ଘରେ ଏହି ଦିଗରେ ରଖୁଛନ୍ତି କି ଡଷ୍ଟବିନ, ଭୁଲ ସ୍ଥାନରେ ରଖୁଥିଲେ ତୁରନ୍ତ ବଦଳାନ୍ତୁ, ନଚେତ୍..

ଘରକୁ ସଜାଇବା ପାଇଁ ଆପଣ ବାସ୍ତୁବିଦ୍‌ଙ୍କ ମତାମତ ନେଇଥାନ୍ତି। ଠାକୁର ଘର, ରୋଷେଇ ଘର ଏପରିକି ଗାଧୋଇବା ଘରକୁ ମଧ୍ୟ ଆପଣ ବାସ୍ତୁ ଅନୁସାରେ ହିଁ ତିଆରି କରିଥାନ୍ତି। କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ ଘର ତିଆରି ନ କଲେ ଏହାର ନକାରାତ୍ମକ ପ୍ରଭାବ ପଡ଼ିବାର ସମ୍ଭାବନା ଥାଏ।

dustbin

ଠିକ୍‌ ସେହିପରି ଡଷ୍ଟବିନ୍‌ ଏପରି ଏକ ଜିନିଷ ଯାହାକି ପ୍ରତି ଘରେ ରହିଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଡଷ୍ଟବିନ୍‌ରେ ମଧ୍ୟ ବାସ୍ତୁ ଦୋଷ ରହିଥାଏ। ଏଥିପାଇଁ ଘରେ ଡଷ୍ଟବିନ୍‌ ରଖିବା ବେଳେ ଏହା ଜାଣିବା ଜରୁରୀ ଯେ ଡଷ୍ଟବିନ୍‌କୁ କେଉଁ ଦିଗରେ ରଖାଯିବ।

୧. ଡଷ୍ଟବିନ୍‌କୁ ଘରର ଉତ୍ତର-ପୂର୍ବ କୋଣରେ ରଖନ୍ତୁ ନାହିଁ। ଏହି ସ୍ଥାନ ଘରର ପୂଜା ସ୍ଥାନ ହୋଇଥାଏ। ଏହାସହିତ ପୂର୍ବ ଦିଗରେ ଦିଗରେ ମଧ୍ୟ ରଖିବା ଅନୁଚିତ, କାରଣ ଏହା ଶକ୍ତିର ସ୍ଥାନ ହୋଇଥାଏ। ଡଷ୍ଟବିନ୍‌କୁ ଘରର ପଶ୍ଚିମ, ଦକ୍ଷିଣ-ପଶ୍ଚିମ କିମ୍ବା ଉତ୍ତର-ପଶ୍ଚିମ ଦିଗରେ ରଖନ୍ତୁ।

୨. ବାସ୍ତୁ ଅନୁସାରେ ଘର ବା ଅଫିସର ମୁଖ୍ୟ ଦ୍ଵାର ପାଖରେ ଡଷ୍ଟବିନ୍‌ ରଖିବା ଅନୁଚିତ। କାରଣ ଯଦି କେହି ବ୍ୟକ୍ତି ଆପଣଙ୍କ ଘରକୁ ଆସୁଛନ୍ତି ତେବେ ଏହି ଡଷ୍ଟବିନ୍‌ ଦେଖିବା ଦ୍ଵାରା ଖରାପ ପ୍ରଭାବ ପଡିଥାଏ। ଏହାସହିତ ଘର ବା ଅଫିସର ମୁଖ୍ୟଦ୍ଵାରରେ ଡଷ୍ଟବିନ୍‌ ରଖିବା ଦ୍ଵାରା ଘର ମଧ୍ୟରେ ନକରାତ୍ମକ ଶକ୍ତି ପ୍ରବେଶ ହୋଇଥାଏ।

୩. ଘରର ସମ୍ମୁଖରେ ଡଷ୍ଟବିନ୍‌ ରଖିବା ଅନୁଚିତ। ଯଦି କୌଣସି କାରଣରୁ ଡଷ୍ଟବିନ୍‌ ଘରର ବାହାରେ ରଖିବାକୁ ପଡିଥାଏ, ତେବେ ଏହାକୁ ଏପରି ସ୍ଥାନରେ ରଖନ୍ତୁ ଯେପରି କୌଣସି ବ୍ୟକ୍ତିଙ୍କ ନଜର ଏହା ଉପରେ ପଡିବ ନାହିଁ।

୪. ବାସ୍ତୁଶାସ୍ତ୍ର ଅନୁଯାୟୀ ଡଷ୍ଟବିନ୍‌ର ମୁହଁକୁ ଖୋଲା ରଖନ୍ତୁ ନାହିଁ। ଡଷ୍ଟବିନ୍‌ ଖୋଲା ରହିବା ଦ୍ଵାରା ଏହାର ଦୁର୍ଗନ୍ଧ ଘର ମଧ୍ୟରେ ବ୍ୟାପି ଯାଇଥାଏ ଏବଂ ଏହା ବାସ୍ତୁ ଦୋଷ ସୃଷ୍ଟି କରିଥାଏ। ଏଥିପାଇଁ ସବୁବେଳେ ଘୋଡଣୀ ଥିବା ଡଷ୍ଟବିନ୍‌ର ବ୍ୟବହାର କରନ୍ତୁ।

୫. ଡଷ୍ଟବିନକୁ ନିୟମିତ ଭାବରେ ସଫା ରଖନ୍ତୁ। ପ୍ରାୟ ଲୋକ ଡଷ୍ଟବିନ୍‌ର ଅଳିଆକୁ ଅଧିକ ଦିନ ପର୍ଯ୍ୟନ୍ତ ଫୋପାଡି ନଥାନ୍ତି ଓ ଏହାକୁ ଅଧିକ ଅପରିଷ୍କାର କରି ରଖିଥାନ୍ତି। ବାସ୍ତୁ ଅନୁଯାୟୀ ଏପରି କରିବା ଅନୁଚିତ। କାରଣ ଡଷ୍ଟବିନ୍‌ ମଧ୍ୟ ଆପଣଙ୍କ ଘରର ଏକ ବସ୍ତୁ ଓ ଏହାକୁ ସଫାସୁତୁରା ରଖିବା ଜରୁରୀ।

୬. ଘରେ ସବୁବେଳେ ହାଲୁକା ରଙ୍ଗର ଡଷ୍ଟବିନ୍‌ ବ୍ୟବହାର କରିବା ଉଚିତ। ଗାଢ ରଙ୍ଗର ଡଷ୍ଟବିନ୍‌ ବ୍ୟବହାର ନ କରିବାକୁ ବାସ୍ତୁଶାସ୍ତ୍ରରେ କୁହାଯାଇଛି। ଅଧିକ ଗାଢ଼ ରଙ୍ଗର ଡଷ୍ଟବିନ୍‌ ବାସ୍ତୁ ଅନୁଯାୟୀ ଅଶୁଭ ହୋଇଥାଏ ଓ ଏହା ଘର ଉପରେ ଖରାପ ପ୍ରଭାବ ପକାଇଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+