ଆଖି ପ୍ରତି ହୁଅନ୍ତୁ ଯତ୍ନବାନ, ନଚେତ୍...
ଭୁବନେଶ୍ୱର: ଟେକ୍ନୋଲୋଜିରେ ଆମେ ଯେତିକି ଆଗକୁ ଯାଉଛୁ ଦୃଷ୍ଟି ଶକ୍ତିରେ ମଧ୍ୟ ସେତିକି ପଛକୁ ଗତି କରୁଛୁ। ଦିନର ଅଧିକାଂଶ ସମୟ ଟିଭି, କମ୍ପ୍ୟୁଟର, ଫୋନରେ ଆମର ସମୟ ବିତୁଛି। ଏହାର କୁପ୍ରଭାବ ସିଧାସଳଖ ଆମ ଆଖି ଉପରେ ପଡ଼ିବା ସହ ଦୃଷ୍ଟି ଶକ୍ତି ହ୍ରାସ ପାଉଛି। କିନ୍ତୁ ଦୃଷ୍ଟି ଶକ୍ତି ହ୍ରାସରେ କେବଳ ଟେକ୍ନୋଲୋଜି ଦାୟୀ ନୁହେଁ ବରଂ କେଉଁ ପ୍ରକାର ଖାଦ୍ୟ ଆମେ ଖାଉଛେ ତାହା ମଧ୍ୟ ଖୁବ୍ ଗୁରୁତ୍ୱପୂର୍ଣ୍ଣ।
ବ୍ଲିଙ୍କ୍: କମ୍ପ୍ୟୁଟର ସାମ୍ନାରେ ବସି କାମ କରିବା ସମୟରେ ଆଖିକୁ ବାରମ୍ବାର ବ୍ଳିଙ୍କ୍ କରନ୍ତୁ। କାରଣ କମ୍ପ୍ୟୁଟରରେ କାମ କରିବା ସମୟରେ ଆଖି ସ୍ଥିର ହୋଇ ଅଧିକାଂଶ ସମୟ ରହିଯାଏ। ଫଳରେ ଆଖି ଶୁଷ୍କ ଲାଗେ। ବ୍ଲିଙ୍କ କରିବା ଦ୍ୱାରା ଶୁଷ୍କ ହେବା ସମସ୍ୟା ରୁହେ ନାହିଁ।

ପାପୁଲିର ଉଷ୍ମତା ଜରୁରୀ: ବହୁ ସମୟ ଧରି ଟିଭି ଦେଖିବା କିମ୍ବା କମ୍ପ୍ୟୁଟରରେ କାମ କରିବା ପରେ ଦୁଇ ପାପୁଲି ଘସି ଏହାର ଉଷ୍ମତାକୁ ଆଖି ପତା ଉପରେ ରଖନ୍ତୁ। ଆଖିକୁ ଆଉ ଥକ୍କା ଲାଗିବ ନାହିଁ। ଏହି ଉପାୟ ସକାଳୁ ଉଠିବା ମାତ୍ରେ କରିଲେ ଅଧିକ ଆରାମ ଅନୁଭବ କରିବା ସହ ଆଖି ସୁସ୍ଥ ମଧ୍ୟ ରୁହେ।
କ'ଣ ଖାଇବେ: ଗାଜର ରସ, ପାଳଙ୍ଗ ଏବଂ ଅନ୍ୟ ସବୁଜ ଶାଗ, ବ୍ରୋକଲି, ଆଲମଣ୍ଡ, ଅଣ୍ଡାକୁ ନିଜ ଖାଦ୍ୟ ତାଲିକାରେ ରଖନ୍ତୁ।












Click it and Unblock the Notifications