ଯଦି ମଧ୍ୟାହ୍ନ ଭୋଜନ ଖାଇବା ପରେ ଆପଣଙ୍କୁ ନିଦ ଲାଗୁଛି ତେବେ ସାବଧାନ୍! ହୋଇପାରେ ବଡ ସମସ୍ୟା
ଦ୍ୱିପହରରେ ଖାଦ୍ୟ ଗ୍ରହଣ ପରେ କ'ଣ ଆପଣଙ୍କୁ ନିଦ ଲାଗୁଛି କି ? ଯଦି ହଁ, ତେବେ ଆପଣ ପୋଷ୍ଟପ୍ରେଣ୍ଡିଆଲ୍ ସୋମୋଲେନ୍ସର ରୋଗର ଶିକାର ହୋଇଛନ୍ତି । ଯାହାକୁ ସାଧାରଣ ଭାଷାରେ ଫୁଡ୍ କୋମା କୁହାଯାଏ । କିନ୍ତୁ କ'ଣ ଆପଣ ଏହାର କାରଣ ଜାଣନ୍ତି କି ? ଯଦି ନା ତେବେ ଆସନ୍ତୁ ଜାଣିବା କ'ଣ କହୁଛନ୍ତି ବିଶେଷଜ୍ଞ...

ଖାଇବା ପରେ କାହିଁକି ଆସୁଛି ନିଦ ?
ଖାଇବା ପରେ ନିଦ ଲାଗିବା, ଅଳସୁଆ ଲାଗିବା, କାମ କରିବାକୁ ମନ ନଲାଗିବା, ଥକ୍କା ଲାଗିବା ଆଦିର ସମସ୍ୟାକୁ ପୋଷ୍ଟପ୍ରେଣ୍ଡିଆଲ୍ ସୋମୋଲେନ୍ସ କୁହାଯାଏ । ମଧ୍ୟାହ୍ନ ଭୋଜନ ପରେ ରକ୍ତ ସଞ୍ଚାଳନରେ ପରିବର୍ତ୍ତନ ହେତୁ ଏହି ସମସ୍ୟା ଦେଖାଦେଇଥାଏ । ଯେଉଁ ଲୋକମାନେ ସକାଳ ସମୟରେ କିଛି ଖାଇନଥାନ୍ତି, ଦ୍ୱିପହରରେ ଖାଇବାର ପରେ ତାଙ୍କର ବ୍ଲଡ ସର୍କୁଲେସନ ସ୍ଲୋ ହୋଇଯାଏ । ଏ ଏହି କାରଣରୁ ଅଳସୁଆ ଲାଗେ ଓ ନିଦ ମାଡିଥାଏ । କିଛି ଲୋକଙ୍କୁ ଅନେକ ଘଣ୍ଟା ନର୍ଯ୍ୟନ୍ତ ହାଇ ଆସିଥାଏ ।
ସ୍ଲିପ୍ ହରମୋନ୍ ଉପରେ ଖାଦ୍ୟର ପ୍ରଭାବ :-
ଖାଦ୍ୟ ଖାଇବା ପରେ ସ୍ଲିପ୍ ହରମୋନ୍ ଉପରେ ଏହାର ପ୍ରଭାବ ପଡ଼ିଥାଏ । ହଜମ ପ୍ରକ୍ରିୟାରେ ଅନେକ ପ୍ରକାରର ନ୍ୟୁରୋଟ୍ରାନ୍ସମିଟର ରିଲିଜ୍ ହୋଇଥାଏ । ଏହି କାରଣରୁ, ଥକ୍କାପଣ ଏବଂ ନିଦ ଆସିା ଆରମ୍ଭ ହୋଇଥାଏ । କିଛି ଅନୁସନ୍ଧାନରୁ ଏହା ଜଣାପଡିଛି ଯେ, ଏହି ସମସ୍ୟା ୨ ରୁ ୪ ଘଣ୍ଟା ପର୍ଯ୍ୟନ୍ତ ରହିପାରେ । କିଛି ଲୋକଙ୍କ ଭିତରେ ଏହା ୧ଘଣ୍ଟା ମଧ୍ୟରେ ଶେଷ ହୁଏ । ଅଲଗା ଅଲଗା ବ୍ୟାକ୍ତିଙ୍କଠାରେ ଏହି ସମସ୍ୟା ଭିନ୍ନ ହୋଇଥାଏ ।












Click it and Unblock the Notifications