ଶୀତ ଦିନରେ ରୁକ୍ଷ ତ୍ବଚାରୁ ବର୍ତ୍ତିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ
କେମିକାଲ ପ୍ରଡକ୍ଟ ବ୍ୟବହାର ନକରି ଏପରି ରୁକ୍ଷ ତ୍ବଚାରୁ ବର୍ତ୍ତିବା ପାଇଁ ଏଣିକି ଆପଣାନ୍ତୁ କିଛି ଘରୋଇ ଉପାୟ । ଆରାମରେ ଘରେ ରହି ପ୍ରାକୃତିକ ଜିନିଷ ବ୍ୟବହାର କରି ତ୍ବଚାର ଯତ୍ନ ନେଇ ପାରିବେ।
ସାରା ଦେଶରେ ଆରମ୍ଭ ହୋଇଛି ଶୀତ ଋତୁ । ତେବେ ଶୀତଦିନରେ ତ୍ବଚା ଶୁଷ୍କ ହେବା ସାଧାରଣ କଥା । ଶୀତରେ ତ୍ବଚାର ଅଧିକ କେୟାର କରିବା ପାଇଁ ପଡିଥାଏ । ଯେପରି ଓଠରେ ବାମ୍ ଲଗାଇବା, ମୁହଁରେ କୋଲ୍ଡ କ୍ରିମ ଲ ଗାଇବା ଆଦି । ତେବେ ମାର୍କେଟରେ ମିଳୁଥିବା କେମିକାଲ ପ୍ରଡକ୍ଟ ବ୍ୟବହାର ନକରି ଏପରି ରୁକ୍ଷ ତ୍ବଚାରୁ ବର୍ତ୍ତିବା ପାଇଁ ଏଣିକି ଆପଣାନ୍ତୁ କିଛି ଘରୋଇ ଉପାୟ । ଆରାମରେ ଘରେ ରହି ପ୍ରାକୃତିକ ଜିନିଷ ବ୍ୟବହାର କରି ତ୍ବଚାର ଯତ୍ନ ନେଇ ପାରିବେ।

ଏହି ଘରୋଇ ଉପାୟ ଆପଣାନ୍ତୁ
ଘରେ ଥିବା ନଡିଆ ତେଲକୁ ଆପଣ ଲୋଶନ ଭଳି ବ୍ୟବହାର କରିପାରିବେ। ପ୍ରତିଦିନ ଗାଧୋଇବା ପରେ ଶରୀରରେ ନଡିଆ ତେଲ ମାଲିସ କରନ୍ତୁ । ଏହାପରେ ଅଳ୍ପ ପାଣିରେ ଶରୀରକୁ ଭଲ ଭାବରେ ଧୋଇ ନିଅନ୍ତୁ । ନଡିଆ ତେଲ ଏସପିଏଫ ଯୁକ୍ତ ହୋଇ ଥିବାରୁ ଏହା ସନ ବର୍ଣ୍ଣରୁ ତ୍ବଚାକୁ ରକ୍ଷା କରେ ।
ନଡିଆ ତେଲରେ ଲେମ୍ବୁ ରସ ମିଶାଇ ଲଗାଇବା ଦ୍ବାରା ତ୍ବଚାରୁ କଳା ଦାଗ ଦୂର ହୋଇଥାଏ । ଏହି ମିଶ୍ରଣକୁ ପ୍ରତିଦିନ ଆଣ୍ଠୁ ଏବଂ କହୁଣୀରେ ଲଗାନ୍ତୁ । କିଛି ଦିନ ପରେ ଏହାର ଫଳ ଆପେ ଜାଣି ପାରିବେ ।
ନଡିଆ ତେଲକୁ ଆପଣ କେବଳ ଶୀତ ଦିନ ନୁହେଁ ବରଂ ଅନ୍ୟ ଦିନ ମାନଙ୍କରେ ମେକଅପ ରିମୋଭର ଭାବେ ବ୍ୟବହାର କରିପାରିବେ। ଏପରିବ କରିବା ଦ୍ବାରା ଆପଣଙ୍କ ତ୍ବଚା ରୁକ୍ଷ ହୋଇ ନଥାଏ। ଏହା ତ୍ବଚାରେ ମଶ୍ଚରାଇଜର ଭାବେ କାମ କରେ, କୌଣସି କ୍ଷତି ହୋଇ ନଥାଏ ।
ଶୀତ ଦିନରେ ତ୍ବଚାକୁ କୋମଳ ରଖିବାରେ ସାହାଯ୍ୟ କରେ ମହୁ । ଖାସକରି ଶୁଷ୍କ ତ୍ବଚାକୁ ଚମକାଇବାରେ ସାହାଯ୍ୟ କରେ ଏହି ଘରୋଇ ଉତ୍ପାଦ । ପ୍ରତିଦିନ ତ୍ବଚାରେ ମହୁ ଲଗାଇବା ଦ୍ବାରା ତ୍ବଚା ଚମକି ଥାଏ । ଶୋଇବା ପୂର୍ବରୁ କିଛି ସମୟ ମହୁ ଲଗାଇ , କିଛି ସମୟ ପରେ ଧୋଇବା ପରେ ସଫା କପଡାରେ ମୁହଁ ପୋଛି ଶୁଅନ୍ତୁ ।
ମହୁ ଲଗାଇବା ଦ୍ବାରା ଶୀଘ୍ର ବୁଢାପା ଆସିନଥାଏ । ଆପଣଙ୍କ ତ୍ବଚାର ଚମକ ବଜାୟ ରୁହେ।












Click it and Unblock the Notifications