କିପରି ତ୍ୱଚାରୁ ଛାଡିବ ହୋଲି ରଙ୍ଗ, ଆପଣାନ୍ତୁ ଏହି ଟିପ୍ସ

Holi 2025: ଚଳିତ ବର୍ଷ ୧୪ ମାର୍ଚ୍ଚ ୨୦୨୫ରେ ହୋଲି ପାଳନ କରାଯିବ । ସାରା ଦେଶରେ ଏହି ପର୍ବକୁ ଧୂମଧାମରେ ପାଳନ କରାଯାଇଥାଏ । ରଙ୍ଗ ଲଗାଇ ହୋଲିରେ ପରସ୍ପର ସହ ଯୋଡି ହୁଅନ୍ତି । ହେଲେ ହୋଲି ପରେ ସହଜରେ ଏହି ରଙ୍ଗ ଆମ ଦେହରୁ ଛାଡି ନଥାଏ । ତେବେ ଚାଲନ୍ତୁ ଜାଣିବା ସହଜରେ କିପରି ରଙ୍ଗ ହାତ ଏବଂ ମୁହଁରୁ ଛଡାଇବ ।

ବେସନ ଏବଂ ଲେମ୍ବୁ
ଲେମ୍ବୁ ଏବଂ ବେସନର ଏକ ପେଷ୍ଚ ପ୍ରସ୍ତୁତ କରନ୍ତୁ । ହୋଲି ଖେଳିବା ପରେ ଏହାକୁ ରଙ୍ଗ ଲାଗିଥିବା ସ୍ଥାନରେ ଲଗାଇ କିଛି ସମୟ ରଖନ୍ତୁ । ଶୁଖିଲା ପରେ ଧିରେ ଧିରେ ମସାଜ କରି ଏହାକୁ ଛଡାନ୍ତୁ ଏବଂ ତା'ପରେ ଉଷୁମ ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ । ଦେଖିବେ ରଙ୍ଗ ଆପେ ଛାଡିଯିବ । ଆପଣ ନେଲପଲିସ୍ ରିମୁଭର୍ ମଧ୍ୟ ରଙ୍ଗ ଛଡାଇବା ପାଇଁ ବ୍ୟବହାର କରିପାରିବେ ।

Holi

ହଳଦି ଏବଂ ବେସନ ପେଷ୍ଟ
ରଙ୍ଗରୁ ମୁକ୍ତି ପାଇବା ପାଇଁ କ୍ଷୀର, ବେସନ ଏବଂ ହଳଦୀର ଏକ ପେଷ୍ଚ ପ୍ରସ୍ତୁତ କରନ୍ତୁ । ଏହା ପରେ ଏହି ପେଷ୍ଟକୁ ମୁହଁରେ ଲଗାନ୍ତୁ ଏବଂ ଏହାକୁ କିଛି ସମୟ ଛାଡିଦିଅନ୍ତୁ | ପେଷ୍ଟ ଶୁଖିଯିବା ପରେ ମୁହଁକୁ ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ । ଏହା ଚେହେରାକୁ ସଫା କରିଥାଏ । ଏହି ପେଷ୍ଟରେ ଆପଣ ମୂଳା ରସ ମଧ୍ୟ ମିଶାଇ ଲଗାଇ ପାରିବେ।

କାକୁଡି ରସ
କାକୁଡି ବ୍ୟବହାର କରି ଆପଣ ଚର୍ମରେ ଥିବା ରଙ୍ଗରୁ ମୁକ୍ତି ପାଇପାରିବେ । ଏଥିପାଇଁ କାକୁଡି ରସ ବାହାର କରି ଅଳ୍ପ ଗୋଲାପ ଜଳ ଏବଂ ଏକ ଚାମଚ ଭିନେଗାର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରି ନିଅନ୍ତୁ । ଆଲୋଭେରା ମଧ୍ୟ ମିଶାଇ ପାରିବେ । ଏହି ମିଶ୍ରଣକୁ ରଙ୍ଗ ଲାଗିଥିବା ସ୍ଥାନରେ ଲଗାନ୍ତୁ ଏବଂ ଶୁଖିଲା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ରଙ୍ଗ ଛାଡିବା ସହ ଏହା ଆପଣଙ୍କ ତ୍ୱଚାକୁ ସଫ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ମଇଦା ଏବଂ ବାଦାମ
ତେଲ ଶରୀରରେ ରଙ୍ଗରୁ ମୁକ୍ତି ପାଇବା ପାଇଁ ଅତି ସହଜ ଉପାୟ । ହେଲେ ରଙ୍ଗ ଖେଳିବା ପୂର୍ବରୁ ଆପଣ ଶରୀରରେ ଭଲ ଭାବେ ତେଲ ଲଗାଇ ନିଅନ୍ତୁ, ଏପରି କରିବା ଦ୍ୱାରା ରଙ୍ଗ ଆପଣଙ୍କ ତ୍ୱଚାରୁ ଅତି ସହଜରେ ଛାଡି ଯାଇଥାଏ । ଯଦି ଆପଣ ତେଲ ଲଗାଇବା ପାଇଁ ଭୁଲି ଯାଇଛନ୍ତି ତେବେ ରଙ୍ଗ ଖେଳିବା ପରେ ଚର୍ମରେ ମଇଦା ଏବଂ ବାଦାମ ତେଲରେ ପ୍ରସ୍ତୁତ ଏକ ପେଷ୍ଟ ଲଗାଇ ରଙ୍ଗ ସଫା କରିପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+