ଏହି ଉପାୟରେ ରାଗକୁ କରନ୍ତୁ ନିୟନ୍ତ୍ରଣ
କୁହାଯାଏ, କ୍ରୋଧ ମଣିଷର ପରମ ଶତ୍ରୁ। ହସିବା ଶରୀର ପାଇଁ ଲାଭଦାୟକ ହୋଇଥିବା ବେଳେ ରାଗିବା ଶରୀରର କ୍ଷତି କରିଥାଏ। କଥା କଥାରେ ରାଗିବା ସ୍ୱାସ୍ଥ୍ୟ ପାଇଁ ହାନିକାରକ । ଏପରିକି, କିଛି କ୍ଷଣର ରାଗ ମଣିଷ ଜୀବନର ଗତିପଥକୁ ମଧ୍ୟ ବଦଳାଇ ଦିଏ। ରାଗିବା ସମୟରେ ନିଆଯାଉଥିବା ନିଷ୍ପତ୍ତି ଭବିଷ୍ୟତରେ ଭୁଲ୍ ସାବ୍ୟସ୍ତ ହୋଇଥାଏ। କ୍ରୋଧକୁ ଆୟତ୍ତ କରିବା ସାଧନା ଠାରୁ କିଛି କମ୍ ନୁହେଁ।
କିଛି ଲୋକଙ୍କ ନାକ ଅଗରେ ରାଗ ଥାଏ। ଏହି ରାଗ ବହୁତ କ୍ଷତିରେ ମଧ୍ୟ ପକାଇଥାଏ। ଏହି ରାଗ ପାଇଁ ଘରର ପରିବେଶ ମଧ୍ୟ ବଦଳିଯାଇଥାଏ। ଏହା ପରିବାରର ସମସ୍ତ ସଦସ୍ୟଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ। ମାତ୍ର ରାଗ ଶାନ୍ତ ହେବା ପରେ ଲୋକେ ଅନୁତାପ କରିଥାନ୍ତି। ତେବେ ଜୀବନରେ ଏମିତି କିଛି ବ୍ୟବହାରକୁ ଆପଣାଇ ରାଗକୁ ଶାନ୍ତ କରାଯାଇ ପାରିବ।
ରାଗିବା ଦ୍ୱାରା ଶରୀରର ୪୯ରୁ ଅଧିକ ମାଂଶପେଶୀ ଉପରେ ପ୍ରଭାବ ପଡ଼ିଥାଏ। ରକ୍ତରାପ ବୃଦ୍ଧି ପାଇଥାଏ। ଅଧିକାଂଶ ସମୟରେ ଜୋର୍ରେ ରାଗିଯିବା ଦ୍ୱାରା ମୁଣ୍ଡ ବିନ୍ଧା ହୋଇଥାଏ। ତେଣୁ ଏହି ରାଗକୁ ନିୟନ୍ତ୍ରଣ କରିବା ଆବଶ୍ୟକ। ବିଷେଶଜ୍ଞମାନଙ୍କ କହିବା ଅନୁସାରେ କିଛି ଯୋଗାସାନକୁ କରିବା ଦ୍ୱାରା ଆପଣଙ୍କ ମନ ଏବଂ ମସ୍ତିଷ୍କ ଦୁଇଟିଯାକ ଶାନ୍ତ ରହିଥାଏ ଏବଂ ଏହାକୁ ନିୟମିତ ଅଭ୍ୟାସ କରିବା ଓ ଦ୍ୱାରା ଆପଣ ନିଜ ରାଗ ଉପରେ ଓ ନିୟନ୍ତ୍ରଣ କରିପାରିବେ । ଆସନ୍ତୁ ଜାଣିବା ଏହି ମୁଦ୍ରା ଗୁଡିକ ବିଷୟରେ...

ଉମ୍ମାନୀ ମୁଦ୍ରା : ଏହି ମୁଦ୍ରାକୁ କରିବା ଦ୍ୱାରା ମନକୁ ଶାନ୍ତି ମିଳିଥାଏ । ଏହି ଆସନ ଧ୍ୟାନକୁ ଏକାଗ୍ର କରିଥାଏ । ଯେତେବେଳେ ଆପଣଙ୍କ ଧ୍ୟାନ ଏକାଗ୍ର ହେବ, ସେତେବେଳେ ଆପଣ ସମସ୍ତ ଚିନ୍ତାରୁ ମୁକ୍ତ ହେବେ ଏବଂ ଆପଣଙ୍କ ରାଗ ଧରେ ଧିରେ କମ୍ ହେବାକୁ ଲାଗିବ । ଏହି ଆସନକୁ କରିବା ପାଇଁ ଆପଣଙ୍କୁ ପଦ୍ମାସନ ଅବସ୍ଥାରେ ବସନ୍ତୁ। ଏବେ ଆପଣ ନିଜର ସମସ୍ତ ଧ୍ୟାନକୁ ନିଜର ଆଖି ମଧ୍ୟରେ ଏକାଗ୍ର କରିନିଅ। ଏହି ଆସନକୁ କରିବା ସମୟରେ କୌଣସି ବାହାର କଥା ଚିନ୍ତା କରନ୍ତୁ ନାହିଁ। ନିଜର ଧ୍ୟାନକୁ ଗୋଟିଏ ଜାଗାରେ, କେନ୍ଦ୍ରତ କରି ରଖନ୍ତୁ ।
ଜ୍ଞାନ ମୁଦ୍ରା : ଏହି ଆସନକୁ କରିବା ଦ୍ୱାରା ଆମର ଶରୀର ଏବଂ ମସ୍ତିଷ୍କ ସୁସ୍ଥ ରହିଥାଏ, ଯାହାଦ୍ୱାରା କ୍ରୋଧର ସ୍ତର ମଧ୍ୟ କମିଯାଇଥାଏ। ଏହି ଆସନକୁ କରିବା ପାଇଁ ପ୍ରଥମେ ପଦ୍ମାସନ ଅବସ୍ଥାରେ ବସିଯାଆନ୍ତୁ। ଏବେ ଆପଣ ନିଜ ହାତକୁ ସିଧା କରନ୍ତୁ। ଏହା ପରେ ଆପଣ ନିଜର ବିଶି ଆଙ୍ଗୁଠିକୁ ବୁଢା ଆଙ୍ଗୁଠି ସହିତ ଯୋଡନ୍ତୁ ।
ସେପାନା ମୁଦ୍ରା : ଏହି ଆସନକୁ କରିବା ଦ୍ୱାରା ଚାପ କମିଥାଏ । ଏହି ଆସନ ଶରୀରରୁ ନକରାତ୍ମକତା ଏବଂ ବିଷାକ୍ତ ପଦାର୍ଥକୁ ବାହାରକୁ ବାହାର କରିବାରେ ସକ୍ଷମ ହୋଇଥାଏ। ଏହାଦ୍ୱାରା ଆମର ମସ୍ତିଷ୍କ ଶାନ୍ତ ହୋଇଥାଏ । ଏହି ଆସନକୁ କରିବା ପାଇଁ ଆପଣଙ୍କ ହାତର ଦୁଇ ପାପୁଲିକୁ ଯୋଡନ୍ତୁ ୧ ଧ୍ୟାନ ରଖନ୍ତୁ ଆପଣଙ୍କ ପାଞ୍ଚ ଆଙ୍ଗୁଠି ପରସ୍ପର ମଧ୍ୟରେ ଯୋଡି ହେବା ଜରୁରୀ। ଏବେ ଆପଣଙ୍କ ବିଶି ଆଙ୍ଗୁଳିକୁ । ଏକା ସଙ୍ଗରେ ରଖନ୍ତୁ ଏବଂ ଅନ୍ୟ ସମସ୍ତ ଅଙ୍ଗୁଠି ଗୁଡିକୁ ମୋଡ଼ି ପରସ୍ପର ସହିତ ବାନ୍ଧି ନିଅନ୍ତୁ । ଏବେ ଏହି ମୁଦ୍ରାକୁ ତଳକୁ ମୋଡି ନିଅନ୍ତୁ ।












Click it and Unblock the Notifications