ଏହି ସବୁ ରୋଗ ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ଫୁଲକୋବି , ସାବଧାନ !

ଶୀତଋତୁରେ ଉତ୍ପାଦିତ ହେଉଥିବା ବିଭିନ୍ନ ପରିବା ମଧ୍ୟରୁ ଫୁଲକୋବି ଅନ୍ୟତମ। ଅନେକ ଲୋକ ଫୁଲକୋବି ଖାଇବାକୁ ବେଶ୍ ପସନ୍ଦ କରନ୍ତି। ଏଥିରେ ମଧ୍ୟ ଭିଟାମିନ୍ ଭରପୂର ପରିମାଣରେ ଥାଏ। ଫୁଲକୋବିରେ ଥିବା ପୋଷକ ତତ୍ତ୍ୱ ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ।

ଏଥିରେ ଭିଟାମିନ୍ ସି, ଭିଟାମିନ୍ ଏ, ଭିଟାମିନ୍ ବି ପରି ପୁଷ୍ଟିକର ଖାଦ୍ୟ ମିଳିଥାଏ। ତଥାପି ଫୁଲକୋବି ସମସ୍ତଙ୍କ ପାଇଁ ଉପକାରୀ ନୁହେଁ। କେତେକ ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ଲୋକେ ଫୁଲକୋବି ଖାଇବା ଉଚିତ୍ ନୁହେଁ। କେଉଁମାନଙ୍କ ଶରୀର ପାଇଁ ଫୁଲକୋବି ଅପକାରୀ, ଜାଣନ୍ତୁ...

ଥାଇରଏଡ୍ ରୋଗୀ- ଯଦି ଥାଇରଏଡ୍ ସମସ୍ୟା ଅଛି, ତେବେ ଫୁଲକୋବି ଖାଆନ୍ତୁ ନାହିଁ। ଏହା ଥାଇରଏଡ ସମସ୍ୟାକୁ ଆହୁରି ବଢାଇପାରେ। ଫୁଲକୋବି ଖାଇବା ଦ୍ୱାରା ଥାଇରଏଡ ଗ୍ରନ୍ଥିରେ ଆୟୋଡିନ୍ ବ୍ୟବହାର କରିବାର କ୍ଷମତା କମିଯାଏ। ଫୁଲକୋବି ବିଶେଷତଃ T3 ଏବଂ T4 ହରମୋନର ସ୍ତରକୁ ପ୍ରଭାବିତ କରିଥାଏ। ତେଣୁ, ଥାଇରଏଡ୍ ରୋଗୀ ଯଥା ସମ୍ଭବ କମ୍ ପରିମାଣର ଫୁଲକୋବି ଖାଇବା ଠିକ୍ ହେବ।

ପଥର ସମସ୍ୟା- ଯଦି ଶରୀରେ ପଥର ସମସ୍ୟା ଅଛି, ତେବେ ଫୁଲକୋବି ଖାଆନ୍ତୁ ନାହିଁ। ବିଶେଷକରି ଗଲ୍ ବ୍ଲାଡର୍ ଓ କିଡନୀରେ ପଥର ଥାଏ, ତେବେ ଫୁଲକୋବି ଖାଇବାଠୁ ଦୂରେଇ ରହିବା ଉଚିତ୍। ଫୁଲକୋବିରେ କ୍ୟାଲସିୟମ ଥାଏ, ଯାହା ପଥର ସମସ୍ୟାକୁ ଆହୁରି ବଢାଇପାରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+