ପିଲଙ୍କୁ ସ୍ମାର୍ଟ କରିବାକୁ ଚାହୁଁଛନ୍ତି କି ? ଫଲୋ କରନ୍ତୁ ଏହି ଟିପ୍ସ
Health tips: ଆଜିକାଲି ଦୁନିଆର ସମସ୍ତ କ୍ଷେତ୍ରରେ ପ୍ରତିଯୋଗିତା ଲାଗି ରହିଛି । ଏଭଳି ସ୍ଥିତିରେ ଆଗକୁ ବଢିବାକୁ ହେଲେ ଆମକୁ ସ୍ମାର୍ଟ ଓ ବୁଦ୍ଧିମାନ ହେବା ଆବଶ୍ୟକ । ସେ ପାଠ ପଢା ହେଉ ଅବା ଅନ୍ୟ କୌଣସି କ୍ଷେତ୍ର, ଯଦି ଆମେ ସ୍ମାର୍ଟ ନେହେବା ତେବେ ବହୁ ପଛରେ ପଡ଼ିଯିବା ।
ତେଣୁ ପ୍ରତ୍ୟେକ ପିତାମାତା ଚାହାଁନ୍ତି ସେମାନଙ୍କର ପିଲାମାନେ ସ୍ମାର୍ଟ, ବୃଦ୍ଧିମାନ ଏବଂ ମାନସିକ ସ୍ତରରେ ବହୁତ ଶକ୍ତିଶାଳୀ ହୁଅନ୍ତୁ । ପିଲାମାନେ କ୍ଲାସରୁମରୁ ଆରମ୍ଭ କରି ସବୁ କ୍ଷେତ୍ରରେ ଭଲ ପ୍ରଦର୍ଶନ କରନ୍ତୁ । ଏଥିପାଇଁ ସେମାନଙ୍କୁ ମାନସିକ ସ୍ତରରେ ଦୃଢ କରିବାକୁ ପିତାମାତା ଅନେକ ପଦ୍ଧତି ଆପଣାଇଥାନ୍ତି । ସୁସ୍ଥ ଖାଦ୍ୟ, ଭଲ ପୋଷଣ ଦିଅନ୍ତି ।

ତଥାପି ଏହି ଦ୍ରୁତ ଗତିଶୀଳ ଦୁନିଆରେ ଯଦି ଆପଣଙ୍କ ପିଲା ସବୁ କ୍ଷେତ୍ରରେ ସଫଳତା ପାଉ ବୋଲି ଚାହୁଁଛନ୍ତି ତେବେ କିଛି ଜିନିଷ ପ୍ରତି ଧ୍ୟାନ ଦେବା ଜରୁରୀ, ଏବଂ ପିଲାଙ୍କୁ ଉଚିତ ଶିକ୍ଷା, କୌଶଳ କ୍ଷେତ୍ରରେ ବିକାଶ କରିବାକୁ ପଡିବ । ଆସନ୍ତୁ ଜାଣିବା ପିଲାଙ୍କୁ ବୃଦ୍ଧିମାନ କିପରି କରିପାରିବେ ।
ଆପଣଙ୍କ ପିଲା ମାନସିକ ସ୍ତରରେ ବୃଦ୍ଧିମାନ ଏବଂ ସ୍ମାର୍ଟ ହୁଅନ୍ତୁ ବୋଲି ଯଦି ଆପଣ ଚାହାଁନ୍ତି, ତେବେ ତାଙ୍କୁ ଖୋଲାଖୋଲି ଭାବରେ କଥା ହେବାକୁ ଉତ୍ସାହିତ କରନ୍ତୁ। ସେମାନଙ୍କୁ ଭାବନାକୁ ଜାଣିବା ଏବଂ ପ୍ରକାଶ କରିବାରେ ସାହାଯ୍ୟ କରନ୍ତୁ। ପିଲାମାନଙ୍କୁ ସେମାନଙ୍କ ଭାବନା ଉପରେ ନିୟନ୍ତ୍ରଣ କରିବାକୁ ଶିଖାନ୍ତୁ। ଚାପକୁ ପରିଚାଳନା କରିବା ପାଇଁ ଗଭୀର ନିଶ୍ୱାସ ଏବଂ ମନୋବୃତ୍ତି ବିଷୟରେ ଶିକ୍ଷା ଦିଅନ୍ତୁ ।
କିଛି ସମସ୍ୟା ଆସିଲେ ଦୂରେଇ ଯିବା ପରିବର୍ତ୍ତେ ପିଲାଙ୍କୁ ତାହାର ସାମ୍ନା କରିବା ଓ ସମାଧାନ କରିବାକୁ ଶିଖାନ୍ତୁ। ଏହାଦ୍ୱାରା ସେମାନଙ୍କ ବାଟରେ ଆସୁଥିବା ପ୍ରତିବନ୍ଧକକୁ ଦୂର କରିବାରେ ସକ୍ଷମ ହେବେ। ସମାଲୋଚନାକାରୀ ଚିନ୍ତାଧାରା ଏବଂ ସୃଜନଶୀଳତାକୁ ପ୍ରୋତ୍ସାହିତ କରନ୍ତୁ। ଯାହା ଦ୍ୱାରା ସେମାନେ ସାହାସ ସହିତ ବାଧାବିଘ୍ନକୁ ଦୂର କରିପାରିବେ ।
ନିଜର ପିଲାମାଙ୍କୁ ସେମାନଙ୍କର ନକାରାତ୍ମକ ଚିନ୍ତାଧାରାକୁ ପରିବର୍ତ୍ତନ କରିବା ପାଇଁ ଉତ୍ସାହିତ କରନ୍ତୁ। ବାଧାବିଘ୍ନ ଆସିଲେ ବୁଝିବିଚାରି ଏବଂ ସକାରାତ୍ମକ ଚିନ୍ତାଧାରାକୁ ପ୍ରୋତ୍ସାହିତ କରନ୍ତୁ। ପିଲାଙ୍କ ଭିତରେ ଆଶାବାଦୀ ଚିନ୍ତାଧାରା ବିକାଶ ହେଲେ ସେମାନେ ଜୀବନର ପ୍ରତ୍ୟେକ ଉତ୍ଥାନକୁ ଭଲ ଭାବରେ ସାମ୍ନା କରିବାରେ ସମର୍ଥ ହେବେ ।
ପିଲାଙ୍କୁ ମାନସିକ ସ୍ତରରେ ବୃଦ୍ଧିମାନ କରିବା ପାଇଁ ପରିବାରରେ ମିଳାମିଶା କରିବା ଏବଂ କିଛି ଖେଳପୂର୍ଣ୍ଣ ବାତାବରଣ ପ୍ରସ୍ତୁତ କରନ୍ତୁ। ପରିବାର ସହିତ ସେମାନଙ୍କୁ ନେଇ ବାହାରକୁ ବୁଲିବାକୁ ଯାଆନ୍ତୁ।
ଶରୀର ଏବଂ ମନ ମଧ୍ୟରେ ସଠିକ୍ ଭାବେ ସମନ୍ୱୟ ରକ୍ଷା କରିବାକ ପିଲାମାନେ ଶାରିରୀକ ବ୍ୟାୟାମ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାଦ୍ୱାରା ଉନ୍ନତ ମାନସିକ ଏବଂ ଶାରୀରିକ ଅଭିବୃଦ୍ଧି ଘଟିଥାଏ। ମାନସିକ ଶକ୍ତି ବଢିବା ପାଇଁ ବ୍ୟାୟାମ ଅତ୍ୟନ୍ତ ଜରୁରୀ। ପ୍ରତ୍ୟେକ ଦିନ ପିଲାମାନେ କିଛି ସମୟ ବ୍ୟାୟାମ କରିଲେ ବୌଦ୍ଧିକ ଶକ୍ତି, ଭାବପ୍ରବଣତା ନିୟନ୍ତ୍ରଣ, ଶାରୀରିକ ସ୍ୱାସ୍ଥ୍ୟ ଇତ୍ୟାଦିରେ ଉନ୍ନତି କରିଥାଏ।
ପିଲାମାନଙ୍କ ସ୍କୁଲରେ ହେଉ କିମ୍ବା ଅନ୍ୟ କେଉଁଠି ସବୁବେଳେ ପ୍ରତିଯୋଗିତାରେ ଭାଗ ନେବାକୁ ଉତ୍ସାହିତ କରାନ୍ତୁ। ଏହାଦ୍ୱାରା ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢିଥାଏ। ଏହାସହିତ ଯେକୌଣସି କାର୍ଯ୍ୟ କରିବାକୁ ସେମାନେ ଇଚ୍ଛା କଲେ ପର୍ଯ୍ୟାପ୍ତ ସୁଯୋଗ ଦିଅନ୍ତୁ। କିଛି ଭୁଲରୁ ସେମାନେ ଶିଖିବା ସହିତ ଦାୟିତ୍ୱବାନ ହେବେ।












Click it and Unblock the Notifications