ରହିଛି କି ଘୁଙ୍ଗୁଡି ମାରିବା ଅଭ୍ୟାସ , ହୋଇଯାଆନ୍ତୁ ସାବଧାନ

ଘୁଙ୍ଗୁଡି ମାରିବା ସାଧାରଣ କଥା। ମାତ୍ର ଅନେକ ସମୟରେ ଏହା ମାରାତ୍ମକ ରୋଗର ସଙ୍କେତ ହୋଇପାରେ । ଅନେକ ଗବେଷଣାରୁ ଜଣାପଡିଛି, ଅଧିକ ଓ ଲଗାତାର ଘୁଙ୍ଗୁଡି ମାରୁଥିଲେ, ଗଳା କର୍କଟ ହେବାର ସଙ୍କେତ ହୋଇପାରେ । ପରିବାର କୌଣସି ବ୍ୟକ୍ତି ବିଶେଷ ଘୁଙ୍ଗୁଡି ସମସ୍ୟା ପାଇଁ ଚିନ୍ତିତ ଥିଲେ, ଏହାକୁ ଅଣଦେଖା କରନ୍ତୁ ନାହିଁ । ଏହା କେବଳ ନିଦକୁ ପ୍ରଭାବିତ କରେ ତାହା ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ।

health tips

ଘୁଙ୍ଗୁଡି ମାରିବା ସାଧାରଣତଃ ନିଦ ସମୟରେ ନିଶ୍ୱାସ ପ୍ରଶ୍ୱାସରେ ଥିବା ସମସ୍ୟା କାରଣରୁ ହୋଇଥାଏ । ଏହି ସମସ୍ୟା ନିଦ ସମୟରେ ଶ୍ୱାସ ନଳୀ ସଙ୍କୁଚିତ ହେବା ଦ୍ୱାରା ଉତ୍ପନ ହୋଇଥାଏ । ଏହାଦ୍ୱାରା ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ହୋଇଥାଏ । ଦୀର୍ଘ ଦିନ ଧରି ଏହି ସମସ୍ୟା ଲାଗି ରହିଲେ, ଏହାକୁ ଅଣଦେଖା କରନ୍ତୁ ନାହିଁ । ଏହା ଗଳା ଓ ଶ୍ୱାସ ନଳୀର କ୍ଷତି କରିବା ସହ ଶେଷରେ କର୍କଟ ରୋଗର ରୂପ ନେଇଥାଏ।

ମୋଟାପଣ -ଓଜନ ବୃଦ୍ଧି ଘୁଙ୍ଗୁଡିର ଏକ ପ୍ରମୁଖ କାରଣ । କାରଣ ଗଳା ଓ ବେକ ନିକଟରେ ଶ୍ୱାସ ନଳୀ ସଙ୍କୁଚିତ କରିଥାଏ ।
ଏଲର୍ଜି- ନାକ କିମ୍ବା ଗଳାରେ ସଂକ୍ରମଣ ହେବା ଦ୍ୱାରା ନିଶ୍ୱାସ ପ୍ରଶ୍ନାସ ନେବାରେ ସମସ୍ୟା ହୋଇଥାଏ । ଫଳରେ ଘୁଙ୍ଗୁଡି ଆସିଥାଏ ।

ଅତ୍ୟଧିକ ନିଶା ଜିନିଷ ସେବନ ଦ୍ୱାରା ମଧ୍ୟ ଶ୍ୱାସନଳୀରେ ସମସ୍ୟା ହୋଇଥାଏ ।

ନିଦରେ ସମସ୍ୟା - ପିଠି ମାଡି ଅଧିକ ସମୟ ଶୋଇବା ଦ୍ୱାରା ଶ୍ୱାସନଳୀ ଉପରେ ପ୍ରଭାବ ପଡିଥାଏ । ଫଳରେ ଘୁଙ୍ଗୁଡି ସମସ୍ୟା ବୃଦ୍ଧି ପାଏ ।

ଏମିତି ଦୂର ହେବ ସମସ୍ୟା-
ଯଦି ଆପଣ ମୋଟାପଣର ଶିକାର ହୋଇଛନ୍ତି, ତେବେ ଓଜନ ନିୟନ୍ତ୍ରଣ କରିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ । ଏହାଦ୍ୱାରା ଶ୍ୱାସନଳୀରେ କମ୍‌ ପ୍ରଭାବ ପଡିଥାଏ । ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ହୋଇନଥାଏ ।

ପିଠି ମାଡି ଶୋଇବା ବଦଳରେ ବାମ ପଟ କିମ୍ବା ଡାହାଣ ପଟ ମାଡି ଶୁଅନ୍ତୁ । ଏହାଦ୍ୱାରା ଶ୍ୱାସନଳୀରେ କମ୍‌ ପ୍ରଭାବ ପଡିଥାଏ । ଘୁଙ୍ଗୁଡି ସମସ୍ୟା ମଧ୍ୟ କମ୍‌ ହୋଇଥାଏ ।

ନିଶାଦ୍ରବ୍ୟର ସେବନ କରନ୍ତୁ ନାହିଁ ।
ଶୋଇବା ପୂର୍ବରୁ ବାମ୍ଫ ନିଅନ୍ତୁ । ବାମ୍ଫ ନେବା ଦ୍ୱାରା ନାକ ଓ ପାଟି ସଫା ରହିଥାଏ । ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହୋଇନଥାଏ । ଘୁଙ୍ଗୁଡି ସମସ୍ୟା ଦୂର ହୋଇଥାଏ ।

ନିୟମିତ ବ୍ୟାୟାମ କରିବା ଦ୍ୱାରା ଶରୀରର ମାଂସପେଶୀ ମଜଭୂତ ହୋଇଥାଏ । ଘୁଙ୍ଗୁଡି ସମସ୍ୟା ଦୂର ହୋଇଥାଏ ।
ପ୍ରତିଦିନ ପର୍ଯ୍ୟାପ୍ତ ମାତ୍ରାରେ ଶୁଅନ୍ତୁ । ନିଦ କମ୍‌ ହେବା କାରଣରୁ ଗଳାରେ ମଧ୍ୟ ସମସ୍ୟା ହୋଇଥାଏ । ଫଳରେ ଘୁଙ୍ଗୁଡି ସମସ୍ୟା ବୃଦ୍ଧି ହୋଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+