ସାବଧାନ! ଆପଣ ନକଲି ଡାଲଚିନି ଖାଉନାହାନ୍ତି ତ ?
ଆପଣ ବି ନକଲି ଡାଲଚିନି ଖାଉନାହାନ୍ତି ତ ? ବଜାରରୁ ଡାଲଚିନି ଆଣିବା ପୂର୍ବରୁ ଥରେ ପରୀକ୍ଷା କରି ନିଅନ୍ତୁ । ଯଦି ଏହା ନକଲି ହୋଇଥାଏ, ଆପଣଙ୍କ ପାଇଁ ଘାତକ ସାଜିପାରେ । ଆପଣ ଘରକୁ ଆଣୁଥିବା ଡାଲଚିନି ନକଲି କି ଅସଲି, କେମିତି ଚିହ୍ନିବେ ? ଆସନ୍ତୁ ଜାଣିବା...
ଡାଲଚିନି ଏପରି ଏକ ମସଲା । ଯାହା ପ୍ରତ୍ୟକ ଭାରତୀୟଙ୍କ ରୋଷେଇ ଘରେ ଦେଖିବାକୁ ମିଳେ । ଏହା କେବଳ ସ୍ୱାଦ ଏବଂ ସୁଗନ୍ଧ ପାଇଁ ଜଣାଯାଏ ତା ନୁହେଁ, ଏହା ସ୍ୱାସ୍ଥ୍ୟ ଉପକାର ପାଇଁ ମଧ୍ୟ ଖୁବ୍ ଜଣାଶୁଣା । ଏହି ମସଲା ରକ୍ତରେ ଶର୍କରା ନିୟନ୍ତ୍ରଣ, ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ସାହାଯ୍ୟ କରେ । ଏହା ନିଜର ଆଣ୍ଟିଅକ୍ସିଡାଣ୍ଟ ଗୁଣ ପାଇଁ ଜଣାଶୁଣା । ତେବେ ଗତ କିଛି ବର୍ଷ ହେବ ଡାଲଚିନି ନାଁରେ ଚାଲିଛି ଠକେଇ । ଭାରତର କୋଟିକୋଟି ଲୋକ ଏହି ଠକେଇର ହେଉଛନ୍ତି ଶିକାର ।
ବାସ୍ତବରେ ଆପଣ ଯାହାକୁ ଡାଲଚିନି ଭାବି ବର୍ଷବର୍ଷ ଧରି ଖାଉଛନ୍ତି ଏହା ଅସଲି ଡାଲଚିନି ନୁହେଁ । ଏହାକୁ "କାଷ୍ଟର ସେଲ" (କ୍ୟାସିୟା) କୁହାଯାଏ । ରୂପ, ଗନ୍ଧ ଏବଂ ସ୍ୱାଦରେ ଏହା ଡାଲଚିନି ସହିତ ସମାନ । କିନ୍ତୁ ଏହା ଡାଲଚିନି ନୁହେଁ । ଏହାକୁ ଖାଇ ଅନେକ ହୋଇପାରନ୍ତି ଗୁରୁତର ଅସୁସ୍ଥ । ବଜାରରେ ଏହାର ମୂଲ୍ୟ ଡାଲଚିନି ଠାରୁ ବହୁତ କମ୍ ।

"କାଷ୍ଟର ସେଲ୍" ଏବଂ ଅସଲି ଡାଲଚିନି ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି । ସବୁଠାରୁ ବଡ ପାର୍ଥକ୍ୟ ହେଉଛି ଉଭୟ ଭିନ୍ନ ଗଛରୁ ମିଳିଥାଏ । କାଷ୍ଟର ସେଲ ଗଛ ଡାଲଚିନି କାସିଆ ଗଛରୁ ଆସିଥାଏ । ସେହିପରି ଅସଲି ଡାଲଚିନି ଡାଲଚିନି ଭେରମ୍ ଗଛରୁ ଆସିଥାଏ । ଏହାବ୍ୟତୀତ ଉଭୟଙ୍କର ରାସାୟନିକ ଗୁଣରେ ପାର୍ଥକ୍ୟ ରହିଛି । ବିଶେଷ ଭାବରେ କୁମରିନ୍ ପରିମାଣରେ ରହିଛି ପାର୍ଥ୍ୟକ୍ୟ । କାଷ୍ଟୋର ସେଲରେ କୁମରିନର ପରିମାଣ ବହୁତ ଅଧିକ ରହିଥାଏ । କିନ୍ତୁ ଅସଲି ଡାଲଚିନିରେ କୁମରିନର ମାତ୍ରା ବହୁତ ଅଧିକ ରହିଥାଏ ।
କୁମରିନ୍ ହେଉଛି ଏକ ପ୍ରକାର ରାସାୟନିକ ଯୌଗିକ । ଯାହା ସାଧାରଣତଃ ଜଡିବୁଟି ଏବଂ ମସଲାରେ ମିଳିଥାଏ । ଏହାର ଅତ୍ୟଧିକ ପରିମାଣ ଶରୀର ପାଇଁ କ୍ଷତିକାରକ ହୋଇପାରେ । ଏହାକୁ ଅଧିକ ମାତ୍ରାରେ ଖାଇବା ଦ୍ବାରା ଯକୃତ ଏବଂ କିଡନୀ ସମସ୍ୟା ହୋଇପାରେ । ଏହାବ୍ୟତୀତ ଏହାକୁ ଅଧିକ ଦିନ ଖାଇବା ଦ୍ୱାରା କର୍କଟ ଭଳି ଗମ୍ଭୀର ରୋଗ ହେବାର ସମ୍ଭାବନା ମଧ୍ୟ ବଢିଥାଏ ।
ଯଦି ପ୍ୟାକେଟ୍ ଡାଲଚିନି କିଣୁଛନ୍ତି ତେବେ ପ୍ୟାକେଟରେ ଲେଖାଥିବ ସିନାମନ୍ । ଯଦି ଏହା ନକଲି ହୋଇଥିବ ତେବେ ସେଥିରେ କ୍ୟାସିୟା ଲେଖା ହୋଇଥିବ । ଯଦି ଖୋଲା ଡାଲଚିନି କିଣୁଛନ୍ତି ତେବେ ଏହାର ଚୋପା ଦେଖି ଆପଣ ଚିହ୍ନିପାରିବେ । ଏହାବ୍ୟତୀତ ଏହାର ରଙ୍ଗ ଏବଂ ସୁଗନ୍ଧରୁ ମଧ୍ୟ ଏହାର ଅସଲି ଡାଲଚିନିର ଚିହ୍ନଟ କରିପାରିବେ ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications