କେଉଁ ଦିଗରେ ଘରେ ଜାଳିବେ ଦୀପ, ଭୁଲ ଜାଗାରେ ଜାଳୁ ଥିଲେ ହୋଇଯାଆନ୍ତୁ ସାବଧାନ !

ଘରେ ଦୀପ ଜାଳିବାକୁ ଖୁବ୍‌ ଶୁଭ ବୋଲି ବିବେଚନା କରାଯାଇଥାଏ। ଏହାଦ୍ୱାରା ଘରେ ସୁଖଶାନ୍ତି ବଜାୟ ରହିଥାଏ ବୋଲି ବିଶ୍ୱାସ ରହିଛି। ଘରେ ପଜିଟିଭ ଏନର୍ଜୀ ଖେଳି ଯାଇଥାଏ।

diwa

ମାତ୍ର ଘରେ ଦୀପ ଜାଳିବା ପୂର୍ବରୁ କିଛି ନିୟମ ମାନି ରଖନ୍ତୁ। କାରଣ ଘରର ଯେକୌଣସି କୋଣରେ ଦୀପ ଜାଳିଲେ ଆପଣଙ୍କୁ ଏହାର ଶୁଭ ଫଳ ମିଳି ନ ଥାଏ। ଏହାଦ୍ୱାରା ଆପଣଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଘରୁ ସୁଖ ଶାନ୍ତି ହଜିଯିବା ସହ ପରିବାରରରେ ସବୁବେଳେ ଅଶାନ୍ତି ଲାଗି ରୁହେ।

ତେଣୁ ଆସନ୍ତୁ ଜାଣିବା ଘରର କେଉଁ କୋଣରେ ଦୀପ ଜାଳିଲେ ମିଳିଥାଏ ଶୁଭ ଫଳ ?

କେବେ ବି ଘରର ଦକ୍ଷିଣ କୋଣରେ ଜଳୁଥିବା ଦୀପକୁ ରଖନ୍ତୁ ନାହିଁ। ଏହା ବହୁ ସମସ୍ୟାର ଆରମ୍ଭ ବୋଲି ଜାଣି ରଖନ୍ତୁ। କାରଣ ହିନ୍ଦୁ ଶାସ୍ତ୍ର ଅନୁଯାୟୀ, ଦକ୍ଷିଶ ଦିଗର ସମ୍ପର୍କ ଯମ ରାଜଙ୍କ ସହ ରହିଛି।

ତେଣୁ ଘରର ଦକ୍ଷିଣ କୋଣରେ କେବେ ବି ଜଳୁଥିବା ଦୀପ ରଖନ୍ତୁ ନାହିଁ ବା ଦୀପ ପ୍ରଜ୍ଜ୍ୱଳିତ କରନ୍ତୁ ନାହିଁ।

ସବୁବେଳେ ଘରର ଉତ୍ତର ଦିଗରେ ଦୀପ ପ୍ରଜ୍ଜ୍ୱଳିତ କରନ୍ତୁ। କାରଣ ଏହି ଦିଗର ସମ୍ବନ୍ଧ ଧନ ଦେବତା କୁବେରଙ୍କ ସହ ରହିଛି। ଏହାଦ୍ୱାରା ଆପଣଙ୍କୁ କେବେ ଅର୍ଥର ସଙ୍କଟ ଅନୁଭବ ହେବନି। ଘରେ ସବୁବେଳେ ସୁଖଶାନ୍ତି ବିରାଜମାନ ରହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+