୁଛି । ତେଣୁ କଖାରୁରେ କ୍ୟାରୋଟିନ୍ ଥିବାରୁ ଆଖିକୁ ସୁସ୍ଥ ରଖିଥାଏ । ଏଥି ସହ ଆଖିର ଦୃଷ୍ଟି ଶକ୍ତିକୁ ବଢ଼ାଇଥାଏ । ଆମ ମଜବୁତ ହାନ ପାଇଁ କ୍ୟାଲସିୟମର ଆବଶ୍ୟକତା ଥାଏ । ତେଣୁ କଖାରୁ ଏଥି ପାଇଁ ଭଲ ବୋଲି ବୋଲି ବିବେଚନା କରାଯାଏ । କଖାରୁ ଖାଇବା ଦ୍ବାରା ହାଡ଼ର ଗଠନ ଏବଂ ବିକାଶ ସଠିକ୍ ଉପାଦାନରେ କରିଥାଏ ।

ଏଥିରୁ ମେଦବହୁଳତା ବିରୋଧୀ ଗୁଣ ମିଳିଥାଏ । ଯାହା ଦ୍ବାରା ଓଜନ ବୃଦ୍ଧିକୁ ହ୍ରାସ କରାଯାଇପାରିବ । ଏହାକୁ ଖାଦ୍ୟରେ ସାମିଲ କରିବା ଦ୍ବାରା ଓଜନ ନିୟନ୍ତ୍ରଣକୁ ସହଜ କରିଦେଇଥାଏ । ଏଥିରେ ଥିବା ଭରପୁର ପୋଷକ ତତ୍ତ୍ବ ଗୁଣ ହେତୁ ଏହା ଆପରଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢାଇଥାଏ । ଏହା ସୁସ୍ଥ ହାର୍ଟ ପାଇଁ ମଧ୍ୟ ଫଳପ୍ରଦ ହୋଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+