ଏହି ଉପାୟରେ ବଢ଼ାନ୍ତୁ ଆପଣଙ୍କ ଷ୍ଟାମିନା

ଭୁବନେଶ୍ୱର: ସକାଳୁ ଉଠିବା ଠାରୁ ରାତିରେ ଶୋଇବାକୁ ଯିବା ପର୍ଯ୍ୟନ୍ତ କିଛି ନା କିଛି କାମରେ ଆମେ ଶାରୀରିକ ସ୍ତରରେ ହେଉ ବା ମାନସିକ ସ୍ତରରେ ନିଜକୁ ବ୍ୟସ୍ତ ରଖିଥାଉ। ସୁସ୍ଥ ଭାବେ କାମ କରିବା ପାଇଁ ହେଲେ ଆମ ଷ୍ଟାମିନା ସୁଦୃଢ଼ ରହିବା ଆବଶ୍ୟକ, ନଚେତ ଦିନର ଅଧା ସମୟରୁ ହିଁ ଆମକୁ କ୍ଲାନ୍ତ ଅନୁଭବ ହୁଏ। ଯଦି ଆପଣ ବି କାମ କରିବା ସମୟରେ ହଠାତ୍ କ୍ଲାନ୍ତ ଅନୁଭବ କରୁଥାନ୍ତି ତେବେ ନିମ୍ନଲିଖିତ ପ୍ରାକୃତିକ ଉପଚାରକୁ ଆପଣାନ୍ତୁ ଯାହା ଆପଣଙ୍କ ଷ୍ଟାମିନାକୁ ଦୃଢ଼ କରିବା ସହ କ୍ଲାନ୍ତ ଅନୁଭବ କରାଇବାକୁ ଦେବ ନାହିଁ।

ହଳଦୀ: ଏକ ଗ୍ଲାସ୍ ଉଷୁମ ପାଣିରେ ଅଧ ଚାମଚ ହଳଦୀ ଗୁଣ୍ଡ ପକାଇ ପ୍ରତିଦିନ ପିଅନ୍ତୁ। ଜଣେ ଚାହିଁଲେ ଏକ ଚାମଚ ମହୁ ମଧ୍ୟ ମିଶାଇ ପାରିବେ।

ନଡ଼ିଆ ତେଲ: ରୋଷେଇରେ ଅନ୍ୟ ତେଲ ବ୍ୟବହାର ପରିବର୍ତ୍ତେ ମଧ୍ୟମ ଧରଣର ନଡ଼ିଆ ତେଲ ବ୍ୟବହାର କରିବା ଭଲ। ନଡ଼ିଆ ତେଲରେ ଫ୍ୟାଟ ରହିଛି ଯାହା ଶରୀରର ରୋଗପ୍ରତିରୋଧକ କ୍ଷମତା ସହ ସହନଶକ୍ତି ବଢ଼ାଏ।

ଆପଲ ସାଇଡର ଭିନେଗାର: ଏହି ଭିନେଗାରରେ ବହୁ ପରିମାଣର ଇଲୋକ୍ଟ୍ରଲାଇଟ ରହିଛି ଯାହାକୁ ଖାଇବା ଦ୍ୱାରା ପ୍ରାକୃତିକ ଉପାୟରେ ଶରୀରର ଷ୍ଟାମିନା ବଢ଼େ।

running

ଆଭୋକାଡୋ: ଆଭାକାଡ଼ୋରେ ବହୁ ପରିମାଣର ମାଗ୍ନେସିୟ ରହିଛି। ପ୍ରତିଦିନ ଫାଳେ ଆଭୋକାଡୋ ଖାଇଲେ ଶରୀରର ସହନଶକ୍ତି ବଢ଼େ। ଶରୀରେ ଗ୍ଲୁକୋଜର ମାତ୍ରା କମାଇ ତାହାକୁ ଶକ୍ତିରେ ପରିଣତ କରେ।

କଦଳୀ: କଦଳୀରେ ବହୁ ମାତ୍ରାରେ କାର୍ବୋହାଇଡ୍ରେଟ ଏବଂ ପୋଟାସିୟମ ରହିଛି। ଏହା ଶରୀରର ଷ୍ଟାମିନା ବଢ଼ାଇବା ସହ ତୁରନ୍ତ ଶକ୍ତି ଯୋଗାଏ।

ବାଦାମ: ଶରୀରର ଷ୍ଟାମିନା ବଢ଼ାଇବା ପାଇଁ ବହୁ ପରିମାଣରେ ବାଦାମ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ଭଲ। ଅଖରୋଟ ଏବଂ ପିସ୍ତାବାଦାମ ଏଥିପାଇଁ ବେଶ ଉପଯୋଗୀ।

ବିନ୍ସ: ପ୍ରତିଦିନ ଖାଦ୍ୟରେ ପରିବାରେ ବିନ୍ସ ଖାଇପାରିବେ। ଏଥିରେ ବହୁ ପରିମାଣର ଆଇରନ ରହିଛି। ଯାହା ଶରୀରର ବିଭିନ୍ନ ଅଙ୍ଗକୁ ଅମ୍ଳଜାନ ଭଲ ଭାବେ ଯୋଗାଇଥାଏ।

କନ୍ଦମୂଳ: କନ୍ଦମୂଳରେ ଥିବା କାବ୍ରୋହାଇଡ୍ରେଟ୍ ଶରୀରକୁ ଦରକାର ମୁତାବକ ଶକ୍ତି ଯୋଗାଇବା ସହ ଷ୍ଟାମିନା ବଢ଼ାଇଥାଏ।

ବିଟ୍‌ରୁଟ୍: ବିଟ୍‌ରୁଟରେ ଥିବା ଭିଟାମିନ ଶରୀରର ଷ୍ଟାମିନା ବଢ଼ାଇବା ସହ ଶରୀରକୁ ଫ୍ୟାଟ୍ ମୁକ୍ତ ରଖେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+