ଓଜନ କମାଇବା ପାଇଁ ପ୍ରତିଦିନ ପିଅନ୍ତୁ ଏହି ଚା'
Health Tips: ଆଜିକା ତାରିଖରେ ପ୍ରତ୍ୟେକ ବ୍ୟକ୍ତି ଫିଟ୍ ରହିବା ପାଇଁ ପସନ୍ଦ କରୁଛନ୍ତି । ହେଲେ ମେଦ ବହୁଳତା ସାଜିଛି ଏକ ଚିନ୍ତାର ବିଷୟ । ଆଜି ଆମେ ଆପଣଙ୍କୁ ଏପରି ଏକ ଚା'ବିଷୟରେ ସୂଚନା ଦେବୁ ଯାହା ଆପଣଙ୍କୁ ସୁସ୍ଥ ରଖିବା ସହ ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିବ ।
ଅଁଳା ଭିଟାମିନ୍, ମିନେରାଲ୍ସ ଏବଂ ପୋଷକ ତତ୍ତ୍ୱରେ ଭରପୁର । ଏହା ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ । ପ୍ରତିଦିନ ସକାଳେ ଅଁଳା ଚା ପିଇବା ଦ୍ୱାରା ଶରୀରରୁ ଅନେକ ରୋଗ ଦୂର ହୋଇଥାଏ । ଏହା ପେଟ ସମସ୍ୟା ଦୂର କରିଥାଏ । ଏହାସହ ଓଜନ ମଧ୍ୟ ଶୀଘ୍ର ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

ଅଁଳାରେ ଅନେକ ପ୍ରକାରର ଭିଟାମିନ୍, ମିନେରାଲ୍ସ ଏବଂ ପୋଷକ ତତ୍ତ୍ୱ ରହିଛି । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟଗୁଡିକ ବହୁତ ଶକ୍ତିଶାଳୀ, ଯାହା ଚର୍ମ, ଆଖି ଏବଂ କେଶ ପାଇଁ ଲାଭଦାୟକ ।
ଅଁଳାରେ ଫାଇବର ମଧ୍ୟ ରହିଛି , ଯାହା ହଜମ ପ୍ରକ୍ରିୟାରେ ଉନ୍ନତି କରି ପେଟ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ । ଅଁଳା ଖାଇବା ଦ୍ୱାରା ଜଣେ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଅନୁଭବ କରେ ନାହିଁ ଏବଂ ଓଜନ ନିୟନ୍ତ୍ରଣରେ କରିବାରେ ସହଜ ହୋଇଥାଏ ।
ଅଁଳା ଚା ହଜମ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ । ଏହା ବ୍ୟତୀତ ଅଁଳା ଶରୀରରେ ଜମା ହୋଇଥିବା ଚର୍ବିକୁ ହ୍ରାସ କରିଥାଏ । ଏଥିରୁ ମିଳୁଥିବା ଡାଏଟାରୀ ଫାଇବର ଓଜନ ପରିଚାଳନାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।
ଅଁଳା ଚା'ରେ ଆଣ୍ଟି-ଡାଇବେଟିସ୍ ଗୁଣ ରହିଛି ।ଏହାକୁ ପିଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ ।ଏପରି ପରିସ୍ଥିତିରେ, ଏହି ଚା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ଅଁଳାରେ ଭିଟାମିନ୍ ସି, ଏ, କାର୍ବୋହାଇଡ୍ରେଟ୍ ରହିଥାଏ । ଫାଇବର ମଧ୍ୟ ରହିଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।
ଅଁଳା ଚା' ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଯକୃତ ସୁସ୍ଥ ରହିଥାଏ ହୃଦୟର ସ୍ୱାସ୍ଥ୍ୟରେ ଉନ୍ନତି ଆସିଥାଏ । କେଶ ପାଇଁ ଏହା ଲାଭ ଦାୟକ । ଆଖି ଦୃଷ୍ଟିଶକ୍ତି ବୃଦ୍ଧି ପାଇବ, ଚର୍ମରେ ଚମକ ଆସିଥାଏ । କର୍କଟରୋଗର ଆଶଙ୍କା କମିଯାଇପାରେ ।
ଅଁଳା ଚା କିପରି କରିବେ ପ୍ରସ୍ତୁତ:ଏକ ପ୍ୟାନ ନେଇ ସେଥିରେ ଦୁଇ କପ୍ ପାଣି ମିଶାନ୍ତୁ ଏବଂ ଏହାକୁ କିଛି ସମୟ ଫୁଟାଇବା ପାଇଁ ଗ୍ୟାସରେ ରଖନ୍ତୁ । ଯେତେବେଳେ ପାଣି ଫୁଟିବା ଆରମ୍ଭ କରିବ ସେଥିରେ ତୁଳସୀ ପତ୍ର ଅଦା ଏବଂ ଅଁଳା ପାଉଡର ମିଶାନ୍ତୁ । ଦୁଇ ରୁ ତିନି ମିନିଟ୍ ପର୍ଯ୍ୟନ୍ତ ଫୁଟାଇବା ପରେ ଏହାକୁ ଭଲ କରି ଛାଣି ପିଇପାରିବେ ।












Click it and Unblock the Notifications