ସମ୍ପତ୍ତି ବଢାଇବାକୁ ଚାହୁଁଛନ୍ତି କି ?

ଧନପ୍ରାପ୍ତିର ଇଚ୍ଛା ସମସ୍ତଙ୍କର ଥାଏ। ସେଥ‌ିପାଇଁ କିଏ କେତେ ପରିଶ୍ରମ ବି କରିଥାନ୍ତି । ହେଲେ ଏମିତି କେତୋଟି ସହଜ ବାସ୍ତୁ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ଧନସମ୍ପତ୍ତି ବଢିଥାଏ ବୋଲି ବିଶ୍ଵାସ କରାଯାଏ... ଧନର ଦେବତା କୁବେର ହେଲେ ଉତ୍ତର ଦିଗର ସାମୀ । ତେଣୁ ଏହି ଦିଗରେ ଟଙ୍କା ପଇସା ରଖାଯାଉଥିବା ଲକର ଟ୍ରେଜେରୀ ଅଥବା ଆଲମାରୀକୁ ରଖୁବା ଶୁଭ ହୋଇଥାଏ।

ଲକକିମ୍ବା ଆଲମାରୀର ଠିକ୍ ସାମ୍ନାରେ ଦର୍ପଣକୁ ଏମିତି ରଖୁବା ଦରକାର, ଯେମିତି ସେଥିରେ ଆଲମାରୀର ଛବି ଭଲଭାବେ ପ୍ରତିଫଳିତ ହେଉଥିବ । ଏହା ବି ଧନବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ବାଇଗଣୀ ରଙ୍ଗର କୁଣ୍ଡରେ ମନି ପ୍ଲାଣ୍ଟ ଗଛ ଲଗାଇବା ବି ଶୁଭଫଳ ଦେଇଥାଏ । କାରଣ ବାଇଗଣୀ ରଙ୍ଗକୁ ଧନର ପ୍ରତୀକ ବୋଲି କୁହାଯାଏ।

money

ଘରର ମୁଖ୍ୟଦ୍ବାର ନିକଟରେ ନାଲି କପଡ଼ାରେ କିଛି କଏନ୍ ବାନ୍ଧି ଟାଙ୍ଗିଲେ ବି ଧନ ବୃଦ୍ଧି ହୋଇଥାଏ ବୋଲି ବିଶ୍ଵାସ କରାଯାଏ। ମନିପର୍ସରେ ଅଖଣ୍ଡିତ ୨୧ଟି ଅରୁଆ ଚାଉଳ ରଖିଲେ ପର୍ସରେ ସବୁବେଳେ ପଇସା ରହିଥାଏ ବୋଲି ବିଶ୍ଵାସ ରହିଛି। ତା'ସହିତ ମନିପର୍ସରେ ନୋଟ୍ ଟଙ୍କା ଓ ଖୁଚୁରା ଟଙ୍କାକୁ ଅଲଗା ଅଲଗା ରଖୁବା ବି ଧନବୃଦ୍ଧିକୁ ପ୍ରବର୍ତ୍ତାଇଥାଏ ।

ଧନର ଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରତିଦିନ ସନ୍ଧ୍ୟାରେ ଏରୁଣ୍ଡି ବନ୍ଧକୁ ପୂଜା କରିବା ବି ଶୁଭଫଳ ଦେଇଥାଏ। ଘରର ଏରୁଣ୍ଡି ବନ୍ଧ ଯେମିତି ଭାଙ୍ଗି ନଥାଏ କିମ୍ବା ଫାଟି ନଥାଏ, ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+