ଯାତ୍ରା କରୁଥିବା ସମୟରେ ଆପଣଙ୍କୁ ବାନ୍ତି ଲାଗୁଛି କି ? ଆପଣାନ୍ତୁ ଏହି ଘରୋଇ ଟିପ୍ସ

ଦର୍ଶନୀୟ ସ୍ଥାନ ଭ୍ରମଣ କରିବା କାହାକୁ ବା ଭଲ ଲାଗେନି । ହେଲେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଏହାକୁ ଉପଭୋଗ କରିପାରନ୍ତି ନାହିଁ । କାରଣ ଗାଡିରେ ବସିବା କ୍ଷଣି ସେମାନଙ୍କ ମୁଣ୍ଡ ବୁଲାଇବା ଆରମ୍ଭ ହୁଏ । କିଛି ବ୍ୟକ୍ତି ଏପରି ଅଛନ୍ତି ଯେଉଁମାନେ ବସରେ କିମ୍ବା କାରରେ ଯାତ୍ରା କରିବା ବେଳେ ବାନ୍ତି କରନ୍ତି । ଆଉ ଏହି ବାନ୍ତି ଭୟରେ ବୁଲି ଯାଇ ପାରନ୍ତି ନାହିଁ । ତେବେ ଚିନ୍ତା କରନ୍ତୁ ନାହିଁ କାରଣ ଘରୋଇ ଉପଚାରରେ ଯାତ୍ରା ସମୟରେ ବାନ୍ତି ସମସ୍ୟାରୁ ମୁକ୍ତି ପାଇପାରିବେ। ଭ୍ରମଣ ସମୟରେ ଆପଣ ଏହି ଜିନିଷଗୁଡ଼ିକୁ ସାଙ୍ଗରେ ନେଇପାରିବେ ଯାହାକୁ ବ୍ୟବହାର କଲେ ଆପଣଙ୍କୁ ଜମା ବାନ୍ତି ଲାଗିବ ନାହିଁ ।

ଲେମ୍ବୁ - ଯାତ୍ରା ସମୟରେ ବାନ୍ତି ଲାଗିଲେ ଲେମ୍ବୁ ସେବନ କରନ୍ତୁ । ଲେମ୍ବୁରେ ଥିବା ସାଇଟ୍ରିକ୍ ଏସିଡ୍ ବାଢିକୁ ରୋକି ଥାଏ । ଯାତ୍ରା ପୂର୍ବରୁ ଆପଣ ଉଷୁମ ପାଣିରେ ଲେମ୍ବୁ ରସ ଓ ଲୁଣ ପକାଇ ସେବନ କରନ୍ତୁ ।

ଅଦା- ଅଦାରେ ଆୟୁର୍ବେଦିକ ଗୁଣରେ ପରିପୂର୍ଣ ଏବଂ ବାନ୍ତି ରୋକିବାରେ ମଧ୍ୟ ସାହାଯ୍ୟ କରେ । ଅଦାରେ ଆଣ୍ଟିମେନିକ୍ ଜୁଧ ଥାଏ । ଆଶ୍ଚିମେନିକ୍ ବାଡି ଏବଂ ମୁଣ୍ଡ ବିନ୍ଧାରୁ ଆରାମ୍ ଦେଇଥାଏ । ତେଣୁ ଯାତ୍ରା ସମୟରେ ପାଟିରେ ଅଦାର ଜାକନ୍ତୁ କିମ୍ବା ଅଦା ଚା' ପିଅନ୍ତୁ । ଯାତ୍ରା ସମୟରେ ଗୋଟିଏରୁ ଦୁଇ ଖଣ୍ଡ ଅଦା ପାଟିରେ ରଖନ୍ତୁ ଏବଂ ଏହାକୁ ଧୀରେ ଧୀରେ ଚୋବାନ୍ତୁ।

How to Stop Vomiting while Travelling
ଅଳେଇଚ - ସୁଗନ୍ଦ ଭରା ପାର୍ଟିକୁ ସବୁବେଳେ ସତେଜ ରଖିବ ଅଳେଇଚ । ଯାତ୍ରା ସମୟରେ ଗୋଟିଏରୁ ଦୁଇ ଖଣ୍ଡ ଅଳେଇଚ ଖାଆନ୍ତୁ । ଯାତ୍ରା ସମୟରେ ଏସିଡିଟି କିମ୍ବା ପେଟରେ ଗ୍ୟାସ ହୋଇଯାଏ । ଏହି ସମୟରେ ଅଳେଇଚ ଭଲ କାମରେ ଆସେ ।

ବେକିଂ ସୋଡା- ବସ କିମ୍ବା କାରରେ ଯାତ୍ରା କରିବା ସମୟରେ ଆପଣ ନିଜ ବ୍ୟାଗରେ ଟିକେ ବେକି' ସୋତା ରଖିପାରିବେ । ଯେତେବେଳେ ଆପଣଙ୍କୁ ବାନ୍ତି ଲାଗିବ କିମ୍ବା ବାନ୍ତି ଭଳି ଅନୁଭବ କରିବେ ସେହି ସମୟରେ ଏକ ଗ୍ଲାସ ପାଣିରେ ଅଧା ଚାମଚ ବେକିଂ ସୋଜା ପକାଇ ପିଇଦେବେ । ଏପରି କଲେ ପେଟ ଆରାମ ପାଇବ ଏବଂ ବାନ୍ତି ମଧ୍ୟ ବନ୍ଦ ହୋଇଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+