ସୁନ୍ଦର ତ୍ୱଚା ପାଇଁ କେତେ ଜରୁରୀ କଦଳୀ ?
କଦଳୀର ବହୁ ଔଷଧୀୟ ଗୁଣ ରହିଛି । ଏହାକୁ କେବଳ ସ୍ୱାସ୍ଥ୍ୟପଦ ନୁହେଁ। ଏହା ସୌନ୍ଦର୍ଯ୍ୟ ବଦ୍ଧର୍କ ମଧ୍ୟ। କଦଳୀକୁ ଆମେ ଫେସ୍ ମାସ୍କ ଭାବେ ବ୍ୟବହାର କରିପାରିବା। ଏକ ଚାମଚ ମହୁରେ ପାଚିଲା କଦଳୀକୁ ଭଲ ଭାବେ ମିଶାଇ ତ୍ୱଚାରେ ଲଗାଇ ଅଧ ଘଣ୍ଟା ପରେ ତାକୁ ଧୋଇଦିଅନ୍ତୁ। ଏହା ଦ୍ୱାରା ତ୍ୱଚାର ଔଜ୍ଜ୍ୱଲ୍ୟ ବଢ଼ାଇଥାଏ।
ପାଚିଲା କଦଳୀରେ ଥିବା ଭିଟାମିନ୍ 'ସି' ମୁହଁର କଳାଦାଗ ସହ ବ୍ରଣ ବାହରିବା ଦୂର କରିଥାଏ। ଗୋଟିଏ ପାଚିଲା କଦଳୀ ଓ ଏକ ଚାମଚ ମହୁ ଓ ଏକ ଚାମଚ ଦହି ମିଶାନ୍ତୁ। ମୁହଁରେ ଲଗାଇ ତାକୁ ଅଧ ଘଣ୍ଟାପରେ ଧୋଇଦିଅନ୍ତୁ। ଏହା ଦ୍ୱାରା ମୁହଁରେ ତୈଳାଂଶ କମିବା ସହ ଧୀରେ ଧୀରେ ଦାଗ ଓ ଚିହ୍ନ ଉଭେଇ ଯିବ।

କଦଳୀରେ ପ୍ରଚୁର ପରିମାଣରେ ଭିଟାମିନ ବି ଓ ଏଣ୍ଟିଅକ୍ସଡାଣ୍ଟ ରହିଛି। ଏହା ତ୍ୱଚାକୁ ପୋଷଣ ଶକ୍ତି ଯୋଗାଇଥାଏ। ଅସମୟରେ ତ୍ୱଚା କୁଞ୍ଚନ ହେବାରୁ ରକ୍ଷା କରିଥାଏ। ଏହାକୁ କେଶରେ ମଧ୍ୟ ବ୍ୟବହାର କରିପାରିବେ। ଦୁଇ ଚାମଚ ଅଲିଭ ତେଲ, ଏକ କପ୍ ବାଦାମ ଓ ଗୋଟିଏ ପାଚିଲା କଦଳୀକୁ ଏକାଠି ମିଶାଇ ପେଷ୍ଟ ବନାନ୍ତୁ । ଏହି ପେଷ୍ଟକୁ କେଶ ମୂଳରେ ମାଲିସ କରନ୍ତୁ। ଅଧ ଘଣ୍ଟାପରେ ତାକୁ ସାମ୍ପୁ ଲଗାଇ ଧୋଇ ଦିଅନ୍ତୁ। ଏହା କେଶକୁ ସପ୍ଟ କରିଥାଏ।












Click it and Unblock the Notifications