ଜାଣନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା, ମଧ୍ୟାହ୍ନ ଭୋଜନ ପରେ କେତେ ଘଣ୍ଟା ରେଷ୍ଟ ନେବା ଆବଶ୍ୟକ , ଅଧିକ ହେଲେ ହୋଇପାରେ....
ସାଧାରଣ ଭାବରେ ଭାରତୀୟ ମାନଙ୍କର ଗୋଟିଏ ଅଭ୍ୟାସ ହେଉଛି ମଧ୍ୟାହ୍ନ ଭୋଜନ ଖାଇସାରି କିଛି ସମୟ ପାଇଁ ଶୋଇବା ବା ବିଶ୍ରାମ ନେବା, କିନ୍ତୁ ଏହା ଆମେ କରିବା କି ନାହିଁ କିମ୍ବା ଏହା ଆମ ପାଇଁ କେତେ ଆବଶ୍ୟକ ? ଏହାକୁ ନେଇ ଏକ୍ସପର୍ଟ କଣ କହିଛନ୍ତି ଆସନକୁ ଜାଣିବା । ଏକ୍ସପର୍ଟ ଙ୍କ ମତ ରହିଛି ଯେ ପ୍ରତିଦିନ ମଧ୍ୟାହ୍ନ ଭୋଜନ ପରେ କିଛି ସମୟ ପାଇଁ ଶୋଇବା ନିହାତି ଜରୁରୀ । ଏହା ସମ୍ପୂର୍ଣ ଶରୀର ପାଇଁ ଖୁବ ଜରୁରୀ । ଏହାଦ୍ୱାରା ମାନସିକ ଓ ଶାରୀରିକ ସ୍ତରରେ ଖୁବ ଲାଭ ମିଳିଥାଏ । କିନ୍ତୁ ଏହି ସମୟ ରେ କିଛିଟା କଥାକୁ ଧ୍ୟାନ ରଖିବା ଜରୁରୀ ।

ଦ୍ୱିପ୍ରହର ସମୟରେ ଶୋଇବାର ଶରୀର ପକ୍ଷରେ ଲାଭ -:
- ହାର୍ଟ ହେଲ୍ଥ ଠିକ ରହିଥାଏ ଓ ରକ୍ତଚାପ ସନ୍ତୁଳିତ ରହିଥାଏ ।
- କୌଣସି ସର୍ଜରୀ କରିବା ପରେ ଦ୍ୱିପ୍ରହର ସମୟରେ ଶୋଇବା ଲାଭ ଦାୟକ ।
- ହର୍ମୋନସ ସନ୍ତୁଳିତ ରହିଥାଏ ଓ ମନ ପ୍ରଫୁଲ୍ଲିତ ରହିଥାଏ ।
- ମଧୁମେହ, PCOD , ଥାଇରଏଡ ଓ ଓଭର ଇଟିଙ୍ଗ ଭଳି ସମସ୍ୟା ରୁ ଆରମ୍ଭ ମିଳିଥାଏ ।
- ପାଚନଶକ୍ତି ଠିକ ରହିଥାଏ, କୋଷ୍ଠ କାଠିନ୍ୟ ଭଳି ସମସ୍ୟା ଦୂର ହୋଇଥାଏ ।
- ଡାନଡ୍ରଫ ଠାରୁ ମୁକ୍ତି ମିଳିଥାଏ ।
- ରାତିରେ ନିଦ୍ରା ହୀନତାରୁ ଦୁରେଇ ରଖିଥାଏ ।
- ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
କିନ୍ତୁ ମଧ୍ୟାହ୍ନ ଭୋଜନ ପରେ ଶୋଇବା ଆଗରୁ କିଛିଟା କଥାକୁ ଧ୍ୟାନ ରଖିବା ଜରୁରୀ -
- ମଧ୍ୟାହ୍ନ ଭୋଜନ ପରେ କଡେଇ ହୋଇ ଶୋଇବା ଜରୁରୀ ।
- ଏକ୍ସପର୍ଟ ଙ୍କ ମତରେ ମଧ୍ୟାହ୍ନ ଭୋଜନ ପରେ ୧୦ ରୁ ୨୦ ମିନିଟ ଶୋଇବା ଜରୁରୀ , ଅଧିକ ଶୋଇବା ଉଚିତ ନୁହେଁ ।
- ଖାଇ ସାରିବା ପରେ ତୁରନ୍ତ ତୁରନ୍ତ ନାହିଁ ।
- ବୟସ୍କ, ରୋଗୀ ଏବଂ ଛୋଟ ପିଲା ଦେଢ଼ ଘଣ୍ଟା ଶୋଇବା ଜରୁରୀ ।












Click it and Unblock the Notifications