ପ୍ରତ୍ୟେକ ଦିନ ଚା ପିଇବାର ରହିଛକି ଅଭ୍ୟାସ, ତେବେ ନିହାତି ଜାଣନ୍ତୁ ଏହି କଥା
ଦୁନିଆରେ ପ୍ରାୟ ସମସ୍ତଙ୍କ ମନ ପସନ୍ଦ ରହିଥାଏ ଚା। ଖାସ କରି ଭାରତରେ ଦିନର ଆରମ୍ଭ ଚା ଦ୍ବାରା ହିଁ ହୋଇଥାଏ। ତେବେ ଏହା ଶରୀରକୁ ଲାଭ ତ ଦୂରର କଥା ବହୁମାତ୍ରାରେ କ୍ଷତି ପହଞ୍ଚାଇ ଥାଏ। ଆସନ୍ତୁ ଜାଣିବା ଚା ପିଇବା ଦ୍ବାରା କଣ ହୋଇଥାଏ ଶରୀରକୁ କ୍ଷତି।

ଦିନକୁ ଅତ୍ଯଧିକ ଥର ଚା ପିଇବା ଉଚିତ୍ ନୁହଁ । ଏହା ଦ୍ବାରା ଫୁସଫୁସ ଖରାପ ହୋଇଥାଏ। ଏହାଛଡ଼ା ପେଟ ଉପରେ ଖରାପ ପ୍ରଭାବ ପଡ଼ି ଅନେକ ପ୍ରକାରର ପେଟ ଜନିତ ରୋଗ ଦେଖାଯାଇଥାଏ। ଅଧିକ ଚା ପିଇବା ଦ୍ବାରା ଭୋକ ମରିଯାଇଥାଏ। ଯାହା ଫଳରେ ଓଜନ ହ୍ରାସ ହେବା ସହ ଦୁର୍ବଳ ଅନୁଭୂତ ହୋଇଥାଏ।
ଚା ଦୈନିକ ବାରମ୍ବାର ପିଉଥିବା ବ୍ଯକ୍ତିଙ୍କ ପୁସଫୁସ ଶୀଘ୍ର ଖରାପ ହେବା ସହ ଆଖି ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ। ଏହା ଦ୍ବାରା ଆଖି ଲାଲି ହୋଇଥାଏ। ଖାଲି ତାହା ନୁହଁ ଅତ୍ଯଧିକ ମାତ୍ରାରେ ଚା ପିଇବା ଦ୍ବାରା ତ୍ବଚାର ରଙ୍ଗ ମଧ୍ୟ ପରିବର୍ତ୍ତନ ହୋଇଥାଏ।












Click it and Unblock the Notifications