କମାଇବା ପାଇଁ ଚାହୁଛନ୍ତି କି ଓଜନ, ପ୍ରତ୍ୟେକ ଦିନ ଚଢ଼ନ୍ତୁ ଶିଡି

ଓଜନ ହ୍ରାସ କରିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରନ୍ତି। କିଛି ଲୋକ ପ୍ରତିଦିନ ଜିମ୍‌ ବି ଯାଇଥାନ୍ତି। ଆଉ କିଛି ଲୋକ ପାର୍କରେ ଦୌଡ଼ୁଥିବା କିମ୍ବା ବ୍ୟାୟାମ କରୁଥିବାର ଦେଖାଯାଉଛି। କିନ୍ତୁ ଆପଣ କ'ଣ ଜାଣନ୍ତି କି ବ୍ୟାୟାମ କିମ୍ବା ଦୌଡ଼ି ନ କରି ମଧ୍ୟ ଓଜନ ଶୀଘ୍ର ହ୍ରାସ କରାଯାଇପାରିବ? ଏଥିରେ ଗୋଟିଏ ଟଙ୍କା ମଧ୍ୟ ଖର୍ଚ୍ଚ ହୁଏ ନାହିଁ। ଏହି ପଦ୍ଧତି ହେଉଛି ଶିଡ଼ି ଚଢ଼ିବା। କେବଳ ଶିଡ଼ି ବ୍ୟବହାର କରି, ଆପଣ କେବଳ ଶୀଘ୍ର ଚର୍ବି କମାଇବେ ନାହିଁ, ବରଂ ଆପଣଙ୍କ ହାର୍ଟ ମସ୍ତିଷ୍କ, ହାଡ଼ ଏବଂ ମାଂସପେଶୀକୁ ମଧ୍ୟ ଶକ୍ତିଶାଳୀ କରିପାରିବେ। ଜାଣନ୍ତୁ ଶିଡ଼ି ଚଢ଼ିବା କାହିଁକି ଏତେ ପ୍ରଭାବଶାଳୀ...

ladder every

ଶିଡ଼ି ଚଢ଼ିବା ଦ୍ୱାରା ଅଧିକ କ୍ୟାଲୋରୀ ନଷ୍ଟ ହୁଏ
ଶିଡ଼ି ଚଢ଼ିବା ହେଉଛି ଏକ ଭଲ ବ୍ୟାୟାମ। ଶରୀରର ଅନେକ ମାଂସପେଶୀ ଏକକାଳୀନ କାର୍ଯ୍ୟ କରନ୍ତି। ଯେତେବେଳେ ଆପଣ ଶିଡ଼ି ଚଢ଼ନ୍ତି, ଆପଣଙ୍କ ଶରୀରକୁ ଅଧିକ ଶକ୍ତିର ଆବଶ୍ୟକତା ପଡ଼ିଥାଏ, ଯାହା କ୍ୟାଲୋରୀକୁ ଶୀଘ୍ର ନଷ୍ଟ କରେ। ଗବେଷଣା ଅନୁଯାୟୀ, ୧୦ ମିନିଟ୍‌ ପାଇଁ ଶିଡ଼ି ଚଢ଼ିବା ଦ୍ୱାରା ୧୦୦ରୁ ୧୫୦ କ୍ୟାଲୋରୀ ନଷ୍ଟ ହୋଇପାରେ, ଯାହା ଚାଲିବା କିମ୍ବା ଜଗିଂ ଅପେକ୍ଷା ବହୁତ ଅଧିକ।

ପ୍ରଥମେ ଏପରି ୫-୧୦ ମିନିଟ୍‌ ପାଇଁ କରନ୍ତୁ ଏବଂ ତା'ପରେ ଧୀରେ ଧୀରେ ସମୟ ବଢ଼ାନ୍ତୁ।

ଯେତେ ଦ୍ରୁତ ଗତିରେ ଚଢ଼ିବେ, ସେତେ ଅଧିକ କ୍ୟାଲୋରି ଖସିବ। ଗୋଟିଏ ଶିଡ଼ି ଚଢ଼ିବା ଦାରା ମାଂସପେଶୀ ଉପରେ ଅଧିକ ଚାପ ପଡ଼େ ଏବଂ ଚର୍ବି କମିଥାଏ।

ଯଥାସମ୍ଭବ କମ୍‌ ହାତ ଲଗାଇ ରେଲିଂ ବ୍ୟବହାର କରନ୍ତୁ। ଏହା ଶରୀରର ଓଜନ ସନ୍ତୁଳନ ବଜାୟ ରଖିବ ଏବଂ ମାଂସପେଶୀ ଉପରେ ଅଧିକ ପ୍ରଭାବ ପକାଇବ।

ଅଫିସ, ଘର କିମ୍ବା ମଲ୍‌ରେ ଲିଫ୍ଟ ବଦଳରେ ଶିଡ଼ି ବ୍ୟବହାର କରନ୍ତୁ ଯାହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ବହୁତ ଭଲ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+