Get Updates
Get notified of breaking news, exclusive insights, and must-see stories!

IGNOU : ଇଗ୍ନୋର ନାମଲେଖା ଅବଧିକୁ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି

ଇଗ୍ନୋର ନାମଲେଖା ଅବଧିକୁ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଗଲା । ବିଭିନ୍ନ ବର୍ଗର ଲୋକଙ୍କ ଆବଶ୍ୟକତାକୁ ଅନୁଧ୍ୟାନ କରି ଇଗ୍ନୋ କର୍ତ୍ତୃପକ୍ଷ ଜୁଲାଇ ୨୦୨୫ ଶିକ୍ଷାସତ୍ର ପାଇଁ ନାମଲେଖା ଅବଧିକୁ ଏବଂ ପୁନଃ ପଞ୍ଜିକରଣ ସମାୟାବଧିକୁ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ପୁନଃ ପଞ୍ଜିକରଣ ପାଇଁ ଅତିରିକ୍ତ ୨୦୦ ଟଙ୍କା ବିଳମ୍ବ ଶୁଳ୍କ ଦେବାକୁ ହେବ । ଆଗ୍ରହୀ ଛାତ୍ରଛାତ୍ରୀ ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଇଗ୍ନୋର ୱେବସାଇଟ www.ignou.ac.in କୁ ଅନୁସରଣ କରିପାରିବେ । ନାମ ଲେଖାଇବା ପାଇଁ ଆବେଦନ କରିବା ଲିଙ୍କ ହେଲା https://ignouadmission.samarth.edu.in । ଅଣ୍ଡର ଗ୍ରାଜୁଏଟ (ବିଏସସିଏମ), (ବିକମଏମଏଫ), (ବିଏଏମ) ପ୍ରୋଗ୍ରାମରେ ନାମ ପଞ୍ଜିକରଣ କରିବାକୁ ଚାହୁଁଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କପାଇଁ ନାମଲେଖା ଦେୟ ଏବଂ ପୁନଃ ପଞ୍ଜିକରଣ ଦେୟ ୫୦% ଛାଡ଼ କରାଯାଇଛି ।

ତେବେ ଯେଉଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନେ ଯଦି ଅନ୍ୟ କୌଣସି ସୂତ୍ରରୁ ରିହାତିର ସୁବିଧା ପାଉଥିବେ ତେବେ ସେମାନେ ଇଗ୍ନୋ ତରଫରୁ ଦିଆଯାଉଥିବା ଏହି ରିହାତି ପାଇବାକୁ ଯୋଗ୍ୟ ହେବେ ନାହିଁ । ଚଳିତବର୍ଷ ଏମଏସସି ରେ କିଛି ନୂତନ ପାଠ୍ୟକ୍ରମ ଆରମ୍ଭ କରାଯାଇଛି ।

IGNOU IGNOU registration deadline extended till September 15

ଏଥିମଧ୍ୟରେ ରହିଛି ଏମଏସସି (ଜୁଲୋଜୀ), ଏମଏସସି (କେମିଷ୍ଟ୍ରି), ଏମଏସସି (ଏନାଲିଟିକାଲ୍ କେମିଷ୍ଟ୍ରି), ଏମଏସସି (ବାୟୋକେମିଷ୍ଟ୍ରି), ଏମଏସସି (ଜିଓଇନଫର୍ମାଟିକ୍ସ), ଏମଏସସି (ଫିଜିକ୍ସ), ଏମଏସସି (ଆପ୍ଲାଏଡ୍ ଷ୍ଟାଟିଷ୍ଟିକ୍ସ), ଏମଏସସି (ଜିଓଗ୍ରାଫି) (ଏମଏସସିଜିଜି) ଏବଂ ଏଆଇସିଟିଇ ସ୍ୱୀକୃତ ଏମବିଏ ଓ ଏମସିଏ ଅନ୍ୟତମ ।

ସମ୍ପୂର୍ଣ୍ଣ ପ୍ରସ୍ପେକ୍ଟସ୍ ସିଧାସଳଖ ଇଗ୍ନୋ ୱେବସାଇଟରୁ ଡାଉନଲୋଡ କରାଯାଇପାରିବ । ନୂତନ ଶିକ୍ଷାନୀତି ଅନୁଯାୟୀ ଜଣେ ଚାହିଁଲେ ଦୁଇଟି ବିଷୟରେ ଡ଼ିଗ୍ରୀ କରିପାରିବେ ଏବଂ ଏହି ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଇଗ୍ନୋର ୱେବସାଇଟରେ ପ୍ରଦାନ କରାଯାଇଛି ।

ଅନ୍ୟାନ୍ୟ ସୂଚନା ପାଇବା ପାଇଁ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଭୁବନେଶ୍ୱରକୁ ଫୋନ୍ ୦୬୭୪-୨୩୦୧୩୪୮, ୨୯୭୧୦୭୧ କିମ୍ବା ଇ-ମେଲ [email protected] ଏବଂ [email protected] ଜରିଆରେ ଯୋଗାଯୋଗ କରିବାପାଇଁ ଆଞ୍ଚଳିକ କେନ୍ଦ୍ରର ବରିଷ୍ଠ ନିର୍ଦ୍ଦେଶକ ଡ଼. ମନୋଜ କୁମାର ଦାଶ ଜଣାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+