ଏହି ଉପାୟରେ କଞ୍ଚା ଲଙ୍କାକୁ ରଖନ୍ତୁ , ଏତିକି ଦିନ ରହିବ ତାଜା
ପ୍ରତିଟି ଭାରତୀୟ ରୋଷେଇ ଘରେ କଞ୍ଚା ଲଙ୍କା ବ୍ୟବହାର ହୋଇଥାଏ । ଏହା ବ୍ୟଞ୍ଜନର ଚଟ ପଟା ସ୍ୱାଦ ବଢ଼ାଇଥାଏ। ତରକାରୀ ବ୍ୟତୀତ ଚଟଣୀ, ଭରତା କିମ୍ବା ପକୁଡ଼ି ତିଆରିରେ ବି ଏହାର ଉପଯୋଗ ହୋଇଥାଏ । କିନ୍ତୁ କଞ୍ଚା ଲଙ୍କାକୁ ବେଶୀ ଦିନ ତାଜା ରଖିବା କଷ୍ଟକର। ଯଦି କଞ୍ଚା ଲଙ୍କାକୁ ଅଧିକ ଦିନ ତାଜା ରଖିବାକୁ ଚାହୁଁଛନ୍ତି ତେବେ ଆପଣାନ୍ତୁ ଏ ସ୍ମାର୍ଟ ଟିପ୍ସ ।
କଞ୍ଚା ଲଙ୍କାକୁ ଅଧିକ ଦିନ ତାଜା ରଖୁବାକୁ ଜିପ୍ ଲକ୍ ବ୍ୟାଗର ବ୍ୟବହାର କରନ୍ତୁ । ଏଥିପାଇଁ ପ୍ରଥମେ ଲଙ୍କାଗୁଡ଼ିକୁ ଭଲଭାବେ ଧୋଇ ଶୁଖାଇ ଦିଅନ୍ତୁ । ପାଣି ଶୁଖୁଗଲେ ତା'ର ଡେମ୍ଫ ଛିଡ଼ାଇ ବ୍ୟାଗରେ ଭର୍ତ୍ତି କରି ଫ୍ରିଜ୍ରେ ରଖିଦିଅନ୍ତୁ । ଦେଖିବେ ସପ୍ତାହେ ପର୍ଯ୍ୟନ୍ତ ଏହା ତାଜା ରହିବ । କୌଣସି ସ୍ଥାନକୁ ଛୁଟି କାଟିବାକୁ ବେଶୀଦିନ ପାଇଁ ଯାଉଥିଲେ କଞ୍ଚା ଲଙ୍କା ଘରେ ପଡ଼ି ପଢ଼ି ଖରାପ ହୋଇଯାଏ । ଏ ସମସ୍ୟାରୁ ମୁକ୍ତି ପାଇଁ କିଚେନ୍ ଟାୱେଲ୍ରେ କଞ୍ଚା ଲଙ୍କାକୁ ରଖି ତାକୁ ଭଲଭାବେ ବାନ୍ଧିଦିଅନ୍ତୁ ।

ଦେଖିବେ ତାହା ୨୦-୨୫ ଦିନ ଯାଏ ତାଜା ରହିବ । କଞ୍ଚା ଲଙ୍କା ରଙ୍ଗ ଫିକା ପଡ଼ିବାକୁ ଦେବାକୁ ଚାହୁଁନାହାନ୍ତି କିମ୍ବା ତାକୁ ଅଧିକ ଦିନ ତାଜା ରଖିବାକୁ ଚାହୁଁଛନ୍ତି, ତେବେ ଆଲୁମିନିୟମ୍ ଫଏଲ୍( ମେଟାଲ୍ କାଗଜ)ର ବ୍ୟବହାର କରିପାରିବେ । ଲଙ୍କାର ଡେମ୍ଫ ଛିଡ଼ାଇ ତାକୁ ଆଲୁମିନିୟମ୍ ଫଏଲ୍ରେ ଗୋଡ଼ାଇ ଫ୍ରିଜ୍ରେ ରଖୁଦିଅନ୍ତୁ । ସପ୍ତାହେ ପର୍ଯ୍ୟନ୍ତ ତାଜା ରହିବ । କଞ୍ଚା ଲଙ୍କା ଡେମ୍ଫ ଛିଡ଼ାଇ ତା' ଉପରେ କିଛି ତେଲ ଲଗାନ୍ତୁ । ପରେ ଏୟାର୍ ଟାଇଟ୍ ଡବାରେ ବନ୍ଦ କରି ଫ୍ରିଜ୍ରେ ରଖନ୍ତୁ । ଏହି ଟିପ୍ପ କଞ୍ଚା ଲଙ୍କାକୁ ୨୦-୨୫ ଦିନ ପର୍ଯ୍ୟନ୍ତ ତାଜା ରଖିବାରେ ସାହାଯ୍ୟ କରିବ ।












Click it and Unblock the Notifications