ପ୍ରତ୍ୟେକ ଦିନ ଖାଦ୍ୟରେ ସାମିଲ କରନ୍ତୁ ପୋଟଳ, ପାଖ ମାଡ଼ିବ ନାହିଁ ଏହି ୫ ରୋଗ
ପୋଟଳ ଏକ ଏପରି ପରିବା ଯାହା ଖାଇବାକୁ ଯେତିକି ସ୍ୱାଦିଷ୍ଟ ଶରୀର ପାଇଁ ସେତିକି ହୀତକର। ପୋଟଳରେ ଥିବା ଆଣ୍ଟି-ହାଇପରଲିପିଡେମିକ୍ ଗୁଣ କୋଲେଷ୍ଟ୍ରଲ୍ ନିୟନ୍ତ୍ରଣରେ ସାହାଯ୍ୟ କରିଥାଏ।

କୋଲେଷ୍ଟ୍ରଲ୍ ନିୟନ୍ତ୍ରଣ କରିବାରେ ପୋଟଳ ଖୁବ୍ ସହାୟକ ହୋଇଥାଏ। ବ୍ୟାଡ୍ କୋଲେଷ୍ଟ୍ରଲ୍ ସମସ୍ୟା ହ୍ରାସ କରିବା ପାଇଁ ପୋଟଳ ଲାଭଦାୟକ ଅଟେ।
କୋଲେଷ୍ଟ୍ରଲ୍ ନିୟନ୍ତ୍ରଣ କରିବାରେ ପୋଟଳ ଖୁବ୍ ସହାୟକ ହୋଇଥାଏ। ବ୍ୟାଡ୍ କୋଲେଷ୍ଟ୍ରଲ୍ ସମସ୍ୟା ହ୍ରାସ କରିବା ପାଇଁ ପୋଟଳ ଲାଭଦାୟକ ଅଟେ।
କେବଳ କୋଲେଷ୍ଟ୍ରଲ୍ ନୁହେଁ ପାଚନ ସମସ୍ୟା ଥିବା ଲୋକଙ୍କ ପାଇଁ ମଧ୍ୟ ଏହା ଖୁବ୍ ଲାଭଦାୟକ ଅଟେ। ପୋଟଳ ଖାଇବା ଦ୍ୱାରା ଗ୍ୟାସ୍, ବଦହଜମୀ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦୂର ହୋଇଥାଏ।
ପୋଟଳ ଖାଇବା ଦ୍ୱାରା ଶରୀରର ଅତିରିକ୍ତ ଓଜନ ହ୍ରାସ ପାଇବାରେ ମଧ୍ୟ ସହାୟକ ହୋଇଥାଏ।
ନିମ୍ବ ଏବଂ ପୋଟଳ ପତ୍ରର କାଢା ତିଆରି କରି ବ୍ୟବହାର କରିବା କୁଷ୍ଠ ରୋଗ ମଧ୍ୟ ଠିକ୍ ହୋଇଥାଏ ବୋଲି ଆୟୁର୍ବେଦ କହିଥାଏ।
ପୋଟଳ ଖାଇବା ଦ୍ଵାରା ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ଭିଟାମିନ୍ ସି ତତ୍ତ୍ୱ ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ କରିଥାଏ।












Click it and Unblock the Notifications