ପିଲା ଜିଦ୍ କଲେ ସମ୍ଭାଳନ୍ତୁ ଏହିପରି.....
କୁହାଯାଏ, ଗୋଟିକିଆ ଛୁଆ ବେଶି ଜିିଦିଆ ହୋଇଥା'ନ୍ତି। ଗୋଟିଏ ଛୁଆ ହୋଇଥିବାରୁ ପରିବାରର ସମସ୍ତେ ଗେଲବସରରେ ବଢ଼ାଇଥା'ନ୍ତି। ତାଙ୍କ ମନପସନ୍ଦର ଜିନିଷ ଦେଇଥା'ନ୍ତି। ପ୍ରାୟତଃ କୌଣସି କଥାରେ ଆକଟକରି ନ ଥାଆନ୍ତି। ଏହିସବୁ କାରଣ ପିଲାଙ୍କୁ ଜିଦିଆ କରିବାରେ ସାହାଯ୍ୟ କରିଥାଏ। ଜିଦିଆ ପିଲାଙ୍କୁ ସମ୍ଭାଳିବା କଷ୍ଟକର ହୋଇଥାଏ। ଯଦି ଆପଣଙ୍କ ପିଲାଠି ଏକଜିଦିଆ ଲକ୍ଷଣ ଦେଖୁଛନ୍ତି, ସେମାନଙ୍କୁ ସମ୍ଭାଳିବା ପାଇଁ ଜାଣନ୍ତୁ କିଛି ଟିପ୍ସ।
- ଆପଣଙ୍କ ପିଲାଙ୍କୁ ସ୍ନେହ ସହିତ ଦାୟିତ୍ୱ ବି ଦେବା ନିହାତି ଜରୁରୀ। ସେମାନଙ୍କ ଉପରେ ଛୋଟ ଛୋଟ ଦାୟିତ୍ୱ ଦେବା ଫଳରେ ସେ ତାହାର ମହତ୍ତ୍ୱ ବୁଝିଥାଏ। ତେବେ ପିଲା ଜିଦି କରିବା ସମୟରେ ଆପଣ ଅଧିକ ନ ରାଗି ଶାନ୍ତ ହୋଇ ତାଙ୍କୁ ବୁଝାନ୍ତୁ।
- ଛୁଆଙ୍କ ସହ ଅଧିକ ସମୟ ବିତାଇବା ସହିତ ସାଙ୍ଗ ଭଳି ବ୍ୟବହାର କରନ୍ତୁ।

- ପିଲାଙ୍କ ମନରେ ଥିବା କଥା ତାଙ୍କ ଭିତରେ ଚାପି ରଖିବାକୁ ଦିଅନ୍ତୁ ନାହିଁ, ତାଙ୍କୁ ମନଖୋଲି କହିବାକୁ ଦିଅନ୍ତୁ ଏବଂ ଧ୍ୟାନ ସହକାରେ ଶୁଣନ୍ତୁ।












Click it and Unblock the Notifications