ସୁସ୍ଥ ରହିବା ପାଇଁ ଦିନକୁ କେତେ ସମୟ ଶୋଇବା ଉଚିତ୍
ଜଣେ ବ୍ୟକ୍ତି ସୁସ୍ଥ ରହିବା ପାଇଁ ହେଲେ ଉତ୍ତମ ଖାଦ୍ୟ ସହ ନିଦ ବା ଶୋଇବା ଅତ୍ୟନ୍ତ ଜରୁରୀ । ଭଲ ନିଦ ହେବା ବହୁତ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ୨୪ ଘଣ୍ଟାରେ ଥରେ ମଧ୍ୟ ଆବଶ୍ୟକତା ଅନୁଯାୟୀ ନ ଶୋଇବେ ତେବେ ସ୍ଵାସ୍ଥ୍ୟ ଅବସ୍ଥା ଖରାପ ହୋଇ ଯାଇଥାଏ । ତେବେ ଜଣେ ବ୍ୟକ୍ତିଙ୍କୁ କେତେ ସମୟ ଶୋଇବା ଉଚିତ ।
ସୁସ୍ଥ ରହିବା ପାଇଁ ମନୁଷ୍ୟ ଶରୀର ପାଇଁ ଖାଦ୍ୟ, ପାଣି ପିଇବା ଏବଂ ଶୋଇବା ବହୁତ ଗୁରୁତ୍ୱପୂର୍ଣ୍ଣ। ଯଦି କୌଣସି କାରଣରୁ ଜଣେ ବ୍ୟକ୍ତି ଠିକ୍ ଭାବରେ ଶୋଇ ପାରନ୍ତି ନାହିଁ ତେବେ ଅନେକ ପ୍ରକାରର ସମସ୍ୟା ସୃଷ୍ଟି ଦେଖାଦେଇଥାଏ ।

କେହି କେହି ଦାବି କରନ୍ତି ୬ ଘଣ୍ଟା ଶୋଇବା ଆବଶ୍ୟକ ସେହିପରି ଛି ଲୋକଙ୍କ ଅନୁସାରେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ୭ ଘଣ୍ଟା ଶୋଇବା ଉଚିତ ହେଲେ ବିଶେଷଜ୍ଞଙ୍କ ଅନୁସାରେ ଜଣେ ବ୍ୟକ୍ତିଙ୍କୁ ଦୈନିକ ୭ ରୁ ୮ ଘଣ୍ଟା ଶୋଇବା ଆବଶ୍ୟକ।
ସେହିପରି ଛୋଟ ପିଲାଙ୍କୁ ଅଧିକ ସମୟ ଶୋଇବା ଉଚିତ । ୪ରୁ ୧୨ ମାସର ପିଲାକୁ ୧୨ ରୁ ୧୬ ଘଣ୍ଟା ଶୋଇବା ଉଚିତ ସେହିପରି ୩ ରୁ ୫ ବର୍ଷର ପିଲାକୁ ୧୦ ରୁ ୧୩ ଘଣ୍ଟା ଶୋଇବା ଉଚିତ ।
କିଛି ଲୋକଙ୍କର ରାତିରେ ଶୀଘ୍ର ନିଦ ନହେବାର ସମସ୍ୟା ଥାଏ, ଯାହା ଫଳରେ ସେମାନେ ଆବଶ୍ୟକୀୟ ନିଦ ପାଇପାରନ୍ତି ନାହିଁ ଏବଂ ଏହା ସେମାନଙ୍କ ଶରୀର ଉପରେ ଖରାପ ପ୍ରଭାବ ପକାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ, ଆପଣଙ୍କୁ ଆପଣଙ୍କର ଦିନଚର୍ଯ୍ୟାକୁ ସଜାଡ଼ିବାକୁ ପଡିବ।
ଶୋଇବା ପୂର୍ବରୁ ହାଲୁକା ଖାଦ୍ୟ ଖାଇବା ଦ୍ଵାରା ଶୀଘ୍ର ନିଦ ଆସିଥାଏ । ରାତିରେ କ୍ୟାଫିନ୍ ଏବଂ ମଦ୍ୟପାନ କରିବା ଦ୍ୱାରା ମଧ୍ୟ ନିଦରେ ସମସ୍ୟା ହୋଇପାରେ, ଏହା ବ୍ୟତୀତ ଶୋଇବା ପୂର୍ବରୁ ଅଧିକ ସମୟ ଫୋନ୍, ଟିଭି ମଧ୍ୟ ଦେଖନ୍ତୁ ନାହିଁ ଯାହାର ଖରାପ ପ୍ରଭାବ ଶରୀର ଉପରେ ପଡିଥାଏ । ଶୋଇବାର ପ୍ରାୟ ଗୋଟିଏ ଘଣ୍ଟା ପୂର୍ବରୁ ମୋବାଇଲ୍ ଏବଂ ଲାପଟପ୍ ଦୂରରେ ରଖିବା ଉଚିତ।












Click it and Unblock the Notifications