For Quick Alerts
Turn On Notification  
For Daily Alerts
Oneindia App Download

Winter Care:ଥଣ୍ତା-ଜ୍ୱରରୁ ମୁକ୍ତି ଦିଏ ଏହି କାଢା, ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରେ

Winter Care:ଶୀତ ଦିନ ଘରେ ପ୍ରସ୍ତୁତ କରନ୍ତୁ ଏହି କାଢା, ଭାଇରାଲ୍ ସଂକ୍ରମଣରୁ ରୁହନ୍ତୁ ଦୂରରେ

|

ଭୁବନେଶ୍ୱର: ଶୀତ ଦିନ ଆସିବା ମାତ୍ରେ ଲୋକମାନେ ଥଣ୍ଡା, କାଶ ଇତ୍ୟାଦି ଭାଇରାଲ୍ ସଂକ୍ରମଣ ବଢିଥାଏ । ଭାଇରାଲ୍ ସଂକ୍ରମଣ ଲୋକଙ୍କୁ ଅସୁବିଧାରେ ପକାଇଥାଏ ।ଯେଉଁ ଲୋକମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥାଏ ସେମାନେ ଅଧିକ ଭାଇରାଲ୍ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଥଣ୍ତା ଏବଂ ଜ୍ୱର ଲାଗି ରହିଥାଏ । ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଡାକ୍ତରଙ୍କ ପରାମର୍ଶ ନେବା ସହ ଆପଣାନ୍ତୁ କିଛି ଘରୋଇ ଉପଚାର । ଯାହା ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରେ ।

କାଢା ପିଇବା ଦ୍ୱାରା ଜ୍ୱର-ଥଣ୍ତା ପରି ସମସ୍ୟା ଶୀଘ୍ର ଦୂର ହୋଇଥାଏ । ଏହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାର୍ଯ୍ୟ କରିଥାଏ । ଏହା ସହ ଖାଦ୍ୟ ହଜମ ପ୍ରକ୍ରିୟାରେ ମଧ୍ୟ ସହାୟକ ହୋଇଥାଏ । ତେବେ ଜ୍ୱର-ଥଣ୍ତାକୁ ଶୀଘ୍ର ଦୂର କରିବା ପାଇଁ ହେଲେ ଆପଣ ଘରେ ପ୍ରସ୍ତୁତ କରନ୍ତୁ ୨ ପ୍ରକାରର କାଢା ।

 Kadha

ତୁଳସୀ କାଢା

ତୁଳସୀ କାଢା'ପ୍ରସ୍ତୁତ କରିବା ପାଇଁ ହେଲେ ଆପଣ ତୁଳସୀ ପତ୍ର ସହ କିଛି ଲେମନଗ୍ରାସର ପତ୍ରର ମଧ୍ୟ ବ୍ୟବହାର କରିପାରିବେ । ଉଭୟକୁ ଭଲ ଭାବରେ ଧୋଇ ଦିଅନ୍ତୁ ଏବଂ ତା'ପରେ ଏକ ପ୍ୟାନରେ ପାଣି ରଖନ୍ତୁ ଏବଂ ଏହାକୁ ମଧ୍ୟମ ଆଞ୍ଚରେ କିଛି ସମୟ ଫୁଟାନ୍ତୁ । ପାଣି ଟିକେ ଗରମ ହେବା ପରେ ସେଥିରେ ତୁଳସୀ ପତ୍ର, ଲେମନଗ୍ରାସ ଏବଂ ଅଦା ପକାଇ ଏହାକୁ ପ୍ରାୟ ୩୦ ରୁ ୩୫ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ । ସ୍ୱାଦ ଅନୁଯାୟୀ ଗୁଡ଼ ମିଶାଇ ପାରିବେ । ୨ ମିନିଟ୍ ପରେ ଏହାକୁ ଏକ କପରେ ଛାଣି ପିଅନ୍ତୁ ।

ଅଜୱାଇନ୍ କାଢା

ଅଜୱାଇନ୍ କାଢା ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଆବଶ୍ୟକତା ଅନୁଯାୟୀ ପାଣି ନିଅନ୍ତୁ ଏବଂ ଏହାକୁ ଗ୍ୟାସରେ ରଖନ୍ତୁ ପାଣି ଟିକେ ଗରମ ହେବା ପରେ ସେଥିରେ ଅଜୱାଇନ୍ ଏବଂ ହଦଳୀ ମିଶାନ୍ତୁ । ୧୫ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ପାଣିକୁ ଫୁଟାନ୍ତୁ । ଏହା ପରେ ଏହି ପାଣିକୁ ଛାଣି ସ୍ୱାଦ ଅନୁଯାୟୀ ଲେମ୍ବୁ ମିଶାଇ ପିଅନ୍ତୁ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Winter Care,How To Make Kadha At Home
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X