Get Updates
Get notified of breaking news, exclusive insights, and must-see stories!

ଗାଢ଼ ରଙ୍ଗ ଲାଗିଲେ ଛଡ଼ାଇବେ କେମିତି ? ଆପଣାନ୍ତୁ ଏହି ଟିପ୍ସ

ହସ,ଉଲ୍ଲାସ ଏବଂ ରଙ୍ଗର ପର୍ବ ହେଉଛି ହୋଲି । ଏହି ପର୍ବରେ ପରସ୍ପରକୁ ଫଗୁ ରଙ୍ଗ ଲଗାଇବାରେ ଯେତେ ଆନନ୍ଦ ମିଳେ ତା'ଠାରୁ ଅଧିକ କଷ୍ଟ ରଙ୍ଗ ଛଡ଼ାଇବାରେ ହୁଏ । ଆଜିକାଲି ବଜାରରେ ମିଳୁଥିବା ପ୍ରତିଟି ରଙ୍ଗରେ କ୍ୟାମିକାଲ୍ ମିଶିଥାଏ ଯାହା ତ୍ବଚା ପାଇଁ ଆଦୌ ହିତକର ନୁହେଁ । ତେଣୁ ହୋଲି ଖେଳିବା ପୂର୍ବରୁ ମୁହଁ ଏବଂ ପୂରା ଶରୀରର ଉଚିତ ଯତ୍ନ ନନେଲେ ରଙ୍ଗ ତ ଛାଡ଼ିବାରେ କଷ୍ଟ ହୁଏ କିନ୍ତୁ କ୍ୟାମିକାଲ୍ ଯୋଗୁଁ ଦେହସାରା କୁଣ୍ଡାଇ ହୋଇ ଫୋଟକା ପରି ଫଳିଯାଏ । ଚେହେରାର ତ୍ବଚା ଶରୀରର ତ୍ବଚାଠାରୁ ଅଧିକ ନରମ ହେବା କାରଣରୁ ଯଦି ପୂର୍ବରୁ ହିଁ ଏହାକୁ ସୁରକ୍ଷା ନ ଦିଆଯାଏ ତେବେ ଚର୍ମର ଲୋମଛିଦ୍ର ଭିତରେ କ୍ୟାମିକାଲ୍ ଚାଲିଯାଏ । ଯାହାଦ୍ବାରା ପୋଡ଼ାଜଳା ହେବା , କୁଣ୍ଡାଇ ହେବା କିମ୍ବା ଛୋଟ ଛୋଟ ଫୋଟକା ପରି ଦାଗ ସମସ୍ୟା ଦେଖାଯାଏ । ବିଜ୍ଞାନ ଅନୁସାରେ ଯଦି ଚର୍ମ ଉପରେ ପୂର୍ବରୁ ହିଁ ସୁରକ୍ଷା କବଚ ଘୋଡ଼ାଇ ଦିଆଯାଏ ତେବେ ରଙ୍ଗ ଆଉ ତ୍ବଚା ଭିତରକୁ ପ୍ରବେଶ କରିପାରିବ ନାହିଁ ଏବଂ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ତେବେ ଆସନ୍ତୁ କିଛି ଟିପ୍ସ ବିଷୟରେ ଜାଣିବା ଯାହା ହୋଲି ରଙ୍ଗ ଠାରୁ ଲଢ଼ିବାକୁ ଆପଣଙ୍କୁ ଶକ୍ତି ଦେବ ।

holi

ହୋଲି ପୂର୍ବ ଦିନ ଭଲରେ ଫେସୱାସ୍ ଲଗାଇ ମୁହଁ ସଫା କରନ୍ତୁ । ତା'ପରେ ନଡ଼ିଆତେଲ , ବାଦାମ ତେଲ କିମ୍ବା ଆଲୋଭେରା ଜେଲ୍ ଲଗାଇ ମସାଜ୍ କରନ୍ତୁ । ଏହା ମୁହଁରେ ସୁରକ୍ଷା କବଚ ସୃଷ୍ଟି କରିବ । ହୋଲି ଖେଳିବା ପାଇଁ ବାହାରକୁ ତ ନିଶ୍ଚୟ ଯିବେ ସେଥିପାଇଁ ଦେହରେ ଭଲ ଭାବରେ ସନସ୍କ୍ରିନ୍ ଲଗାଇ ଯାଆନ୍ତୁ । କାରଣ ସୂର୍ଯ୍ୟକିରଣ ଏବଂ କ୍ୟାମିକାଲ୍ ରଙ୍ଗ ଦୁଇଟା ମିଶି ତ୍ବଚାରେ ଦୁଇଗୁଣ ଅଧିକ କ୍ଷତି ପହଞ୍ଚାଇଥା'ନ୍ତି । ହୋଲି ଖେଳିବା ସମୟରେ ମୁହଁରେ ରଙ୍ଗ ରାଗିଲେ ବାରମ୍ବାର ଧୋଇବାର ଭୁଲ୍ ଆଦୌ କରନ୍ତୁ ନାହିଁ , ଆଖିରେ ରଙ୍ଗ ପଡ଼ିବା ଅଲଗା କଥା କିନ୍ତୁ ମୁହଁକୁ ଘସି ଘସି ଧୋଇବାର ଭୁଲ୍ କରନ୍ତୁନି । ଏହାଦ୍ବାରା ରଙ୍ଗ ଶରୀର ଭିତରକୁ ଅଧିକ ପ୍ରବେଶ କରିବ । ତେଣୁ ଖେଳିସାରିବା ପରେ ହିଁ ରଙ୍ଗ ଛଡ଼ାଇ ଗାଧାନ୍ତୁ ।

ରଙ୍ଗ ଖେଳିବା ପୂର୍ବରୁ ମୁହଁରେ ତେଲ ଲଗାନ୍ତୁ ଏବଂ ଗାଧୋଇବା ପରେ ଆଲୋଭେରା ଜେଲ୍ ଲଗାନ୍ତୁ ତୁରନ୍ତ ଆରମ ମିଳିବ । ଆଲୋଭେରାର ଥଣ୍ଡାପଣ ଶରୀରକୁ ରିଲାକ୍ସ କରିବ । ଗାଧୋଇବା ପରେ ତ୍ବଚାରେ ଘିଅ ଲଗାଇପାରନ୍ତି । ରଙ୍ଗ ଛଡ଼ାଇବା ପରେ ବେସନ ଏବଂ ହଳଦୀର ପ୍ୟାକ୍ ଶରୀରରେ ଲଗାନ୍ତୁ । ତ୍ବଚାରେ ଚନ୍ଦନ ପାଉଡର,ଗୋଲାପ ଜଳର ଫେସପ୍ୟାକ୍ ଲଗାନ୍ତୁ ସ୍କିନ୍ ଭଲ ରହିବ । ଗାଢ଼ ରଙ୍ଗ ଲାଗିଥିଲେ ଶରୀରରେ ଅଟା,ହଳଦୀ,ଲେମ୍ବୁରସ,ଦହି ଏବଂ ଟମାଟ ରସ ଲଗାଇ ରଙ୍ଗ ଛଡ଼ାନ୍ତୁ । ହୋଲି ଖେଳିବା ସମୟରେ ଆଖିରେ ଚଷମା ଏବଂ ମୁଣ୍ଡରେ ରୁମାଲ୍ ,ଓଢ଼ଣୀ କିମ୍ବା ଟୋପି ପିନ୍ଧି ଖେଳନ୍ତୁ । ରଙ୍ଗ ଖେଳନ୍ତୁ କିନ୍ତୁ ସତର୍କତାର ସହିତ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+