ଆଖି ତଳ ପଡୁଛି କି କଳା, ତାହାଲେ ଅପଣନ୍ତୁ ଏହି ଘରେଇ ଟିପ୍ସ

ଆଜିକାଲି ବ୍ୟସ୍ତବହୁଳ ସମୟ ମଧ୍ୟରେ ଲୋକଙ୍କର ଖାଇବା ପିଇବା ବିଲକୁଲ ଠିକ ରହୁନି। ସେଥିପାଇଁ ମହିଳା କଣ ପୁରୁଷମାନଙ୍କର ମଧ୍ୟ ଆଖି ଚାରିପାଖେ ଡାର୍କ ସର୍କଲ ହେଇଯାଉଛି। ଏହାକୁ ଠିକ ଭାବେ ଧ୍ୟାନ ନ ଦେଲେ ଏହି ଡାର୍କ ସର୍କଲ କମିବାକୁ ବହୁ ସମୟ ଲାଗିଥାଏ। ଯେଉଁଥିରେ ସୁନ୍ଦରତା ମଧ୍ୟ ଚାଲିଯାଏ। ଏହାଏବେ ଏକ ମୁଖ୍ୟ ସମସ୍ୟା ପାଲଟିଛି।

ନିଦ ପୂରା ନ ହେବା, ମାନସିକ ଚିନ୍ତା, ବେଶୀ ସମୟ ଖରାରେ ବୁଲିବା, ଆଖିକୁ ହାଲିଆ ଲାଗୁଥିବା ଭଳି କାମ କରିବା, ଖାଦ୍ୟପେୟରେ ପୋଷକର ଅଭାବ ଯୋଗୁଁ ଆଖି ତଳେ କଳା ଦାଗ ହୋଇଥାଏ। ସାଇନୋସାଇଟିସ୍ (ବନ୍ଦ ନାକ ସମସ୍ୟା,ଆଲର୍ଜୀ ଏବଂ ଶ୍ବାସ ରୋଗରେ ପୀଡ଼ିତ ଥିଲେ ଆଖିତଳେ କଳା ଦାଗ ହୋଇଥାଏ। କିଛି ଜଣଙ୍କର ଜେନେଟିକ ସମସ୍ୟା ମଧ୍ୟ ହୋଇଥାଏ।

ଏହା ବ୍ୟତୀତ ଡେଲିଭରି ପରେ ମହିଳାମାନଙ୍କର ଏହି ସମସ୍ୟା ଅଧିକ ଦେଖାଯାଇଥାଏ। ଆଖିର ଆଖପାଖ ସ୍ଥାନ କୋମଳ ଏବଂ ସ୍ବଚ୍ଛ ହୋଇଥାଏ। ଏଥିପାଇଁ ପ୍ରଦୂଷଣ ଏବଂ ଖରା ସଂସ୍ପର୍ଶରେ ଆସିବା ଦ୍ବାରା ଆଖି ତଳେ ସବୁଠୁ ପ୍ରଥମେ ରଙ୍ଗ ପରିବର୍ତ୍ତନ ହୋଇ କଳା ପଡ଼ିଥାଏ। ଆମେ ଆପଣଙ୍କୁ କିଛି ଘରୋଇ ଟିପ୍ସ ଜଣାଇବୁ ଯାହାଦ୍ବାରା ଆପଣ ଆପଣଙ୍କ ଏହି ଡାର୍କ ସର୍କଲରୁ ରକ୍ଷା କରିପାରିବେ।

dark circles

1- ଟମାଟୋ ଏପରି ଏକ ଚମତ୍କାରୀ ଜିନିଷ ଯାହା ଆପଣଙ୍କ ତ୍ବଚାକୁ କେବଳ କୋମଳ କରେନି ଆପଣଙ୍କ ଆଖିକୁ ମଧ୍ୟ କଳାଦାଗରୁ ରକ୍ଷା କରିଥାଏ। ଆପଣ ଏକ ଟମାଟୋର ଜୁସ ନିଅନ୍ତୁ। ସେଥିରେ ଏକ ଚାମଚ ଲେମ୍ବୁ ରସ ମିଶାଇ ଏକ ସୁନ୍ଦର ପେଷ୍ଟ ବନାନ୍ତୁ। ଏହାପରେ ଏହି ପେଷ୍ଟକୁ ଆଖି ତଳେ ଲଗାନ୍ତୁ। ଏହି ପେଷ୍ଟକୁ ଲଗାଇବାପରେ ୧୦ ମିନିଟ ରଖିବାକୁ ଦିଅନ୍ତୁ। ଏହାକୁ ଦିନରେ ଦୁଇ ଥର ଲଗାଇବାକୁ ଚେଷ୍ଟା କରନ୍ତୁ। ଦେଖିବେ ଏଥିରେ ଆପଣଙ୍କ ଆଖିର କଳାଦାଗ ବହୁ ମାତ୍ରାରେ କମିଯିବ।

2- ଆଳୁ ମଧ୍ୟ ଡାର୍କ ସର୍କଲ କମ କରିବାରେ ଆଉ ଏକ ମ୍ୟାଜିକାଲ ଇନଗ୍ରିଡିଏଣ୍ଟ। ଆଳୁକୁ ପ୍ରଥମେ କଦୁକସ କରି ତାର ଜୁସ ବାହାର କରିଦିଅନ୍ତୁ। ତା'ପରେ ତୁଳାରେ ଉକ୍ତ ଜୁସକୁ ଆଣି ଆଖିରେ ଉକ୍ତ ତୁଳାକୁ ୧୦ ମିନିଟ ପର୍ଯ୍ୟନ୍ତ ରଖନ୍ତୁ। ତେବେ ଲଗାଇଲାବେଳେ ଧ୍ୟାନ ରଖନ୍ତୁ ଯେ, କଳା ଦାଗ ହୋଇଥିବା ସବୁ ଜାଗାରେ ଯେପରି ତୁଳା ରହୁଥିବ।

3- ଗ୍ରୀନ ଟି-ବ୍ୟାଗ ମଧ୍ୟ ଡାର୍କ ସର୍କଲ ପାଇଁ ବେଶ ଫଳପ୍ରଦ। ଉକ୍ତ ଟି-ବ୍ୟାଗ ବ୍ୟବହାର କରିସାରିଲା ପରେ ଏହାକୁ ନ ଫୋପାଡ଼ି ଉକ୍ତ ଟି-ବ୍ୟାଗକୁ ଫ୍ରିଜରେ ରଖିଦିଅନ୍ତୁ। ଏହାପରେ ଉକ୍ତ ଟି-ବ୍ୟାଗକୁ ଫ୍ରିଜରୁ କାଢ଼ି ରାତିରେ ଶୋଇବାବେଳେ ଦୁଇ ଆଖିରେ ରଖନ୍ତୁ। ଦେଖିବେ ଏମିତି କରିବାଦ୍ବାରା ଡାର୍କ ସର୍କଲ ସମସ୍ୟା ଶୀଘ୍ର ଦୂର ହେବ। ପ୍ରତିଦିନ ରାତିରେ ଆଖିରେ ଆପ୍ଲାଏ କରନ୍ତୁ।

4- ପ୍ରତିଦିନ ଅତି କମରେ ଆଠ ଘଣ୍ଟା ଶୁଅନ୍ତୁ। ନିଦ ପର୍ଯ୍ୟାପ୍ତ ପରିମାଣର ହେବା ଦରକାର। ପାଣି ମଧ୍ୟ ଦିନକୁ ୩ରୁ ୪ଲିଟର ପିଇବା ଦରକାର। ପାଣି ପିଇବା ଦ୍ବାରା ଏହା ବଡ଼ିକୁ ଡିହାଇଡ୍ରେଟ କରିଥାଏ। ସବୁଜ ତଟକା ପନିପରିବା ଖାଇଲେ ଭଲ।

5- ବାଦାମ ତେଲରେ ଭିଟାମିନ-ଇ ପ୍ରଚୁର ମାତ୍ରାରେ ରହିଥାଏ। ଏହାର ତେଲ ତ୍ବଚାକୁ ମଧ୍ୟ କୋମଳ କରିଥାଏ। ଏହି ତେଲର କିଛି ବୁନ୍ଦା ହାତରେ ନେଇ ଆଖି ତଳେ ଲଗାନ୍ତୁ। ଏବଂ ହାଲକା ହାତରେ ଭଲ ଭାବେ ମସାଜ କରନ୍ତୁ। ରାତିରେ ଶୋଇବାବେଳେ ଏମିତି କରିକି ଶୋଇପଡ଼ନ୍ତୁ। ସକାଳୁ ଉଠି ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ। ସପ୍ତାହକୁ ୨ରୁ ୩ଥର ଏପରି କରନ୍ତୁ। ନିଶ୍ଚିତ ଉପକାରୀ।

6- ଦିନରେ ଘରୁ ବାହାରିବା ବେଳେ ସନଗ୍ଲାସ୍ ପିନ୍ଧିବାକୁ ଜମାବି ଭୁଲନ୍ତୁ ନାହିଁ।

7- ଯଦି ଆଖି ଚାରିପଟେ କଳାଦାଗ ଦେଖାଯାଏ ତେବେ କାକୁଡ଼ିକୁ ଲଗାନ୍ତୁ। କଞ୍ଚା କ୍ଷୀର ମଧ୍ୟ ଆଖି ତଳ କଳାଦାଗ ଦୂର କରିବାରେ ବିଶେଷ ଉପକାରୀ। ତୁଳାକୁ କ୍ଷୀରରେ ବୁଡ଼ାଇ ଆଖିତଳେ ରଖନ୍ତୁ। ଦଶ ମିନିଟ ରଖିକି ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଦେଖିବେ ଆଖି ତଳ କଳା ଦାଗ କିପରି ଗାୟବ ହେଉଛି।

8- ଦିନକୁ ଅତି କମରେ ଦୁଇ ତିନିଥର ତ୍ବଚାରେ ମୈଶ୍ଚରାଇଜର ଲଗାନ୍ତୁ। ଭିଟାମିନ୍ ସି, କେ ଏବଂ ଇ ଯୁକ୍ତ ନାଇଟ୍ କ୍ରିମ୍ ବ୍ୟବହାର କରନ୍ତୁ।

9- ନିଜ ଖାଦ୍ୟରେ ଫଳ, ବା ଫଳ ରସ, ଲସି ଏବଂ ଲେମ୍ବୁ ପାଣି ପିଅନ୍ତୁ। ଅରେଞ୍ଜ ଜୁସ ମଧ୍ୟ ବେଶ ଲାଭଦାୟକ। କମଳା ଶୀତଦିନେ ବହୁତ ମିଳିଥାଏ। ବହୁ ମାତ୍ରାରେ ଖାଆନ୍ତୁ। ଏଥିରେ ଆଖିକୁ ଏକପ୍ରକାର ନାଚୁରାଲ ଗ୍ଲୋ ଆସିଥାଏ।

ଚିନ୍ତାମୁକ୍ତ ରୁହନ୍ତୁ। ଖୁସିରେ ରହୁନ୍ତୁ। ଡେଲି ଲାଇଫରେ କିଛି ଯୋଗ କରିବାକୁ ଚେଷ୍ଟା କରନ୍ତୁ। ଏହା ମଧ୍ୟ ଆପଣଙ୍କ ପାଇଁ ଶରୀର ପାଇଁ ବେଶ ଉପଯୋଗୀ ହୋଇଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+