ଧନ ସଞ୍ଚୟ କରିପାରୁ ନାହାଁନ୍ତି କି, ଆପଣାନ୍ତୁ ଏହି ସବୁ ବାସ୍ତୁ ଉପଚାର
ଆଜିକା ସମୟରେ ଟଙ୍କା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଟଙ୍କା ନଥିଲେ ଯେମିତି ତୁମର କିଛି ମୂଲ୍ୟ ନାହିଁ। କିନ୍ତୁ ଆମେ ଅନେକ ସମୟରେ ଶୁଣିଛେ ଯେ, ଲୋକେ ଅନେକ ଟଙ୍କା ରୋଜଗାର ତ କରିଥାନ୍ତି କିନ୍ତୁ ତାହାକୁ ସଞ୍ଚୟ କରିପାରନ୍ତିନି। ଯେତେ ରୋଜଗାର କଲେ ମଧ୍ୟ ଅର୍ଥର ଅଭାବ ତାଙ୍କ ନିକଟରେ ଦେଖାଯାଇଥାଏ।
ଯଦି ଆପଣ ବି ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତା'ହେଲେ ହୋଇପାରେ ଆପଣଙ୍କ ଘରେ କିଛି ବାସ୍ତୁଦୋଷ ଥାଇପାରେ। ଘରେ ବାସ୍ତୁଦୋଷ ରହିଲେ ଆପଣ ଯେତେ ଚେଷ୍ଟା କଲେ ମଧ୍ୟ ଟଙ୍କା ସଞ୍ଚୟ କରିପାରିବେ ନାହିଁ। ତେଣୁ ଏ କ୍ଷେତ୍ରରେ ବାସ୍ତୁର କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍, ତାହା ଜାଣି ରଖିବା ଆବଶ୍ୟକ।

1. ବାସ୍ତୁଶାସ୍ତ୍ର ଅନୁସାରେ, ଆଲମାରି ହେଉଛି କୁବେରଙ୍କ ପ୍ରତୀକ। ତେଣୁ ଏହାକୁ ସଠିକ୍ ଦିଗରେ ରଖିବା ଉଚିତ। ଏହାକୁ ଉତ୍ତର ଦିଗରେ ରଖିଲେ ଶୁଭ ହୋଇଥାଏ। ଘରେ ଲାଗିରହିଥିବା ଅଭାବ ଦୂର ହୋଇଥାଏ। ଏଥି ସହିତ ଆଲମାରୀକୁ କେବେ ଖାଲି ରଖିବା ଉଚିତ ନୁହେଁ। ସେଥିରେ କିଛି ନା କିଛି ଟଙ୍କା ନିଶ୍ଚୟ ରଖିବା ଉଚିତ। ତା ସହିତ ଆଲମାରୀରେ ଏକ ଦର୍ପଣ ଲଗାଇବା ଉଚିତ। ଆଲମାରୀ ଉପରେ କୌଣସି ଭାରି ଜିନିଷ ରଖିବା ଉଚିତ ନୁହେଁ। ଏପରି କଲେ ଧନହାନୀ ହୋଇଥାଏ।
2. ଧନତେରସ ଦିନ ଆଲମାରିକୁ ପୂଜା କରିବା ଉଚିତ। ଏହି ଦିନ ମା' ଲକ୍ଷ୍ମୀ ଓ କୁବେରଙ୍କର ପୂଜା କରିବା ସହିତ ଆଲମାରିରେ ରୁପା ମୁଦ୍ରା ରଖିଲେ ଆପଣଙ୍କ ଉପରେ ମା'ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ରହିବ।
3- ଆଲମାରି ସାମ୍ନାରେ ବାଥ୍ରୁମ୍ କିମ୍ୱା ଅଳିଆ ଆବର୍ଜନା ରଖିବା ଉଚିତ ନୁହେଁ। ଆଲମାରି ଭିତରେ ଜିନିଷ ପତ୍ର ସଜାଡିକି ରଖିବା ଆବଶ୍ୟକ। ବାସ୍ତୁବିତଙ୍କ କହିବା ଅନୁସାରେ ଏପରି କରିବା ଦ୍ୱାରା ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିଥାଏ।












Click it and Unblock the Notifications