ମନ୍ଦାର ଫୁଲ ଶରୀର ପାଇଁ କେତେ ଉପକାରୀ ? ମାରାତ୍ମକ ରୋଗରୁ ରକ୍ଷା କରେ

ଘରେ ଘରେ ମନ୍ଦାର ଫୁଲ ଖୁବ୍ ଜଣାଶୁଣା । ସକାଳୁ ମାଆଙ୍କ ମନ୍ଦାର ଫୁଲ ଚଢ଼ା ନଗଲେ ସତେ କି ଦିନ ଅଧୁରା ରହିଗଲା ଭଳି ଅନୁଭୂତ ହୁଏ।ତେବେ ଜାଣନ୍ତି କି ଏହି ଫୁଲ କେବଳ ସୌନ୍ଦର୍ଯ୍ୟତା ନୁହଁ ଅନେକ ଔଷଧୀୟ ଗୁଣର ମଧ୍ୟ ଅଧିକାରୀ।

ମନ୍ଦାର ଫୁଲରେ ଆଣ୍ଟିଅକ୍ସିଡାଣ୍ଟ ଅଧିକ ପରିମାଣରେ ରହିଥାଏ।ତେଣୁ ଏହା ଅନେକ ସମ୍ଭାବ୍ୟ ଲାଭ ପ୍ରଦାନ କରେ । ବିଶେଷ ଭାବରେ, ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ, ଜୀବାଣୁ ଏବଂ କର୍କଟ କୋଷର ବୃଦ୍ଧିକୁ ହ୍ରାସ କରିଥାଏ।ଏହା ସହିତ ହୃଦୟ ଏବଂ ଯକୃତକୁ ସୁସ୍ଥ ରଖିବାରେ ଏହା ସହାୟକ କରିଥାଏ।

କିଛି ଅଧ୍ୟୟନ ଅନୁଯାୟୀ, ମନ୍ଦାର ଫୁଲର ଚା ' ଯକୃତକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଏହାର ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ କାର୍ଯ୍ୟକଳାପ ହେତୁ ଯକୃତକୁ ବିଭିନ୍ନ ବିଷାକ୍ତ ପଦାର୍ଥରୁ ରକ୍ଷା ମିଳିଥାଏ | ଏହା ମୁଖ୍ୟତଃ ଯକୃତ କର୍କଟ ସହ ଲଢ଼ିବାରେ ସିଦ୍ଧହସ୍ତ।

ମନ୍ଦାର ଫୁଲ ଏକ ଏକ୍ସଟ୍ରାକ୍ଟ କିମ୍ବା ଚା' ଭାବରେ ବଜାରରେ ଉପଲବ୍ଧ | ମନ୍ଦାର ଫୁଲ ଚା' ହେଉଛି ଏକ ହର୍ବାଲ୍ ଚା' ଯାହା ଫୁଟୁଥିବା ପାଣିରେ ମନ୍ଦାର ଫୁଲର ଶୁଖିଲା ଅଂଶ ପକାଇ ପ୍ରସ୍ତୁତ କରାଯାଇଥାଏ |ହାଇବିସ୍କସ୍ ସାବାରିଫା ନାମକ ମନ୍ଦାର ଫୁଲ ସାଧାରଣତଃ ମନ୍ଦାର ଚା' ପାଇଁ ବ୍ୟବହୃତ ହୁଏ | ତେବେ ଆସନ୍ତୁ ଜାଣିବା ମନ୍ଦାର ଫୁଲର କିଛି ଔଷଧିୟ ଗୁଣ ସମ୍ବନ୍ଧରେ।

କୋଲେଷ୍ଟ୍ରାଲ:ମନ୍ଦାର ଫୁଲ ଶରୀରରେ ଖରାପ କୋଲଷ୍ଟ୍ରାଲର ମାତ୍ରା ହ୍ରାସ କରିବାରେ ସହାୟକ ହୋଇଥାଏ। ଏଥି ସହିତ ଏହା ଶରୀରରେ ଭଲ କୋଲେଷ୍ଟ୍ରାଲ୍ ର ସ୍ତର ବଜାୟ ରଖିବାରେ ମଧ୍ୟ ସହାୟକ ହୁଏ।

ରକ୍ତ ସଞ୍ଚାଳନ : ମନ୍ଦାର ଫୁଲ ରକ୍ତ ସଞ୍ଚାଳନକୁ କରିବାରେ ସହାୟକ ହୋଇଥାଏ ।ରକ୍ତ ଷ୍ଟାସିସ୍ ବା ରକ୍ତ ଜମାଟ ବାନ୍ଧିବା ଭଳି ସମସ୍ୟାର ଅପସାରଣ ପାଇଁ ମନ୍ଦାର ଫୁଲ ବିଶେଷ ଉପଯୋଗୀ ।

ମନ୍ଦାର ଫୁଲ ଓଜନ ହ୍ରାସ କ୍ଷେତ୍ରରେ ଏକ ସକାରାତ୍ମକ ପ୍ରଭାବ ଦେଖାଇଥାଏ।ଏହା ମେଦ ଜମିବା ପ୍ରକ୍ରିୟାକୁ ପ୍ରତିହତ କରେ। ଫଳତଃ ମେଦ ବହୁଳତା ସମସ୍ୟାରୁ ମୁକ୍ତି ମିଳିଥାଏ।

ମନ୍ଦାର ଫୁଲରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଛି।ଏହା ଶରୀରକୁ ବୀଜାଣୁ ଆକ୍ରମଣରୁ ରକ୍ଷା କରିଥାଏ। ସାଧାରଣ ସର୍ଦ୍ଦି ଠାରୁ ଆରମ୍ଭ କରି ବିଭିନ୍ନ ଭୟଙ୍କର ସଂକ୍ରମଣକୁ ରୋକିବା ପାଇଁ ମନ୍ଦାର ଫୁଲର ବ୍ୟବହାର କରାଯାଏ।

flowers

ମାସିକ ଋତୁସ୍ରାବ: ମାସିକ ଋତୁସ୍ରାବକୁ ନିୟନ୍ତ୍ରଣ କରିବା ପାଇଁ ମନ୍ଦାର ଫୁଲ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ।ଅନିୟମିତ ଋତୁସ୍ରାବ, ଡିସମେନୋରିଆ ଏବଂ ଆମେନୋରିଆ ଭଳି ସ୍ତ୍ରୀରୋଗର ଚିକିତ୍ସା ପାଇଁ ମନ୍ଦାର ଫୁଲ ବିଶେଷ ରୂପେ ବ୍ୟବହୃତ ହୁଏ |

କେଶ : ମନ୍ଦାର ଫୁଲ କେଶ ବୃଦ୍ଧି କରିଥାଏ।କେଶର ଧୂସରତାକୁ ରୋକିବା ପାଇଁ ମନ୍ଦାର ଫୁଲ ବେଶ୍ ଉପଯୋଗୀ ସାବ୍ୟସ୍ତ ହୁଏ।

ଉଚ୍ଚ ରକ୍ତଚାପ :ମନ୍ଦାର ଫୁଲରୁ ପ୍ରସ୍ତୁତ ଚା' ର ନିୟମିତ ବ୍ୟବହାର ରକ୍ତଚାପ ଜନିତ ସମସ୍ୟା ଦୂରୀଭୂତ କରିବାରେ ସହାୟକ ହୋଇଥାଏ।ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ଆୟୁର୍ବେଦରେ ମନ୍ଦାର ଫୁଲର ବ୍ୟବହାର କରାଯାଇଥାଏ। ଆୟୁର୍ବେଦିକ୍ ଶାସ୍ତ୍ର ଅନୁଯାୟୀ କର୍କଟ ରୋଗର ଚିକିତ୍ସା ପାଇଁ ମନ୍ଦାର ଫୁଲ ବ୍ୟବହୃତ ହୋଇଥାଏ | ଏହା କର୍କଟ କୋଷର ବୃଦ୍ଧିକୁ ପ୍ରତିହତ କରିଥାଏ।

ଆଣ୍ଠୁ ଗଣ୍ଠି ଫୁଲିବା:ମନ୍ଦାର ଫୁଲରେ ବିଶେଷ ଧରଣର ଆଣ୍ଟି ଇନ୍ଫ୍ଲାମେଟରୀ ଗୁଣ ରହିଛି।ଏହା ଆଣ୍ଠୁ ଗଣ୍ଠି ଫୁଲିବା ଏବଂ ଶରୀରର ଯେକୌଣସି ପ୍ରଦାହ ସମସ୍ୟାକୁ ଦୂର କରିଥାଏ।ଫଳତଃ କର୍କଟ, ଆଜମା, ଆଲଜାଇମର ରୋଗ, ହୃଦରୋଗ ଏବଂ ରିମାଟଏଡ ଆର୍ଥ୍ରାଇଟିସ ଭଳି ଅନେକ ରୋଗରୁ ମୁକ୍ତି ମିଳିଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+