ଘରେ ଲଗାନ୍ତୁ ଏହିସବୁ ଗଛ; ଚମକାଇ ଦେବ ଆପଣଙ୍କ ଭାଗ୍ୟ ! ଜାଣନ୍ତୁ କେଉଁଠି ଲଗାଇବେ କେଉଁ ଗଛ

ବାସ୍ତୁ ଶାସ୍ତ୍ର ଅନୁସାରେ ପ୍ରତ୍ୟେକଙ୍କ ଘରେ ସବୁଜ ପତ୍ର ଦ୍ୱାରା ଆଚ୍ଛାଦିତ ଛୋଟ ଗଛ ହେଉ ବା ବଡ ଗଛ ରହିବା ନିହାତି ଦରକାର । କିନ୍ତୁ ଘର ମଧ୍ୟରେ ଏହି ଗଛ ଗୁଡିକ ଠିକ୍ ଦିଗରେ ରହିବ ଜରୁରୀ ଅଟେ ।

ଘର ବଗିଚାରେ ଗଛ ଲଗାଇବା ଦ୍ୱାରା ସକରାତ୍ମକ ପରିବେଶ ସୃଷ୍ଟି ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ପ୍ରତ୍ୟେକଙ୍କ ଘରେ ସବୁଜ ପତ୍ର ଦ୍ୱାରା ଆଚ୍ଛାଦିତ ଛୋଟ ଗଛ ହେଉ ବା ବଡ ଗଛ ରହିବା ନିହାତି ଦରକାର । କିନ୍ତୁ ଘର ମଧ୍ୟରେ ଏହି ଗଛ ଗୁଡିକ ଠିକ୍ ଦିଗରେ ରହିବ ଜରୁରୀ ଅଟେ । ଗଛ ଗୁଡିକୁ ଘରେ ଲଗାଇବା ସମୟରେ କିଛି ନିୟମଗୁଡିକୁ ପାଳନ କରିବା ନିତାନ୍ତ ଆବଶ୍ୟକ । ତେବେ ଜାଣନ୍ତୁ କେଉଁଠି କେଉଁ ଗଛ ଲଗାଇବା
ଘର ବାହାରେ ଫୁଲ ଗଛ: ଆପଣଙ୍କ ଘରର ବାହାର ପାର୍ଶ୍ଵରେ ଏବଂ ଭିତର ପାର୍ଶ୍ୱରେ ଫୁଲ ଗଛ ନିଶ୍ଚିତ ରୂପରେ ଲଗାନ୍ତୁ । କାରଣ ଘରର ଆଖପାଖରେ ଫୁଲ ଗଛ ରହିବା ଆପଣଙ୍କ ପାଇଁ ଶୁଭଦାୟକ ହୋଇଥାଏ ଏବଂ ଆପଣଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ମନରେ ସତେଜ ଅନୁଭବ ହୋଇଥାଏ ।
ତୁଳସୀ ଗଛ: ଘରେ ତୁଳସୀ ଗଛ ରହିବା ଅତ୍ୟନ୍ତ ଜରୁରୀ । ଏହି ତୁଳସୀ ଗଛକୁ ଆପଣ ଘରର ଅଗଣାରେ ନିଶ୍ଚିତ ଭାବରେ ଲଗାନ୍ତୁ। ଏହି ପବିତ୍ର ଗଛ ଦ୍ୱାରା ଘରକୁ କୌଣସି ନକରାତ୍ମକ ପ୍ରଭାବ ପ୍ରବେଶ କରିପାରେ ନାହିଁ ଓ ଘରେ ସର୍ବଦା ଶାନ୍ତିର ବାତାବରଣ ଆଚ୍ଛାଦିତ ହୋଇ ରହିଥାଏ ।

ବାସ୍ତୁ
ଘରର ଛାତ ଉପରେ: ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଛାତ ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ ଏବଂ ଛାତ ଉପରେ କୌଣସି ପ୍ରକାରର ମଧ୍ୟ ଅପଦ୍ରବ୍ୟ ବା ଅବ୍ୟବହୃତ ଦ୍ରବ୍ୟ ଓ ଅସନା ସାମଗ୍ରୀ ଥିଲେ ତୁରନ୍ତ ବାହାର କରି ଦିଅନ୍ତୁ । ନିଜ ଛାତ ଉପରେ ଅନେକ ଗୁଡିଏ ଫୁଲ ଗଛ ଲଗାନ୍ତୁ । ଏହା ଦ୍ୱାରା ଆପଣ ଘର ନକରାତ୍ମକ ଶକ୍ତି ପ୍ରଭାବରୁ ରକ୍ଷା ପାଇପାରିବ ।
ଶୟନ କକ୍ଷ: ଶୟନ କକ୍ଷରେ ଆପଣ ଛୋଟ ଗଛ ଲଗାଇ ପାରିବେ। ସୂର୍ଯ୍ୟମୁଖୀ ଫୁଲ ଗଛକୁ ବେଡ୍ ରୁମ୍ ରେ ରଖିବା ଦ୍ୱାରା ଘରେ ଶାନ୍ତିର ବାତାବରଣ ରହିବ । ଏହି ଗଛକୁ ଆପଣ ନିଜ କକ୍ଷର କୋଣରେ ହିଁ ରଖିବେ । କାହିଁକି ନା ବାସ୍ତୁ ଶାସ୍ତ୍ର ନିୟମାନୁସାରେ କୋଣରେ ସୂର୍ଯ୍ୟମୁଖୀ ଫୁଲ ଗଛ ରଖିବା ଶୁଭଦାୟକ ବୋଲି ଗ୍ରହଣ କରାଯାଇଛି । ଏହି ଫୁଲ ଗଛକୁ ଚୀନମାଟିର ଫୁଲ ଦାନୀରେ ଲଗାଇବା ଦରକାର ଏବଂ ଯେତେବେଳେ ଏହି ଫୁଲ ଗଛ ଶୁଖି ଯିବ ସେତେବେଳେ ଏହି ଗଛକୁ ନିଜ କକ୍ଷରୁ ବାହାର କରି ଦିଅନ୍ତୁ ଏବଂ ଆଉ ଏକ ନୂଆ ସୂର୍ଯ୍ୟମୁଖୀ ଫୁଲ ଗଛ ଲଗାନ୍ତୁ ।

ଲାଇଫଷ୍ଟାଇଲ୍
ଝଙ୍କାଳିଆ ଗଛ: ଏପରି ଅନେକ ଗଛ ଅଛି ଯେଉଁଗୁଡିକ ଲମ୍ବା ଓ ଝଙ୍କାଳିଆ ହୋଇଥାଏ । ଏହିପରି ଲମ୍ବା ଓ ଝଙ୍କାଳିଆ ଗଛ ଗୁଡିକୁ ଘରେ ଲଗାଇବା ବହୁତ ଭଲ । ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଏହାପରି ଲମ୍ବା ଓ ଝଙ୍କାଳିଆ ଗଛ ଲଗାଇବା ଦ୍ୱାରା ଘରେ ସକାରତ୍ମକ ଶକ୍ତି ରହିଥାଏ। କିନ୍ତୁ ଏହିପରି ଗଛ ଗୁଡିକୁ ଘରର ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ହିଁ ରଖିବା ଉଚିତ ଏବଂ ଘରର ଦୁଆର ଠାରୁ ଅଳ୍ପ ଦୂରରେ ରଖିବା ଶୁଭଦାୟକ ।
ଅତିଥି କକ୍ଷରେ ଫୁଲଗଛ: ଅତିଥି କକ୍ଷ ଘରର ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏବଂ ଏହି କକ୍ଷରେ ରଖାଯାଇଥିବା ସମସ୍ତ ସାମଗ୍ରୀର ପ୍ରଭାବ ଘର ଉପରେ ପଡିଥାଏ। ତେଣୁ ଅତିଥି କକ୍ଷରେ ଯେଉଁ ସବୁ ସାମଗ୍ରୀ ରଖୁଛନ୍ତି ବା ରଖିବା ପୂର୍ବରୁ ଭାବିଚିନ୍ତି ରଖିବା ଉଚିତ । କେଉଁ ସାମଗ୍ରୀ କେଉଁ ଦିଗରେ ରହିବ ଭାବିଚିନ୍ତି ରଖନ୍ତୁ। ବିଶେଷକରି ଅତିଥି କକ୍ଷରେ କାଠ ନିର୍ମିତ ଆସବାବପତ୍ର ରଖିବା ଭଲ। ଏହା ସହିତ ଅତିଥି କକ୍ଷରେ ଫୁଲଦାନୀ ମଧ୍ୟ ରଖିବା ବହୁତ ଭଲ ଅଟେ । ଫୁଲଦାନୀ ରଖିବା ଦ୍ୱାରା ଘରେ ସକରାତ୍ମକ ପ୍ରଭାବ ପଡିଥାଏ ।
ହେଲେ ସବୁବେଳେ ମନେ ରଖିବେ କଣ୍ଟା ଗଛ କେବେ ବି ହେଲେ ଘରେ ରଖିବେ ନାହିଁ। କାରଣ କଣ୍ଟା ଗଛ ରଖିବା ଦ୍ୱାରା ଘରେ ସବୁବେଳେ କଳି ଝଗଡା ଲାଗିରହିବ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+