ସୁସ୍ଥ ରହିବାକୁ ଚାହୁଁଥିଲେ ଭୁଲରେ ବି ରାତିରେ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ, ଦେଖା ଦେବ ବଡ ସମସ୍ୟା
ଫଳରେ ଅନେକ ପୋଷକତତ୍ତ୍ୱ ଭରି ରହିଛି। ହେଲେ ଏହାକୁ ରାତିରେ ଖାଇଲେ ହଜମ ହେବାରେ କଷ୍ଟ ହୋଇଥାଏ। ତା'ଛଡ଼ା ଏହାଦ୍ୱାରା ଛାତିରେ କଫ ଜମା ହେବାର ବି ଆଶଙ୍କା ଥାଏ।
ତେଲ ମସଲାଯୁକ୍ତ ଖାଦ୍ୟ: ରାତ୍ରଭୋଜନରେ ଏଭଳି ଖାଦ୍ୟ ଖାଇଲେ ହଜମ ନ ହୋଇପାରି ଏସିଡିଟି, ଗ୍ୟାସ୍ ଏବଂ ଛାତି ଜଳିବା ଭଳି ସମସ୍ୟା ଉପୁଜିଥାଏ। ଏଣୁ ନିଦ୍ରାରେ ବାଧା ସୃଷ୍ଟି ହୋଇଥାଏ। ଏହା ବଦଳରେ ଆପଣ ଅଳ୍ପ ତେଲ ମସଲାଯୁକ୍ତ ସୁଷମ ଖାଦ୍ୟ ଖାଇଲେ ସ୍ବାସ୍ଥ୍ୟ ପ୍ରତି ହିତକର।

ଚକୋଲେଟ୍: ଖାଇ ସାରିବା ପରେ କିଛି ମିଠା କିମ୍ବା ଚକୋଲେଟ୍ ଖାଇବାକୁ ଅନେକେ ପସନ୍ଦ କରନ୍ତି। ହେଲେ ରାତିରେ ଚକୋଲେଟ୍ ଖାଇଲେ ଏଥିରେ ଥିବା କ୍ୟାଫିନ୍ ନିଦ୍ରାହୀନତାର କାରଣ ସାଜିଥାଏ। ଏହା ବ୍ୟତୀତ ଏଥିରେ ଅଧିକ ମାତ୍ରାରେ ଥିବା ଚିନି ବା ସୁଗାର ମଣିଷଠାରେ ମେଦବହୁଳତା ସମସ୍ୟା ସୃଷ୍ଟି କରିଥାଏ।












Click it and Unblock the Notifications