ବର୍ଷାଦିନେ କେମିତି ରହିବେ ସୁସ୍ଥ: ଆପଣାନ୍ତୁ ଏହି ଉପାୟ

ପ୍ରଚଣ୍ଡ ରୌଦ୍ରତାପ ପରେ ବର୍ଷା ସମସ୍ତଙ୍କ ମନରେ ଆନନ୍ଦ ଭରି ଦେଇଛି। ବିଶେଷ କରି ଛୋଟ ପିଲାମାନେ ବର୍ଷାରେ ଭିଜିବାକୁ ବେଶୀ ପସନ୍ଦ କରିଥାଆନ୍ତି। ତେବେ ଏହି ସମୟରେ ଆମ ଶରୀରକୁ ବହୁ ସଂକ୍ରମକ ରୋଗ ହେବାର ଆଶଙ୍କା ରହିଥାଏ। ଏହି ଋତୁରେ ଜ୍ୱର, ଫ୍ଲୁ ଓ ଆଲର୍ଜି ପରି ରୋଗ ହେବାର ସମ୍ଭାବନା ରହିଥାଏ। ତେଣୁ ଏହି ଋତୁରେ ସଂକ୍ରମକ ଜୀବାଣୁ ଠାରୁ ନିଜକୁ ଦୂରେଇ ରଖିବା ଆବଶ୍ୟକ।

ଏହି ଋତୁରେ ଫିଲଟର୍ କିମ୍ୱା ଗରମ ପାଣି ପିଇବା ଉଚିତ। ତେବେ ଗରମ ପାଣି ୨୪ ଘଣ୍ଟାରୁ ଅଧିକ ସମୟ ରଖିବା ଉଚିତ୍ ନୁହଁ । ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ। ସଂକ୍ରମିତ ଭୂତାଣୁ ଠାରୁ ରକ୍ଷା ପାଇବା ପାଇଁ ହରବାଲ୍ ଟି, ଅଦା ଚା ଓ ଲେମନ୍ ଟି ପିଇ ପାରିବେ । ଯଦି ଆପଣ ଚା' ପିଇବାକୁ ପସନ୍ଦ କରନ୍ତି ନାହିଁ, ତେବେ ଗରମ ଭେଜିଟେବୁଲ୍ ସୁପ୍ ପିଇପାରିବେ।

ଖାଦ୍ୟ ଖାଇ ସାରିବା ପରେ ଓ ପୂର୍ବରୁ ହାତକୁ ସାବୁନରେ ଭଲ ଭାବେ ଧୋଇବା ଉଚିତ। ରୋଷେଇ ଘରେ ବ୍ୟବହାର କରୁଥିବା ଚପିଙ୍ଗ୍‌ ବୋର୍ଡକୁ ପରିବା କାଟିବା ପୂର୍ବରୁ ଓ ପରେ ଭଲ ରୂପେ ଧୋଇବା ଆବଶ୍ୟକ। ସାଧାରଣତଃ ଆମେ ବର୍ଷା ଋତୁରେ ଶାଗ ଜାତୀୟ ପରିବା ଖାଇ ନଥାଉ। କିନ୍ତୁ ଆପଣ ଏଭଳି ପରିବା ଖାଇବାକୁ ଚାହୁଁଥିଲେ ତାକୁ ଭଲ ଭାବେ ଧୋଇ ଖାଇପାରିବେ। ଲୁଣ ମିଶା ପାଣିରେ ପରିବାକୁ ୧୦ ମିନିଟ୍‌ ରଖିବା ଦ୍ୱାରା ସେଥିରେ ଥିବା ଜୀବାଣୁ ନଷ୍ଟ ହୋଇଯାଇଥାଏ।

ବର୍ଷା ଦିନେ ଖାଦ୍ୟକୁ ଭଲ ଭାବେ ରୋଷେଇ କରିବା ଦରକାର। ଏହି ଋତୁରେ କଞ୍ଚା ଥିବା ଖାଦ୍ୟ ଖାଇବା ଦ୍ୱାରା ଶରୀରକୁ କ୍ଷତି ପହଞ୍ଚାଇଥାଏ। ଫଳ ଓ ପରିବା ଅଧିକ ମାତ୍ରାରେ ଖାଇବା ଉଚିତ। ଏହି ଋତୁରେ ଗରିଷ୍ଠ ଖାଦ୍ୟ ନ ଖାଇ ହାଲକା ଭୋଜନ କରିବା ଉଚିତ। କାରଣ ଏହି ସମୟରେ ପାଚନ କ୍ରିୟା ଶୀଘ୍ର ହୋଇନ ଥାଏ। ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ପାଇଁ ରସୁଣ, ଗୋଲମରିଚ, ଅଦା, ଧନିଆ ଓ ହଳଦୀ ଖାଇ ପାରିବେ। ବାସି ଖାଦ୍ୟ ନ ଖାଇବା ଶରୀର ପାଇଁ ଭଲ । ଘରେ ରୋଷେଇ ହୋଇଥିବା ଖାଦ୍ୟ ଖାଆନ୍ତୁ।

rain

ବାହାରେ ବିକ୍ରି ହେଉଥିବା ଖାଦ୍ୟ ଏହି ସମୟରେ କମ୍ ଖାଇବା ଭଲ। ଏହି ଋତୁରେ ଘରଠାରୁ ମଶା ଓ ମାଛିକୁ ଦୂରେଇ ରଖିବା ପାଇଁ କୀଟନାଶକ ପ୍ରୟୋଗ କରନ୍ତୁ । ଏହାସହିତ ଘର ପୋଛିବା ସମୟରେ ଫିନାଇଲ୍ ବ୍ୟବହାର କରନ୍ତୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+