ଆପଣ ଜାଣିଛନ୍ତି କି ଦିନକୁ କେତୋଟି କାଜୁ ଖାଇବା ଉଚିତ୍, ଅଧିକ ଖାଇବା ଦ୍ୱାରା ଦେଖାଦେବ ଏହି ସମସ୍ୟା

Dry Fruits: ଡ୍ରାଏ ଫ୍ରୁଟ୍ସ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହାର ଅନେକ ଉପକାର ରହିଛି । ହେଲେ କାଜୁ ଏପରି ଏକ Dry Fruits ଯାହାକୁ ପ୍ରତ୍ୟେକ ଦିନ କେଉଁ ସମୟରେ ଓ କେତେ ପରିମାଣରେ ଖାଇବା ଉଚିତ୍ ତାହାକୁ ନେଇ ପ୍ରାୟତଃ ଲୋକଙ୍କ ମନରେ ଦ୍ୱନ୍ଦ ସୃଷ୍ଟି ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ଗୋଟିଏ ଦିନରେ କେତେ କାଜୁ ବାଦାମ ଖାଇବା ଉଚିତ୍?

ପ୍ରାୟତଃ ଲୋକଙ୍କ ପ୍ରିୟ Dry Fruit କାଜୁ । ଏଥିରେ ପୋଷକ ତତ୍ତ୍ୱରେ ଭରପୂର ପରିମାଣରେ ରହିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତରେ ଗୋଟିଏ ଦିନରେ କେବଳ 10-15 କାଜୁ ଖାଇବା ଉଚିତ୍ । ତେବେ କାଜୁ ହେଉ କିମ୍ବା କିଛି ଅନ୍ୟ ଜିନିଷ ହେଉ ଖାଇବା ବେଳେ ଏହା ଧ୍ୟାନରେ ରଖିବା ଉଚିତ୍ ଯେ, ଏହା ସୀମିତ ପରିମାଣରେ ଖାଇବା ଉଚିତ୍ । ଯାହା ଫଳରେ ଶରୀରରେ ଏହା ଭଲ ପ୍ରଭାବ ପଡିଥାଏ । କାଜୁ ମୁଖ୍ୟତଃ ଖିରି, ସିମେଇଆ, ମିଠା , ହାଲୱା ରେ ପଡିଥାଏ । ଏପରିତି କିଛି କିଛି ଲୋକ ଏହାକୁ ଭାଜିକି ଖାଇବା ମଧ୍ୟ ପସନ୍ଦ କରନ୍ତି ।

How Many Kaju Should I Eat A Day

କାଜୁରେ କାର୍ବୋହାଇଡ୍ରେଟ୍, ଫାଇବର, ପ୍ରୋଟିନ୍, ଭିଟାମିନ୍ ଏ, ସି, ଇ, କେ, ବି 6, ନିୟାସିନ୍, ରାଇବୋଫ୍ଲାଭିନ, ତମ୍ବା, ଫସଫରସ୍, , ପୋଟାସିୟମ୍, ଆଇରନ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ପରି ଅନେକ ପୋଷକ ତତ୍ତ୍ୱ ରହିଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଅନେକ ପ୍ରକାରର ରୋଗରୁ ଦୂରେଇ ରଖିବା ସହ ଏବଂ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

ହେଲେ କାଜୁ ବାଦାମକୁ ଅତ୍ୟଧିକ ପରିମାଣରେ ଖାଇବା ଦ୍ୱାରା ଏହା ଶରୀର ଓଜନ ବଢାଇଥାଏ । ତେବେ ସୁସ୍ଥ ଏବଂ ଓଜନ କମାଇବା ପାଇଁ ହେଲେ କମ୍ ପରିମାଣରେ କାଜୁ ପ୍ରତ୍ୟେକ ଦିନ ଖାଆନ୍ତୁ । ଯାହା ଆପଣଙ୍କୁ ଫିଟ୍ ଏବଂ ସୁସ୍ଥ ରଖିବାରେ ସାହାଯ୍ୟ କରିବ । ଶରୀରକୁ ଉପଯୁକ୍ତ ପରିମାଣରେ ପ୍ରୋଟିନ୍ ପାଇଁ ଦିନକୁ 15-30ଟି କାଜୁ ଖାଇପାରିବେ ଏବଂ ଏହାଠାରୁ ଅଧିକ ନୁହେଁ । ହେଲେ କାଜୁ ଖାଇବା ପରେ ଯଦି ଆପଣଙ୍କୁ ଅସୁସ୍ଥ ଲାଗୁଛି ବା ଗ୍ୟାସ ସମସ୍ୟା ସୃଷ୍ଟି ହେଉଛି ତେବେ ଡାଏଟିସିଆନଙ୍କ ପରାମର୍ଶ ନିଅନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+