ମୋଟା ପଣ କମାଇବ ଗୁପ୍ ଚୁପ୍, ଜାଣନ୍ତୁ କେମିତି?

ଗୁପଚୁପ୍ କାହାକୁ ବା ପସନ୍ଦ ନୁହେଁ । ଖାସ୍ କରି ଝିଅମାନଙ୍କୁ ଏହା ବେଶୀ ଭଲ ଲାଗିଥାଏ । ଗୁପଚୁପ୍ ନାଁ ଆସିବା ମାତ୍ରେ ସମସ୍ତଙ୍କ ପାଟିରେ ପାଣି ଆସିଯାଏ । ବର୍ଷା ହଉ ଅବା ଗରମ ସବୁବେଳେ ଗୁପଚୁପ୍ ଖାଇବାର ମଜା ନିଆରା ଥାଏ । ଗୁପଚୁପ୍କୁ ବଡ଼ଠୁ ଆରମ୍ଭ କରି ଛୋଟ ପିଲା ପର୍ଯ୍ୟନ୍ତ ସମସ୍ତେ ଖାଇବାକୁ ଭଲ ପାଆନ୍ତି । ଗୁପଚୁପ୍କୁ କେହି ଗୋଲଗପ୍ପା କୁହନ୍ତି ତ ଆଉ ପୁଣି କିଏ ପାନୀପୁରୀ, ପୁଚକା ବୋଲି ମଧ୍ୟ କୁହନ୍ତି । ଏହା ସମସ୍ତଙ୍କ ରୋଡ୍ ସାଇଡର ପ୍ରିୟ ଖାଦ୍ୟ କହିଲେ କିଛି ଭୁଲ ହେବ ନାହିଁ ।

pani puri

ଏହା ପାଟିକୁ ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ୟ ପାଇଁ ସେତିକି ଲାଭକାରୀ ହୋଇଥାଏ । କେବଳ ପାଟିର ସ୍ବାଦକୁ ବଢାଇ ନଥାଏ ବରଂ ସ୍ବାସ୍ଥ୍ୟ ଜନିତ ଫାଇଦା ମଧ୍ୟ ଦେଇଥାଏ । ଏ କଥା ଶୁଣିବା ମାତ୍ରେ ହୁଏ ତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ ସତ କିନ୍ତୁ ଏହା ସତ । କିନ୍ତୁ ଯଦି ଆପଣ ମଇଳା ସ୍ଥାନରୁ କିମ୍ବା ଅପରିଷ୍କାର ଭାବରେ ତିଆରି ଗୋଲଗପ୍ପା ଖାଆନ୍ତି, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ । ଖୁବ୍ କମ୍ ଲୋକ ଗୁପ୍ଚୁପ୍ ଖାଇବାର ଫାଇଦା ସମ୍ପର୍କରେ ଜାଣନ୍ତି । କିନ୍ତୁ ଆମେ ଆଜି ଆପଣଙ୍କୁ ଏହାର ଲାଭ ସମ୍ପର୍କରେ ଜଣାଇବୁ ।

ବିଶେଷଜ୍ଞଙ୍କ ମତରେ ଗୁପଚୁପରେ ପର୍ଯ୍ୟାପ୍ତ ପରିମାଣର ପୁଷ୍ଟିସାର ରହିଛି । ଏଥିରେ ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଏବଂ ଭିଟାମିନ୍ ସି ରହିଛି । ଏହି ସମସ୍ତ ଉପାଦାନ ଶରୀରର ଗଠନରେ ସାହାଯ୍ୟ କରେ । ଏହା ସତ୍ତ୍ୱେ ବିଶେଷଜ୍ଞମାନେ ସୀମିତ ପରିମାଣରେ ଗୁପଚୁପ୍ ଖାଇବାକୁ ପରାମର୍ଶ ଦେଉଛନ୍ତି । ଏହାକୁ ଅଧିକ ପରିମାଣରେ ଖାଇବାର କ୍ଷତି ମଧ୍ୟ ହୋଇଥାଏ । ତେବେ ଆସନ୍ତୁ ଏହାର ଗୁଣକାରୀ ଫାଇଦା ସମ୍ପର୍କରେ ଜାଣିବା ।

ଯଦି ଓଜନକୁ କମାଇବାକୁ ଚାହୁଁଛନ୍ତି ତେବେ ଏହି ସମସ୍ୟା ପାଇଁ ଗୁପଚୁପ୍ ବେଷ୍ଟ ହୋଇଥାଏ । ପାଟିକୁ ଟେଷ୍ଟି ଲାଗିବା ସହ ଓଜନ ଯାତ୍ରାକୁ ମଧ୍ୟ ସରଳ କରିଦେଇଥାଏ । ଏଥିରେ ପୋଦିନା, ହେଙ୍ଗୁ, ଲେମ୍ବୁ ଏବଂ ଆମ୍ବକସିଆ ଅଦା ରହିଥାଏ । ଯାହା ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ । ତେଣୁ ଏହି ସମସ୍ୟା ଦୂର କରିବା ପାଇଁ ଗୁପଚୁପକୁ ଭଲ ବୋଲି ବିବେଚନା କରାଯାଏ । ଯାହା ଓଜନ କମ୍ କରିବାରେ ଚମତ୍କାର ଫାଇଦା ଦେଇଥାଏ ।

ଏଥିରେ ତେନ୍ତୁଳି, କଳା ଲୁଣ, ଜିରା, ଜଲଜିରା ଏବଂ ଅନ୍ୟାନ୍ୟ ମସଲା ଥାଏ । ତେଣୁ ଏହାକୁ ପାଚନ ସମସ୍ୟା ପାଇଁ ମଧ୍ୟ ଭଲ ବୋଲି ବିବେଚନା କରାଯାଏ । ଯାହା ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ଦେଇଥାଏ । ଏତିକି ନୁହେଁ ବରଂ ଏଥିରେ ସୁଜି, ଚଣା ଏବଂ ସିଝା ଆଳୁ ଥାଏ । ଯାହାକୁ ଖାଇବା ଦ୍ବାରା ଆପଣ କୋଷ୍ଠକାଠିନ୍ୟ ଏବଂ ଏସିଡିଟି ଭଳି ସମସ୍ୟାରୁ ମୁକ୍ତି ପାଇପାରିବେ ।

ଗୁପଚୁପ୍ ଡାଇବେଟିସ୍ ରୋଗୀଙ୍କ ପାଇଁ ପ୍ରଭାବଶାଳୀ ହୋଇଥାଏ । କାରଣ ଏଥିରେ ଥିବା କଳା ଗୋଲମରିଚ, ଜିରା ଇତ୍ୟାଦି ମସଲା ଡାଇବେଟିସ୍ ନିୟନ୍ତ୍ରଣ କରିବାରେ ବଡ଼ ଭୂମିକା ନିର୍ବାହ କରିଥାଏ । କଳାଚଣାରୁ ଭରପୁର ମାତ୍ରାର ପ୍ରୋଟିନ୍ ମିଳିଥାଏ । ଯାହା କୋଲେଷ୍ଟ୍ରୋଲ ସମସ୍ୟା ପାଇଁ ଭଲ ବିକଳ୍ପ । ଏହି ସବୁ ସମସ୍ୟା ଥିଲେ ଗୁପଚୁପ୍ ଖାଇବା ଆବଶ୍ୟକ । କିନ୍ତୁ ଅଧିକ ଖାଇବା ଦ୍ବାରା କ୍ଷତିରେ ପକାଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+