ମୋଟା ହେବାକୁ ଚାହୁଁଛନ୍ତି କି, ଖାଦ୍ୟରେ ସାମିଲ କରନ୍ତୁ ୫ ଜିନିଷ

ଜିକାଲି ପ୍ରାୟ ସମସ୍ତେ ନିଜ ନିଜ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ। ମୋଟା ଲୋକମାନେ ପତଳା ହେବା ପାଇଁ ସଂଘର୍ଷ କରୁଥିବା ବେଳେ ପତଳା ଲୋକମାନେ ମଧ୍ୟ ମୋଟା ହେବାକୁ ସଂଘର୍ଷ କରୁଛନ୍ତି। ମୋଟା ଲୋକ ପତଳା ହେବା ପାଇଁ ଯେତିକି ଚାପରେ ଥାଆନ୍ତି ପତଳା ଲୋକ ମଧ୍ୟ ମୋଟା ହେବା ପାଇଁ ସେତିକି ଚାପରେ ରୁହନ୍ତି।

weight

ଆପଣ ଯଦି ପତଳା ଅଛନ୍ତି ଏବଂ ଓଜନ ବୃଦ୍ଧି କରିବାକୁ ଅନେକ ପ୍ରୟାସ କଲେଣି କିନ୍ତୁ କିଛି ଲାଭ ମିଳିନି ତେବେ ଚିନ୍ତା କରନ୍ତୁ ନାହିଁ। ଆପଣ ଯଦି ମୋଟା ହେବା ସହ ନିଜ ଶରୀରକୁ ଶକ୍ତିଶାଳୀ କରିବା ଚାହୁଁଛନ୍ତି, ତେବେ ଠିକ ଜଳଖିଆ କରିବା ବହୁତ ଗୁରୁତ୍ୱପୂର୍ଣ୍ଣ।

ସକାଳର ଖାଦ୍ୟ ପୋଷଣରେ ଭରପୂର ହେବା ଉଚିତ, ଯାହା ଦ୍ଵାରା ଶରୀର ସାରା ଦିନ ପର୍ଯ୍ୟାପ୍ତ ଶକ୍ତି ଏବଂ କ୍ୟାଲୋରୀ ପାଇପାରିବ। ଆମ ମଧ୍ୟରୁ ଅଧିକାଂଶ ପତଳା ଲୋକ ଏହି ଭୁଲ କରନ୍ତି ଯେ ଯେତିକି ଖାଆନ୍ତି ତା' ଅପେକ୍ଷା ଅଧିକ କ୍ୟାଲୋରି ଖର୍ଚ୍ଚ କରନ୍ତି। ତେବେ ଆସନ୍ତୁ ଏପରି ୫ଟି ଜିନିଷ ବିଷୟରେ ଜାଣିବା ଯାହା ପତଳା ଲୋକମାନେ ସକାଳ ଜଳଖିଆରେ ନିଶ୍ଚିତ ଭାବରେ ଖାଇବା ଉଚିତ।

ଅଧିକ ପଢ଼ନ୍ତୁ: ଆମିଷ ନା ନିରାମିଷ; କେଉଁ ଖାଦ୍ୟ ଠିକ୍; ଆପଣ କ'ଣ ଖାଇବେ...
କଦଳୀ ଏବଂ କ୍ଷୀର:
କଦଳୀରେ କ୍ୟାଲୋରୀ ଏବଂ ପ୍ରାକୃତିକ ସୁଗାର୍ ଭରପୁର ପରିମାଣରେ ରହିଥାଏ, ଯାହା ଓଜନ ବୃଦ୍ଧି କରିବାରେ ସାହାଯ୍ୟ କରେ। ଗୋଟିଏ ଗ୍ଲାସ୍ କ୍ଷୀରରେ ଦୁଇଟି କଦଳୀ ମିଶାଇ ଏକ ଶେକ୍ ପ୍ରସ୍ତୁତ କରନ୍ତୁ। ଏହି ଶେକ୍‌ରେ ମହୁ ଏବଂ ବାଦାମ ମିଶାଇ ଏହାର ପୋଷଣ ବୃଦ୍ଧି କରନ୍ତୁ। ପ୍ରତିଦିନ ସକାଳେ ଏହାକୁ ପିଇବା ଦ୍ୱାରା ଓଜନ ଶୀଘ୍ର ବୃଦ୍ଧି ପାଏ।

ବାଦାମ୍ ବଟର୍ ଏବଂ ବ୍ରେଡ୍:
ବାଦାମ୍ ବଟର୍ ସୁସ୍ଥ ଚର୍ବି ଏବଂ ପ୍ରୋଟିନ୍‌ର ଏକ ଭଲ ଉତ୍ସ, ଯାହା ଶରୀରର ମାଂସପେଶୀ ବଢାଇଥାଏ। ବ୍ରାଉନ୍ ବ୍ରେଡ୍ ଉପରେ ବାଦାମ୍ ବଟର ଲଗାଇ ଖାଆନ୍ତୁ। ଆପଣ ଏହାକୁ ଓଟ୍ସ କିମ୍ବା ସ୍ମୁଦିରେ ମଧ୍ୟ ମିଶାଇ ପାରିବେ। ଓଜନ ବୃଦ୍ଧି କରିବା ବ୍ୟତୀତ, ଏହା ମାଂସପେଶୀ ଗଠନରେ ମଧ୍ୟ ସାହାଯ୍ୟ କରେ।

ଦହି ଏବଂ ଡ୍ରାଇ ଫ୍ରୁଟ୍ସ:
ଦହି ପ୍ରୋଟିନ୍‌ ଏବଂ ସୁସ୍ଥ ଚର୍ବିରେ ଭରପୂର ଥିବା ବେଳେ ଡ୍ରାଇ ଫ୍ରୁଟ୍ସ ଅତିରିକ୍ତ କ୍ୟାଲୋରୀ ପ୍ରଦାନ କରେ। ଜଳଖିଆ ପାଇଁ, ଏକ ଗିନା ଦହିରେ କାଜୁ, ବାଦାମ, ଅଖରୋଟ ଏବଂ କିସମିସ୍ ମିଶାନ୍ତୁ। ଏଥିରେ ଗୋଟିଏ ଚାମଚ ମହୁ ମିଶାଇ ସ୍ୱାଦ ଏବଂ ପୋଷଣ ବୃଦ୍ଧି କରନ୍ତୁ।

ଓଟ୍‌ସ୍ ଏବଂ କ୍ଷୀର:
ଓଟ୍‌ସ୍‌ରେ ଫାଇବର ଏବଂ କାର୍ବୋହାଇଡ୍ରେଟ୍ ଥାଏ, ଯାହା ଶରୀରକୁ ଧୀରେ ଧୀରେ କ୍ୟାଲୋରୀ ଯୋଗାଇଥାଏ ଏବଂ ଓଜନ ବୃଦ୍ଧି କରିବାରେ ସହାୟକ ହୋଇଥାଏ। କ୍ଷୀରରେ ଓଟ୍‌ସ୍ ପକାଇ ଗରମ କରନ୍ତୁ ଏବଂ ଏଥିରେ ନାଣ୍ଡି ବଗୁଲି, ମହୁ ଏବଂ ବାଦାମ ମିଶାନ୍ତୁ। ଏହି ଜଳଖିଆ ଦୀର୍ଘ ସମୟ ପାଇଁ ଶକ୍ତିସ୍ତରକୁ ବଜାୟ ରଖେ ଏବଂ ଓଜନ ବୃଦ୍ଧି କରିବାରେ ସାହାଯ୍ୟ କରେ।

ସିଝା ଅଣ୍ଡା ଏବଂ ବ୍ରେଡ୍
ଅଣ୍ଡାରେ ଉଚ୍ଚମାନର ପ୍ରୋଟିନ୍ ଥାଏ, ଯାହା ମାଂସପେଶୀ ଗଠନ ଏବଂ ଓଜନ ବୃଦ୍ଧି କରିବାରେ ସାହାଯ୍ୟ କରେ। ପ୍ରତିଦିନ ଜଳଖିଆରେ ୨-୩ଟି ସିଝା ଅଣ୍ଡା ଖାଆନ୍ତୁ। ଆପଣ ଏହାକୁ ବ୍ରେଡ୍ ସହିତ ମଧ୍ୟ ଖାଇପାରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+