ପ୍ରତ୍ୟେକ ଦିନ ଆପଣ କେତୋଟି ରୋଟି ଖାଇବା ଆବଶ୍ୟକ, ଅଧିକ ହେଲେ.... କଣ ହୁଏ; ଆଜି ହିଁ ଜାଣନ୍ତୁ
ଜଣେ ମଣିଷ ଦିନକୁ ଦୁଇବେଳା ଖାଇବା ନିହାତି ଆବଶ୍ୟକ । ଚାଉଳ ପରି ଗହମ ମଧ୍ୟ ଲୋକଙ୍କ ଖାଦ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଲୋକମାନେ ଭାତକୁ ଯେପରି ଭଲ ପାଇଥାନ୍ତି ଠିକ୍ ସେହିପରି ରୁଟିକୁ ମଧ୍ୟ ଭଲ ପାଆନ୍ତି ।

ଏହା ସହ ଏପରି କିଛି ଲୋକ ଥାଆନ୍ତି ଯେପରି ଭାତ ସହିତ ରୁଟିକୁ ମଧ୍ୟ ଖାଇଥାନ୍ତି , ଏହା ବହୁତ ଆରାମ ପ୍ରଦାନ କରିଥାଏ ବୋଲି କୁହାଯାଏ । ଆପଣମାନେ ଜାଣିଥିବେ ଯେ ଅନେକ ପ୍ରକାରର ରୁଟି ଥାଏ । ସେଗୁଡିକ ହେଉଛି, ତାୱା ରୁଟି, ତନ୍ଦୁରି ରୁଟି, ରୁମାଲ୍ ରୁଟି ଭଳି ଅନେକ ପ୍ରକାରର ରୁଟି ମିଳିଥାଏ । କିନ୍ତୁ ଆଜି ଆପଣମାନଙ୍କୁ କହିବୁ ଯେ, ମିଡିୟମ୍ ସାଇଜର ତାୱା ରୋଟି ବିଷୟରେ । ଆପଣ ଜାଣନ୍ତି କି? ମଣିଷ ଗୋଟିଏ ଦିନରେ କେତେ ଗୋଟି ରୁଟି ଖାଇବା ଆବଶ୍ୟକ ।
ରୁଟି ଖାଇବାର ଲିମିଟ୍ କିପରି ସ୍ଥିର କରିବେ :
ଜଣେ ବ୍ୟକ୍ତିଙ୍କ ପାଇଁ ରୁଟି ଖାଇବାର ଦୈନିକ ଲିମିଟ୍ କେତେ ହେବା ଆବଶ୍ୟକ । ଯାହା ଆପଣଙ୍କର ଆୟ, ବୟସ, ଆପଣଙ୍କର ଦୈନିକ ଜୀବନ ଏବଂ ଆପଣଙ୍କ ଫିଜିକାଲ ଆକ୍ଟିଭିଟିଜ୍ ପରି ଅନେକ ଜିନିଷ ଉପରେ ନିର୍ଭର କରେ ।
ଆପଣ ଗୋଟିଏ ଦିନରେ କେତୋଟି ରୁଟି ଖାଇପାରିବେ?
ବିଶେଷ୍ୟଜ୍ଞଙ୍କ ଅନୁଯାୟୀ, ବୟସ୍କ ବ୍ୟକ୍ତି ପ୍ରତିଦିନ ଅତି କମରେ ୫ ରୁ ୭ଟି ରୁଟି ଖାଇ ପାରିବେ । ଆମ ବିଶ୍ଵରେ ଅନେକ ପ୍ରକାରର ଲୋକ ଅଛନ୍ତି, ପ୍ରତ୍ୟେକ ବ୍ୟକ୍ତିର ଆବଶ୍ୟକତା ଭିନ୍ନ ହୋଇଥାଏ, ତେଣୁ ରୁଟିର ଲିମିଟ୍ ସ୍ଥିର କରିବା ପୂର୍ବରୁ ଆପଣଡାକ୍ତରଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ। ତେବେ ଆସନ୍ତୁ ଜାଣିବା କିଛି ଲିମିଟ ବିଷୟରେ ।
ଆପଣଙ୍କ ଆୟ : ରୁଟିର ପରିମାଣ ଆପଣଙ୍କ ସାଲେରି ଅନୁଯାୟୀ ସ୍ଥିର କରିପାରିବ । ଯଦି ଆପଣଙ୍କ ଆୟ ଭଲ ତେବେ ଆପଣ ବହୁ ପରିମାଣରେ ମଲ୍ଟିଗ୍ରେନ୍ ଅଟାରେ ନିର୍ମିତ ରୁଟି ଖରଇପାରିବେ । ଯାହା ଅଧିକ ହେଲଦି ହୋଇଥାଏ ।
ଫିଜିକାଲ ଆକ୍ଟିଭିଟିଜ୍ : ଦିନସାରା ଆପଣଙ୍କ ଶାରିରୀକ କାର୍ଯ୍ୟକଳାପ ଉପରେ ଆଧାର କରି ଆପଣଙ୍କର ରୁଟିର ତିଆରି କରି ଖାଇବା ଉଚିତ । ଯେଉଁମାନେ ଅଧିକ ଶାରିରୀକ କାର୍ଯ୍ୟକଳାପ କରନ୍ତି ସେମାନେ ଅଧିକ ପୃଷ୍ଟିକର ଖାଦ୍ୟ ଖାଇବା ଜରୁରୀ ହୋଇଥାଏ ।
ସନ୍ତୁଳିତ ଖାଦ୍ୟ : ରୁଟି ସହିତ ଆପଣ ଏକ ସନ୍ତୁଳିତ ଖାଦ୍ୟ ଖାଇବା ନିହାତି ଆବଶ୍ୟକ । ଆପଣ ଡାଏଟ୍ରେ ଡାଲି, ପନିପରିବା,ପ୍ରୋଟିନ ଏବଂ ଫଳ ମଧ୍ୟ ସାମିଲ କରିପାରିବେ ।












Click it and Unblock the Notifications