କେମିତି ଛାଡ଼ିବେ ମଦ ଏବଂ ସିଗାରେଟ୍ ଅଭ୍ୟାସ ?

ନିଶା ସେବନ ଏକ ଖରାପ ଅଭ୍ୟାସ । ସେ ସିଗାରେଟ୍ ହେଉ ଅବା ମଦ୍ୟପାନ । ଆମେ ସମସ୍ତେ ଏହା ଜାଣି ସୁଦ୍ଧା ବିଭିନ୍ନ କାରଣ ପାଇଁ ଏହାକୁ ଆପଣାଇଥାଉ । ଅନେକ ଯୁବପୀଢ଼ୀ ନିଶା ପାଇଁ ଅବାଟକୁ ମଧ୍ୟ ଚାଲି ଯାଉଥିବା ଦେଖିବାକୁ ମିଳୁଛି । ଘର ଲୋକଙ୍କ ଆକଟ ସାଙ୍ଗକୁ ଜୀବନ ପ୍ରତି ବିପଦ ଥିବା ଜାଣିବା ପରେ ମଧ୍ୟ ନିଶାକୁ ଛାଡ଼ିବା ଅନେକଙ୍କ ପାଇଁ କଷ୍ଟସାଧ୍ୟ ହୋଇଥାଏ । କିଏ କହେ ମୁଁ ଦୁଃଖରେ ପିଉଛି ତ ଆଉ କିଏ କହେ ମୁଁ ଟିକେ ଖୁସିରେ ପିଉଛି । ଏହି ଖୁସି-ଦୁଃଖ ଭିତରେ ଶରୀର ଉପରେ ଅନେକ ପ୍ରଭାବ ପକାଉଛି । କିଛି ସମୟର ଖୁସି ପାଇଁ ମଣିଷ ଶେଷରେ ବଡ଼ ନିଶାଡ଼ି ହୋଇ ଯାଉଛି । ଆପଣଙ୍କ ଆଖ ପାଖରେ ମଧ୍ୟ ଏଭଳି ଅନେକ ଉଦାହରଣ ସବୁ ଦେଖିବାକୁ ପାଇଥିବେ ନିଶ୍ଚୟ । ଯେତେ କହିବା ପରେ ମଧ୍ୟ ସେମାନେ ନିଜର ଖରାପ ଅଭ୍ୟାସକୁ ଛାଡ଼ି ପାରନ୍ତି ନାହିଁ । ଆସନ୍ତୁ ଆମର ଏହି ଲେଖା ମାଧ୍ୟମରେ ଜାଣିବା ନିଶା ଛାଡ଼ିବାର ସହଜ ଉପାୟ ।

habits

ସାଧାରଣଃ ସିଗାରେଟ୍ ଟାଣିବା ଦ୍ବାରା ଆମ ଫୁସଫୁସକୁ କ୍ଷତି ପହଞ୍ଚାଏ । ଏହାସହ ରକ୍ତବାହୀ ନଳୀକୁ ସଙ୍କୁଚିତ କରାଇଥାଏ । ଯାହାଦ୍ବାରା ହୃଦରୋଗ ହେବାର ସମ୍ଭାବନା ଅଧିକ ରହିଥାଏ । ସେପଟେ ମଦ୍ୟପାନ କରିବା ଦ୍ବାରା କେବଳ ଆମ ଯକୃତ ଉପରେ ପ୍ରଭାବ ପକାଇନଥାଏ ବରଂ ମାନସିକ ସ୍ବାସ୍ଥ୍ୟ ଏବଂ ସାମାଜିକ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ତେଣୁ ଏଭଳି ଅଭ୍ୟାସ ପାଇଁ ଜୀବନ ଯିବା ସହ ଗୋଟିଏ ସୁନ୍ଦର ପରିବାର ମଧ୍ୟ ନଷ୍ଟ ହୋଇଯାଇଥାଏ । ଖରାପ ସାଙ୍ଗ, କାମ ପ୍ରେସର ଭଳି ଅନେକ ବାହାନା କରି ଆମେ ନିଶା ସେବନ କରିଥାଉ । ଏଣୁ ସବୁବେଳେ ଏଭଳି ଅଭ୍ୟାସରୁ ଦୂରେଇ ରହିବା ପାଇଁ ଚେଷ୍ଟା କରିବେ ।

ସିଗାରେଟ ଏବଂ ମଦ ଅଭ୍ୟାସ ଥିବା ଲୋକେ କେମିତି ଛାଡ଼ିବେ?

ସିଗାରେଟ୍ ଟାଣୁଥିବା ଲୋକେ ମଦ ଛାଡ଼ି ପାରନ୍ତି ମାତ୍ର ସିଗାରେଟ ଠାରୁ ଦୂରେଇ ରହିବା କଷ୍ଟ ହୋଇଥାଏ । ଯେତେ ଛାଡ଼ିବାକୁ ପ୍ରୟାସ କଲେ ସୁଦ୍ଧା ଖାଇ ସାରିବା ପରେ ଏକ ଲାଳସା ଥାଏ କି ସିଗାରେଟ୍ ଗୋଟେ ଟାଣିବା ପାଇଁ । ଏଭଳି ଏକ ସମୟରେ ଆପଣ ଚେଷ୍ଟ କରିବେ କି, ଏକ ଗ୍ଲାସ ଥଣ୍ଡା ପାଣି ପିଇବା ପାଇଁ । ଏହାପରେ ,କ ଦୀର୍ଘ ଶ୍ବ୍ୟାସ ଛାଡ଼ିବେ । କଷ୍ଟ ହେଲେ ମଧ୍ୟ ଚେଷ୍ଟା କରିବେ କି କିଛି ବ୍ୟାୟାମ କରିବା ପାଇଁ । ପ୍ରଥମେ ଟିକେ କଷ୍ଟ ଅନୁଭବ ହେବ ମାତ୍ର ପରେ ଏହା ଆପଣଙ୍କ ଖରାପ ଅଭ୍ୟାସକୁ ଛଡ଼ାଇବାରେ ସହାୟକ ହେବ ।

ଧୁମ୍ରପାନ ଏବଂ ମଦ୍ୟପାନ ଛାଡ଼ିବା ପାଇଁ ହେଲେ ପ୍ରଥମେ ଶରୀରରୁ ନିକୋଡିନକୁ କାଢ଼ିବା ନିହାତି ଜରୁରୀ । ଏଥିଲାଗି ପ୍ରଚୁର ପାଣି ପିଇବା ସାଙ୍ଗକୁ ଭିଟାମିନ୍- ସି ଯୁକ୍ତ ଖାଦ୍ୟ ଖାଇବା ଜରୁରୀ । ଯେମିତିକି କମଳା, ଅଁଳା ଭଳି ଫଳ ଖାଇବା ଉଚିତ୍ । ଏହାସହ ନିକୋଡିନ୍ ପ୍ରତ୍ୟାହାର କରିବା ପାଇଁ ଅଳେଇଚ ଖାଆନ୍ତୁ । ଏହାଦ୍ବାରା ମଦ୍ୟପାନ ଏବଂ ସିଗାରେଟ ଟାଣିବାର ଇଛାଶକ୍ତିକୁ କମାଇ ଦେବ । ସାଧାରଣତଃ ଧୁମ୍ରପାନ ଅଭ୍ୟାସ ଛାଡ଼ିବା ପରେ ଚିଡିଚିଡ଼ା ଳାଗିଥାଏ । ଏଣୁ ବ୍ୟାୟାମ କରିବେ । ସବୁବେଳେ ଚେଷ୍ଟା କରିବେ ଡାକ୍ତରଙ୍କ ପରାମର୍ଶ ନେଇ ସମସ୍ତ କାମ କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+