ଗୋଟିଏ ସନ୍ତାନର କିପରି ନେବେ ଯତ୍ନ...

ଆଜିକାଲିର ବ୍ୟସ୍ତବହୁଳ ଜୀବନ ଏବଂ ମହଙ୍ଗା ଦୁନିଆରେ ଅନେକ ପିତାମାତା ଗୋଟିଏ ସନ୍ତାନ ପସନ୍ଦ କରୁଛନ୍ତି । ସେ କ୍ୟାରିୟର ପାଇଁ ହେଉ କିମ୍ବା ଆର୍ଥିକ ଚାପ, ଏମିତିକି ଲାଳନପାଳନରେ ଅସୁବିଧା ଯୋଗୁ ସେମାନେ ଗୋଟିଏ ସନ୍ତାନରେ ସୀମିତ ରହିବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଭବିଷ୍ୟତରେ ଏହାକୁ ନେଇ ଅନେକ ପ୍ରକାରର ଅସୁବିଧାକୁ ସାମ୍ନା କରିବାକୁ ପଡିପାରେ । ତେଣୁ ସିଙ୍ଗଲ ଚାଇଲ୍ଡ ହୋଇଥିଲେ ପିତାମାତାଙ୍କୁ ସ୍ବତନ୍ତ୍ରଭାବେ ଯତ୍ନ ନେବାକୁ ହେବ ।

singlechild

ଯଦି ଆପଣଣଙ୍କ ଘରେ ଜଣେରୁ ଅଧିକ ପିଲା ରହିଲେ, ତେବେ ସେମାନେ ପରସ୍ପର ସହିତ ମିଶିବା, ଖେଳିବା, ଦାୟିତ୍ୱବୋଧ ଓ ଅନ୍ୟାନ୍ୟ ସୋସିଆଲ ସ୍କିଲ ବିଷୟରେ ନିଜ ନିଜ ମଧ୍ୟରେ ସହଜରେ ଶିଖି ପାରନ୍ତି । କିନ୍ତୁ ଗୋଟିଏ ସନ୍ତାନ ଥିଲେ ଲାଳନପାଳନ ପ୍ରାୟତଃ କଷ୍ଟସାଧ୍ୟ ହୋଇଥାଏ । ଅନେକ ସମୟରେ ଏଭଳି କ୍ଷେତ୍ରରେ ପିଲାମାନେ ଏକୁଟିଆପଣର ଶିକାର ହୋଇଥାନ୍ତି । ବେଳେବେଳେ ସେମାନେ ଜିଦିଆ ହୋଇଯାନ୍ତି କିମ୍ବା ବୟସ ପୂର୍ବରୁ ଅଧିକ ମ୍ୟାଚୋର ହୋଇଥାନ୍ତି । ତେଣୁ ସିଙ୍ଗଲ ଚାଇଲ୍ଡଙ୍କ କ୍ଷେତ୍ରରେ ଅଭିଭାବକଙ୍କୁ ଅଧିକ ସତର୍କ ହେବାକୁ ପଡିବ ।

ଗୋଟିଏ ସନ୍ତାନ ଥିଲେ ପିତାମାତା ପିଲାଙ୍କ ପାଇଁ ପ୍ରୋଟେକ୍ଟିଭ୍‌ ହୋଇପଜଡ଼ନ୍ତି । କିନ୍ତୁ ଓଭର ପ୍ରୋଟେକ୍ଟିଭ୍‌ ହେବା ଠିକ୍‌ ନୁହେଁ । ସିଙ୍ଗଲ ଚାଇଲ୍ଡଙ୍କ କ୍ଷେତ୍ରରେ ପ୍ରାୟତଃ ଅଭିଭାବକମାନେ ଅଧିକ ଯତ୍ନ କରିବାକୁ ଚେଷ୍ଟା କରନ୍ତି । ସେମାନଙ୍କୁ କୌଣସି କାମ କରିବାକୁ ଦିଅନ୍ତି ନାହିଁ । ବରଂ ସେମାନଙ୍କର ପ୍ରତିଟି କାମରେ ହସ୍ତକ୍ଷେପ କରିଥାନ୍ତି ଯେପରି ପିଲାକୁ କୌଣସି ପ୍ରକାରର ଆଘାତ ଅବା କଷ୍ଟ ନ ହେବ । ସିଙ୍ଗଲ ଚାଇଲ୍ଡ ହୋଇଥିବାରୁ ଅଭିଭାବକ ସମସ୍ତ ସୁଖ ସୁବିଧା ଦେବାପାଇଁ ଚେଷ୍ଟା କରନ୍ତି ଏବଂ ସେମାନଙ୍କ ଭୁଲ୍‌କୁ ପ୍ରାୟତଃ ଅଣଦେଖା କରିଥାନ୍ତି । ଫଳରେ ସେମାନଙ୍କ ଭିତରେ ଏକ ଖରାପ ଗୁଣର ବିକାଶ ହୋଇଥାଏ । ପିଲାର ସମ୍ପୂର୍ଣ୍ଣ ବିକାଶରେ ବି ବାଧା ସୃଷ୍ଟି ହୋଇଥାଏ । ତେଣୁ ସେମାନଙ୍କୁ ଏକୁଟିଆ କିଛି କରିବା ପାଇଁ ଛାଡନ୍ତୁ । କିଛି ଭୁଲ୍‌ କାମ କରିଲେ ସେମାନଙ୍କୁ ଶିଖିବା ପାଇଁ କୁହନ୍ତୁ । ନଚେତ୍‌ ଭବିଷ୍ୟତରେ କୌଣସି ନିଷ୍ପତ୍ତି ନେବାପାଇଁ ସେମାନେ ସକ୍ଷମ ହେବେ ନାହିଁ ।

ଏହା ସହ ସାଧାରଣତଃ ଦେଖାଯାଏ କି ସିଙ୍ଗଲ ଚାଇଲ୍ଡ ନିଜ କମ୍ଫର୍ଟ ଜୋନ୍‌ରୁ ବାହାରି ଅନ୍ୟମାନଙ୍କ ସହ ମିଶିବାକୁ ବେଶି ପସନ୍ଦ କରନ୍ତି ନାହିଁ । ସେମାନେ ଚାହାନ୍ତି କି ସେମାନଙ୍କ ସାଙ୍ଗମାନେ ବି ତାଙ୍କ ଭଳି ସବୁକିଛି କରନ୍ତୁ । ଏଭଳି ପ୍ରକୃତି ପାଇଁ ସେମାନେ ଭବିଷ୍ୟତରେ କାହା ସହ ମିଶି ନ ପାରି ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଏଭଳି କ୍ଷେତ୍ରରେ ଅଭିଭାବକଙ୍କୁ ହିଁ ପିଲାଙ୍କୁ ବୁଝାଇବାକୁ ପଡ଼ିବ ଯେ ବନ୍ଧୁମାନଙ୍କ ସହ କିପରି ଚଳିବାକୁ ହେବ । ଏହା ସହ ଅନ୍ୟର ଇମୋସନକୁ ବି ବୁଝିବାକୁ ହେବ । ତେଣୁ ସାଙ୍ଗମାନଙ୍କ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ ବୁଲାଇବାକୁ ନିଅନ୍ତୁ । ଫଳରେ ପିଲାଟି ଅନ୍ୟମାନଙ୍କ ଘରେ ଅବା ଏକ ଭିନ୍ନ ପରିବେଶରେ ଆଡଜଷ୍ଟ କରିବା ଶିଖିପାରିବ ।

ସିଙ୍ଗଲ ଚାଇଲ୍ଡଙ୍କ କ୍ଷେତ୍ରରେ ପ୍ରାୟତଃ ଅଭିଭାବକମାନେ ହିଁ ସେମାନଙ୍କର ସବୁ କାମ କରି ଦେଇଥାନ୍ତି । ଯଦି ଉଭୟେ କର୍ମଜୀବୀ, ତେବେ ଘରେ କାମ ପାଇଁ ସହାୟିକା ନିଯୁକ୍ତ କରି ଦେଇଥାନ୍ତି । ତେଣୁ ପିଲାଟି ନିଜର କୌଣସି କାମ କରିବା ଶିଖିପାରେ ନାହିଁ । ସବୁବେଳେ ଅନ୍ୟ ଉପରେ ନିର୍ଭର କରିଥାଏ । ଏହା ବ୍ୟତୀତ ନିଜ ପୋଷାକପତ୍ର, ବହି ଓ ଖେଳନା ଆଦି ସବୁ କିଛି ସଜାଡ଼ି ରଖିପାରନ୍ତି ନାହିଁ । ତେଣୁ ଏସବୁ ଦିଗକୁ ଦୃଷ୍ଟିଦେବା ସହ ପିଲାଙ୍କୁ ଭଲ ବ୍ୟବହାର ମଧ୍ୟ ଶିଖାଇବାକୁ ପ୍ରୟାସ କରିବା ଜରୁରୀ ।

ପିତାମାତା ଉଭୟ କର୍ମଜୀବୀ ହୋଇଥିଲେ ସିଙ୍ଗଲ ଚାଇଲ୍ଡ ଅନେକ ସମୟରେ ଏକୁଟିଆପଣର ଶିକାର ହୋଇଥାନ୍ତି। ତେଣୁ ଅଭିଭାବକଙ୍କୁ ସମୟ ବାହାରକରି ପିଲାଙ୍କ ସହ କଟାଇବା ଜରୁରୀ । ଅଫିସ୍‌ କାମ ସାରିବା ପରେ ଟିଭି କିମ୍ବା ଫୋନ୍‌ରେ ବେଶି ସମୟ ନଷ୍ଟ ନ କରି ପିଲାଙ୍କୁ ସମୟ ଦିଅନ୍ତୁ । ପିଲାଙ୍କ ସହ କଥାବାର୍ତ୍ତା ହୁଅନ୍ତୁ ସେମାନଙ୍କର ଦିନ ସାରାର କାମ ବିଷୟରେ ବୁଝନ୍ତୁ । ନିଜ କଥା ବି କୁହନ୍ତୁ ଏବଂ ସେମାନଙ୍କୁ ପରିସ୍ଥିତି ଅନୁଭବ କରିବାକୁ ଦିଅନ୍ତୁ । ଫଳରେ ପିଲାଙ୍କ ସହ ସମ୍ପର୍କ ମଜଭୁତ ହୋଇପାରିବ ।

ଅନେକ ସମୟରେ ଅଭିଭାବକମାନେ ନିଜ ଇଚ୍ଛା ଅନୁସାରେ ପିଲାଙ୍କୁ କ୍ୟାରିୟର କରିବା ପାଇଁ ବାଧ୍ୟ କରନ୍ତି । ସିଙ୍ଗଲ ଚାଇଲ୍ଡ ହୋଇଥିଲେ ଏମିତି ଇଚ୍ଛା ଆହୁରି ଅଧିକ ହୋଇଥାଏ । ନିଜ ସ୍ବପ୍ନକୁ ପୂରା କରିବା ପାଇଁ ସେମାନେ ପିଲାକୁ ପ୍ରସ୍ତୁତ କରାନ୍ତି । ମାତ୍ର ଏହା ଭବିଷ୍ୟତରେ ସେମାନଙ୍କ ପାଇଁ ବହୁ ସମସ୍ୟା ସୃଷ୍ଟି କରିଥାଏ । ତେଣୁ ଏ କ୍ଷେତ୍ରରେ ପିଲାର ଇଚ୍ଛାକୁ ଗୁରୁତ୍ୱ ଦିଅନ୍ତୁ ।

ପ୍ରାୟତଃ ସିଙ୍ଗଲ ଚାଇଲ୍ଡଙ୍କ ମାଆମାନେ ସେମାନଙ୍କୁ ସବୁବେଳେ ଜଗିଥାନ୍ତି । ବାହାରକୁ ବୁଲିବା ପାଇଁ ଯିବା କିମ୍ବା ସାଙ୍ଗସାଥୀମାନଙ୍କ ଘରକୁ ଯିବା, ପାର୍ଟି କରିବା ପାଇଁ ବାରଣ କରିଥାନ୍ତି । ଏପରି ହେଲେ ପିଲା ଭଲମନ୍ଦ ବିଚାର କରିବା ସାମର୍ଥ୍ୟ ହରାଇ ବସେ । କିଛି ବି କରିବା ପାଇଁ ସେ ମାତାପିତାଙ୍କର ସହଯୋଗ ଆବଶ୍ୟକ କରେ । ତେଣୁ ପିଲାକୁ ଏକୁଟିଆ ଘରୁ ବାହାରକୁ ଯିବାକୁ ଦିଅନ୍ତୁ । କିଛି କାମ ଦିଅନ୍ତୁ । ବାହାରୁ ଜିନିଷ କିଣିବା କିମ୍ବା ଅନ୍ୟ ଛୋଟ କାମ ଏକା କରିବାକୁ କୁହନ୍ତୁ । ଏଭଳି କରିବା ଦ୍ୱାରା ପିଲାର ଆତ୍ମବିଶ୍ୱାସ ଦୃଢ଼ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+